ଭୁବନେଶ୍ବର: କରୋନା ଭୟରେ ଲୋକେ ଘରୁ ବାହାରକୁ ବାହାରିଲେ ପୋଲିସ ଭୟ । ନଚେତ ସଂକ୍ରମଣ ବ୍ୟାପିବାର ଭୟ । ହେଲେ ଏସବୁ ଭିତରେ ଚୋର ଚଳାଇଛନ୍ତି କାରବାର । ଲୁଟପାଟ ମଚାଇବାରେ ବ୍ୟସ୍ତ । କେତେବେଳେ ମୌକା ଦେଖି ଘରୁ ଟଙ୍କା ଓ ସୁନା ଗହଣା ଚୋରି କରୁଛନ୍ତି ଆଉ କେତେବଳେ ଆସବା ପତ୍ର । ଏପରି ଦୁଇଜଣ ଚୋର ଗ୍ୟାସ ଟାଙ୍କି ଚୋରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସିସିଟିଭିରେ ଦୃଶ୍ୟ କଏଦ ହୋଇଛି ।
ଲକଡାଉନ ପ୍ରଭାବ: ଘର ସାମ୍ନାରୁ ନେଇଗଲେ ଗ୍ୟାସ ଟାଙ୍କି - gas cylinder stolen from home
ଦୁଇଜଣ ଚୋର ଗ୍ୟାସ ଟାଙ୍କି ଚୋରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସିସିଟିଭିରେ ଦୃଶ୍ୟ କଏଦ ହୋଇଛି । ଅଧିକ ପଢ଼ନ୍ତୁ...
ଇନଫୋସିଟି ଥାନ ବଂଶୀ ବିହାରର ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ ଡେଲିଭର କରିଥିଲେ ଗ୍ୟାସ ବିତରଣ ସଂସ୍ଥା । କୋରୋନା ଭୟରେ ଗ୍ୟାସ ଟାଙ୍କି ସଫା ପାଇଁ ଘର ଭିତରକୁ ସାନିଟାଇଜର ଆଣିବାକୁ ଯାଇଥିଲେ ଘର ମାଲିକ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟି ଯୋଗେ ଆସି ଘର ସାମ୍ନାରୁ ଗ୍ୟାସ ଟାଙ୍କି ନେଇ ଚମ୍ପଟ ମାରିଲେ । ଏନେଇ ସିସିଟିଭିରେ ଦୁର୍ବୃତ୍ତଙ୍କ ଭିଜୁଆଲ କଏଦ ହେବା ପରେ ଭିଜୁଆଲକୁ ଆଧାର କରି ଇନଫୋସିଟି ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ସମୀର ଜେନା । ଘର ଗୋବିନ୍ଦପୁର କେନ୍ଦ୍ରାପଡା ବୋଲି ଜଣା ପଡିଛି । ଯିଏ ଶାସ୍ତ୍ରୀ ନଗର ନୟାପଲ୍ଲୀ ଅଞ୍ଚଳରେ ବାସ କରେ । ଅନ୍ୟ ଜଣେ ସହଯୋଗୀକୁ ଖୋଜୁଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ