ଓଡିଶା

odisha

ETV Bharat / city

ପୂଜା ମଣ୍ଡପରେ ଦୁଃଖ, ସମ୍ମାନଓ ସଚେତନତା; ଶ୍ରଦ୍ଧାଳୁଙ୍କୁ ଚାରା ବଣ୍ଟନ - ଭୁବନେଶ୍ବର

ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଚାଲିଛି ସଚେତନା ସହ ଚାରା ବଣ୍ଟନ । ପୂଜା ମଣ୍ଡପରେ ଫନି ଦୃଶ୍ୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 2, 2019, 9:55 PM IST

ଭୁବନେଶ୍ବର: ବେଶ ଜାକଜମକରେ ସାରା ଦେଶରେ ଚାଲିଛି ବିଘ୍ନବିନାଶକଙ୍କ ପୂଜା । ଅଗ୍ରଦେବତାଙ୍କ ପୂଜା ପାଇଁ କେଉଁଠି ଆକର୍ଷଣୀୟ ତୋରଣ ହୋଇଛି ତ କେଉଁଠି ବିଶାଳ ପ୍ରତିମା ଶୋଭା ପାଉଛି । ତେବେ ଭୁବନେଶ୍ବରର ଦୁଇଟି ପୂଜା ମଣ୍ଡପ ଏବେ ଭକ୍ତଙ୍କୁ ଆକୃଷ୍ଟ କରୁଛି । ଗତ କିଛିମାସ ତଳେ ରାଜ୍ୟରେ ସାମୁଦ୍ରିକ ଝଡ ‘ଫନି’ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଯଦ୍ବାରା ବହୁଦିନ ଧରି ପୁରୀ ଏବଂ ଭୁବନେଶ୍ବର ଅନ୍ଧାରରେ ଥିଲା । ସେହି ସମୟରେ ଏନଡିଆରଏଫ ଏବଂ ଓଡ୍ରାଫଙ୍କ ପରିଶ୍ରମରେ କମଦିନ ମଧ୍ୟରେ ସ୍ଥିତି କିଛି ମାତ୍ରାରେ ସ୍ବାଭାବିକ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ସେହି ଦୁଃଖର ସମୟକୁ ଏବେ ପୂଜା ମଣ୍ଡପରେ ଦର୍ଶାଇଛନ୍ତି କେବିଏନ ଗ୍ରୁଫ ତଥା କଳିଙ୍ଗ ଭାରତୀୟ ନାଗରିକ ସଦସ୍ୟ । ୟୁନିଟ-8 ସ୍ଥିତ ଏହି ପୂଜା ମଣ୍ଡପରେ ଉଦ୍ଧାରକାରୀ ଓଡ୍ରାଫ ଗଣେଶଙ୍କ ପ୍ରତିମା ପ୍ରସ୍ତୁତ କରାଯାଇଛି । ଯାହା ସେହି ଏନଡିଆରଏଫ ଏବଂ ଓଡ୍ରାଫଙ୍କ ପ୍ରତି ସମ୍ମାନ । ସେହିପରି ଝାରପଡାର ମହାବୀର ପୂଜା କମିଟି ପକ୍ଷରୁ ଏପରି କିଛି ମୂର୍ତ୍ତି କରାଯାଇ ନଥିଲେ ମଧ୍ୟ ଗଣେଷ ପୂଜା ଅବସରରେ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ଚାରା ବଣ୍ଟନ କରୁଛନ୍ତି।

ଯାହା ଦ୍ବାରା ଫନି ପରେ ଶ୍ରୀହୀନ ହୋଇପଡିଥିବା ଭୁବନେଶ୍ବର ସହରକୁ ପୁଣିଥରେ ସବୁଜିମାରେ ପରିଣତ କରିବାକୁ ଏହି ପଦକ୍ଷେପ ସାମାନ୍ୟ ସହାୟକ ହୋଇପାରିବ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details