ଓଡିଶା

odisha

By

Published : Sep 7, 2022, 9:40 AM IST

Updated : Sep 7, 2022, 1:01 PM IST

ETV Bharat / city

ପୂଜା ପୂର୍ବରୁ ସକ୍ରିୟ ନିଶା ମାଫିଆ, ରାଜଧାନୀରୁ ଧରାପଡିଲା ଗଞ୍ଜେଇ ଭର୍ତ୍ତି କାର

ରାଜଧାନୀରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ । ଏକ କାର ଯୋଗେ ଚାଲାଣ ହେଉଥିବା ବେଳେ ଧରିଲା ପୋଲିସ । ଅଧିକ ପଢ଼ନ୍ତୁ

ganja seized in bhubaneswar
ପୂଜା ପୂର୍ବରୁ ସକ୍ରିୟ ନିଶା ମାଫିଆ, ରାଜଧାନୀରୁ ଧରାପଡିଲା ଗଞ୍ଜେଇ ଭର୍ତ୍ତି କାର

ଭୁବନେଶ୍ବର:କାରରେ ହେଉଥିଲା ଗଞ୍ଜେଇ ଚାଲାଣ । ପୂଜା ପୂର୍ବରୁ ଠିକଣା ସ୍ଥାନରେ ପହଞ୍ଚାଇବା ଥିଲା ପ୍ଲାନ । ହେଲେ ମାଡି ବସିଲା ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳରୁ 1 କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ 5 ଜଣଙ୍କୁ ପୋଲିସ ଗିରଫ କରିଛି ।

ରାଜଧାନୀରୁ ଧରାପଡିଲା ଗଞ୍ଜେଇ ଭର୍ତ୍ତି କାର

ଖୋର୍ଦ୍ଧା ପଟୁ ଏକ କାର ଯୋଗେ ତିନି ଜଣ ଗଞ୍ଜେଇ ଚାଲାଣକାରୀ ଭୁବନେଶ୍ବର ଦେଇ ଯାଉଥିଲେ । କୌଣସି ମତେ ସୁରାଗ ପାଇ ପୋଲିସ ତମାଣ୍ଡୋରୁ ଉକ୍ତ ଗାଡ଼ିକୁ ଅତିକ୍ରମ କରିଥିଲା । ଖଣ୍ଡଗିରି ଥାନା ଅଞ୍ଚଳରୁ କାରକୁ କାବୁ କରିବାରେ ସଫଳ ହୋଇଥିଲା । ସେମାନଙ୍କ ଉପରେ ଚଢ଼ାଉ କରିବା ପରେ 1 କ୍ବିଣ୍ଟାଲ ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ, 5 ରାଉଣ୍ଡ ଗୁଳି, 5ଟି ମୋବାଇଲ, ଏକ କାର ଜବତ ହୋଇଥିଲା । ଅଭିଯୁକ୍ତମାନେ କଟକର ସୁବାଷ ସ୍ବାଇଁ, ଗଞ୍ଜାମ ବୁଗୁଡାର ଅର୍ଜୁନ କର ଓରଫ ମୁନା, କେନ୍ଦ୍ରାପଡାର‌ ପ୍ରଶାନ୍ତ ମିଶ୍ର, ଯାଜପୁରର ଅଜିତ ବକ୍ସ, ଖୋର୍ଦ୍ଧାର‌ ଉଠି ମହମ୍ମଦ ବୋଲି ଜଣାପଡ଼ିଛି । ଅର୍ଜୁନ କର ଓରଫ ମୁନା ଜଣେ ଜେଲ ଫେରନ୍ତା ଅଭିଯୁକ୍ତ । ପୂର୍ବରୁ ପାରୋଲରେ ଆସି ଫେରା‌ର ହୋଇଥିଲା । ତା ନାଁରେ ଏକାଧିକ ମାମଲା ଥିବା ପୋଲିସ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି । ଗଞ୍ଜେଇ ଚାଲାଣ ନେଇ ପୋଲିସ ପାଖରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।

ପୂଜା ପୂର୍ବରୁ ସକ୍ରିୟ ନିଶା ମାଫିଆ

ଏହା ମଧ୍ୟ ପଢ଼ନ୍ତୁ:ପିଲାଙ୍କ ଭବିଷ୍ୟତ ଶହ ଖେଳୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ ! ଫି ପାଇଁ ଦିଆଯାଉଛି ନିର୍ଯାତନା

ଦୀର୍ଘ ଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ମାତିଛନ୍ତି ଗଞ୍ଜେଇ ଚାଲାଣକାରୀ । ଆଗକୁ ଦଶହରା ଥିବାରୁ ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯିବ । ଏହା ପୂର୍ବରୁ ମାଫିଆମାନେ ସକ୍ରିୟ ହୋଇପଡ଼ିଛନ୍ତି । ବ୍ରାଉନସୁଗାର ଓ ଗଞ୍ଜେଇ ଭଳି କାରବାର ନେଇ ପୋଲିସ ସତର୍କ ରହିଛି । ଏହା ଉପରେ ରୋକ ଲଗାଇବାକୁ ପୋଲିସ ଆଗକୁ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଏହା ପୂର୍ବରୁ ମଧ୍ୟ ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଟ୍ରାପ କରାଯାଇଥିଲା । ବିହାରୀ ଗଞ୍ଜେଇ ମାଫିଆ ଅଭିଯୁକ୍ତଙ୍କ ସମେତ ୪ ଜଣ ଧରାପଡ଼ିଥିଲେ । କାର ଯୋଗେ ଏକ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯିବାବେଳେ କମିଶନରେଟ ପୋଲିସ ଚଢ଼ାଉ କରି ଧରିଥିଲା । ଏମିତିକି ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଣିଶୁଣି ଟ୍ରାଫିକ୍ ଜାମ୍ କରାଇଥିଲା । ଶେଷରେ ଗଞ୍ଜେଇ ବେପାରୀଙ୍କ ପଛପଟୁ ପିଛା କରି ଆସୁଥିବା ପୋଲିସ ଟିମ ଆଚାର୍ଯ୍ୟ ବିହାର ପରେ ଆଖଣ୍ଡଳମଣି ମନ୍ଦିର ପାଖ ହମ୍ପସ ନିକଟରେ କାବୁ କରିଥିଲା। ସେହିପରି ସ୍ନାକ୍ସ କଣ୍ଟେନରର ସିକ୍ରେଟ ଚାମ୍ବରରେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଭୁବନେଶ୍ବରର ଗୋହିରା ଛକଠାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଗାଡ଼ିକୁ ଜବତ କରିଥିଲା। କଣ୍ଟେନରରୁ 8 କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ଏହି ଘଟଣାରେ 2 ଜଣକୁ ଗିରଫ କରାଯାଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 7, 2022, 1:01 PM IST

ABOUT THE AUTHOR

...view details