ଓଡିଶା

odisha

By

Published : Jul 24, 2021, 4:44 PM IST

Updated : Jul 24, 2021, 7:09 PM IST

ETV Bharat / city

ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ସୂଚନା

ଗୁଳି ଖାଇଲା ଗ୍ୟାଙ୍ଗଷ୍ଟାର ହାଇଦର, ଗୁରୁତର ଅବସ୍ଥାରେ ମେଡିକାଲେ ଭର୍ତ୍ତି
ଗୁଳି ଖାଇଲା ଗ୍ୟାଙ୍ଗଷ୍ଟାର ହାଇଦର, ଗୁରୁତର ଅବସ୍ଥାରେ ମେଡିକାଲେ ଭର୍ତ୍ତି

18:41 July 24

ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟରରେ ମୃତ୍ୟୁ

ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ସୂଚନା

16:40 July 24

ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର !

ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ସୂଚନା

କଟକ: ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦର ମୃତ୍ୟୁ ଘଟିଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଏନକାଉଣ୍ଟର ହେବା ପରେ ତାକୁ ଚିକିତ୍ସା କରାଯାଉଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପୋଲିସ ନିକଟରୁ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ସମ୍ବଲପୁର ଜେଲକୁ ଯିବା ବାଟରେ ହାଇଦରକୁ ପୋଲିସ ଏନକାଉଣ୍ଟର କରିଥିଲା । ଚୌଦ୍ବାର ଜେଲରୁ ବାରିପଦା ଜେଲ ଯିବା ବାଟରେ ହୋଇଥିଲା ଏନକାଉଣ୍ଟର  । ହାଇଦର ଗୁରୁତର ଭାବେ ଆହତ ହୋଇଥିଲା । ତା' ପେଟରେ ଗୁଳି ବାଜିଥିଲା  । 

ଗତ କିଛି ଦିନ ତଳେ ହାଇଦର ଏସିବି ମେଡିକାଲରୁ ଖସି ପଳାଇଥିଲା । ପରେ ହାଇଦ୍ରାବାଦରୁ ଗିରଫ ହୋଇଥିଲା କୁଖ୍ୟାତ ଅପରାଧୀ ହାଇଦର । ଏପଟେ ଏନାକଉଣ୍ଟର ପରେ ପ୍ରେସମିଟରେ କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁସାରେ ଆଜି ହାଇଦରକୁ ଚୌଦ୍ବାର ଜେଲରୁ ବାରିପଦା ଜେଲ ନିଆଯାଉଥିବା ବେଳେ ସିମୁଳିଆ ନିକଟରେ ପରିଶ୍ରା ଯିବାକୁ ହାଇଦର ଏସକର୍ଟ ଟିମକୁ କହିଥିଲା  । ଏହାର ସୁଯୋଗ ନେଇ ଖସିଯିବାକୁ ଉଦ୍ୟମ କରିଥିଲା  । 

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହାଇଦର ପୋଲିସ ନିକଟରୁ ବନ୍ଧୁକ ଛଡାଇବାକୁ ଉଦ୍ୟମ କରିଥିଲା  । ପରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା  । ପୋଲିସ ଆତ୍ମରକ୍ଷା ପାଇଁ ହାଇଦରକୁ ଏନକାଉଣ୍ଟର କରିଥିଲା  । ତେବେ ଏନକାଉଣ୍ଟରରେ କେତେ ରାଉଣ୍ଡ ଗୁଳି ପୋଲିସ ଚଳାଇଛି,  ହାଇଦରର କେଉଁ ଅଙ୍ଗରେ ଗୁଳି ବାଜିଛି ତାହା ସ୍ପଷ୍ଟ ହୋଇନାହିଁ  । ଏହି ସବୁ ଘଟଣା ଆଜି ୩.୨୦ ମିନିଟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଘଟିଛି । ସେହି ଠାରୁ ହାଇଦରକୁ କାବୁ କରି ପୋଲିସ ଚିକିତ୍ସା ପାଇଁ  ବାଲେଶ୍ବର ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଛି  । 

କଟକରୁ ପ୍ରଭୁକଲ୍ୟାଣ ପାଲ ଓ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 24, 2021, 7:09 PM IST

ABOUT THE AUTHOR

...view details