ଓଡିଶା

odisha

ETV Bharat / city

ଟ୍ରେନରେ ଚାଲାଣ ହେଉଥିଲା ପାରା, RPF କଲା ଉଦ୍ଧାର - ହାଓଡ଼ା-ଜଗଦଳପୁର ସମଲେଶ୍ବେରୀ ଏକ୍ସପ୍ରେସ

ଶନିବାର ଦୁଇଟି ପୃଥକ ଘଟଣାରେ ୫୫୦ଟି ପାରା ଉଦ୍ଧାର ସହ 4 ଗଞ୍ଜେଇ ବସ୍ତା ଜବତ କରିଛି ରେଳୱାଇ ସୁରକ୍ଷାବଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 31, 2019, 11:06 PM IST

ଭୁବନେଶ୍ବର: ଦୁଇଟି ପୃଥକ ଘଟଣାରେ ୫୫୦ଟି ପାରା ଉଦ୍ଧାର ସହ 4 ଗଞ୍ଜେଇ ବସ୍ତା ଜବତ କରିଛି ରେଳୱାଇ ସୁରକ୍ଷାବଳ । ଶନିବାର ବଲାଙ୍ଗୀର ଷ୍ଟେସନରୁ ଚୋରା ଚାଲାଣ କରାଯାଉଥିବା ପାରା ଗୁଡିକୁ ଉଦ୍ଧାର କରିବା ସହ ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରାଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ରେଳୱାଇ ସୁରକ୍ଷାବଳ I

ସୂଚନା ଅନୁଯାୟୀ , ଶନିବାର ରେଳୱାଇ ସୁରକ୍ଷାବଳ ବଲାଙ୍ଗୀର ଷ୍ଟେସନଠାରେ ହାଓଡ଼ା-ଜଗଦଲପୁର ସମଲେଶ୍ବେରୀ ଏକ୍ସପ୍ରେସ ଟ୍ରେନର ସାଧାରଣ ଦ୍ଵିତୀୟ ଶ୍ରେଣୀ ବଗିରୁ ୭ଟି ଟୋକେଇରେ ବେଆଇନ ଭାବେ ଚାଲାଣ କରାଯାଉଥିବା ୫୫୦ ପାରାଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାରେ ଜଣକୁ ଅଟକ ରଖିଥିଲା I ତେବେ ଉଭୟ ପାରା ଓ ଅଟକ ରଖିଥିବା ବ୍ୟକ୍ତିକୁ ବଲାଙ୍ଗୀର ଜିଲ୍ଲା ବନ ବିଭାଗକୁ ହସ୍ତାନ୍ତର କରାଯାଇଛି I

ଏପଟେ ଢେଙ୍କାନାଳ ଓ ଖୋର୍ଦ୍ଧା ସ୍ଥିତ ରେଳୱାଇ ସୁରକ୍ଷାବଳ କ୍ରାଇମ ଇଣ୍ଟେଲିଜେନ୍ସ ବିଭାଗ ଦ୍ବାରା ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଏକ ଦୋକାନ ଉପରେ ମିଳିତ ଚଢ଼ାଉ କରିଥିଲେ । ଏଥିରେ ଜଣକୁ ଗିରଫ କରିବା ସହ ଚାରି ବସ୍ତା (୧୬୦ କି.ଗ୍ରା.) ଗଞ୍ଜେଈ ଜବତ କରିଛି ରେଳୱାଇ ସୁରକ୍ଷାବଳ ।

ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ I

ପ୍ରକାଶ ଥାଉକି, ଗତ ଅଗଷ୍ଟ ୧୧ ତାରିଖ ଦିନ ଚଳନ୍ତା ହାୱଡ଼ା-ସମ୍ବଲପୁର ଏକ୍ସପ୍ରେସରୁ ଗଞ୍ଜେଇ ବସ୍ତା ଫୋପାଡିବା ଘଟଣାରେ ରେଳଧାରଣରେ କାର୍ଯ୍ୟକରୁଥିବା ତିନି ଜଣ ରେଳବାଇ କର୍ମଚାରୀ ଗୁରୁତର ଆହତ ହୋଇଥିଲେ I

ଏହି ଘଟଣାର ସୁରାକ ପାଇ ରେଳୱାଇ ସୁରକ୍ଷାବଳ ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଏକ ଦୋକାନ ଉପରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ ଚାରି ବସ୍ତା ଗଞ୍ଜେଇ ଜବତ କରିଥିଲେ I

ଗିରଫ ବ୍ୟକ୍ତି ଏହି ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ କାରବାରର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ଯିଏକି ନିଜ ସାନଭାଇ ସହାୟତାରେ ଏହି ବେଆଇନ ବ୍ୟବସାୟ କରିଥାଏ I ରେଳବାଇ ସୁରକ୍ଷାବଳ ଅଭିଯୁକ୍ତକୁ ଢେଙ୍କାନାଳ ସ୍ଥିତ ଏସଡ଼ିଜେଏମ କୋର୍ଟରେ ହଜାର କରାଯାଇଛି I

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details