ଓଡିଶା

odisha

ETV Bharat / city

ରାଜ୍ୟବ୍ୟାପୀ ବାପୁ-ଶାସ୍ତ୍ରୀଙ୍କୁ ସଲାମ, ସ୍ମୃତିଚାରଣ କଲେ ବିଭିନ୍ନ ଦଳ - ମାହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ

ବିଭିନ୍ନ ସ୍ଥାନରେ ବାପୁଜୀ-ଶାସ୍ତ୍ରୀଜୀ ଜୟନ୍ତୀ ପାଳନ
ବିଭିନ୍ନ ସ୍ଥାନରେ ବାପୁଜୀ-ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

By

Published : Oct 2, 2021, 12:33 PM IST

Updated : Oct 2, 2021, 7:28 PM IST

19:24 October 02

ପୁରୀରେ ପାଳନ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ପୁରୀରେ ପାଳନ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ପୁରୀ:  ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ।  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଓ ଶାନ୍ତି ଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୭ ତମ  ଜୟନ୍ତୀ ପାଳିତ ହୋଇଛି  ।  

ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀଘାଟରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)  ସୁଭାଷ ଚନ୍ଦ୍ର ନାଥଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଉଭୟ ମହାପୁରୁଷଙ୍କ ଦେଶପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ । ସର୍ବୋଦୟ ମେଳା କମିଟି ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା ପରିଚାଳନା କରାଯାଇଥିଲା । ଶିବ ପ୍ରାସଦ ମିଶ୍ର, ସୁଧାକର ମହାପାତ୍ର,ଉମାବଲ୍ଲଭ ମହାପାତ୍ର, ହାଜିଜେ ଆବେଦିନ, ଶିକ୍ଷକ ଶିକ୍ଷୟିତ୍ରୀ, ମହିଳା କୂଟୀର ଶିଳ୍ପର ଅନ୍ତେବାସିନୀ ପ୍ରମୁଖ ଉପସ୍ଥିତ ଥିଲେ ।  

ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ରେକର୍ଡ ମାଧ୍ୟମରେ ସହରରେ ରାମଧୂନ ପରିବେଷଣ କରାଯାଇଥିଲ। ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ସିଂହଦ୍ବାରରୁ ଗାନ୍ଧୀଘାଟ ପର୍ଯ୍ୟନ୍ତ ପଦଯାତ୍ରାରେ ଡେଲାଙ୍ଗ ଓ ସାକ୍ଷୀଗୋପାଳର ସଂକୀର୍ତ୍ତନ ଦଳ ସାମିଲ ହୋଇ ଗାନ୍ଧୀ ଭଜନ ପରିବେଷଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରୀୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

19:00 October 02

ଅନୁଗୋଳ ଜିଲ୍ଲାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଅନୁଗୋଳ ଜିଲ୍ଲାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଅନୁଗୋଳ:  ଜିଲ୍ଲାରେ ପାଳିତ ହେଲା ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ। ଜିଲ୍ଲାର ଗାନ୍ଧୀ ପାର୍କରେ ଠାରେ ପ୍ରଶାସନ ପକ୍ଷରୁ ଏହି ଦିବସ ପାଳନ ହୋଇଛି ।

ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜିଙ୍କ ଜୟନ୍ତୀ ପାଳିତ ହୋଇଛି । ଅନୁଗୋଳ ଗାନ୍ଧୀ ପାର୍କରେ ପାଳିତ ଏହି ଜାତୀୟ ଉତ୍ସବରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ଓ ଶାସ୍ତ୍ରୀ ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କୋଭିଡ କଟକଣା ପାଇଁ ଉତ୍ସବକୁ କେବଳ ପୁଷ୍ପ ମାଲ୍ୟରେ ସୀମିତ କରାଯାଇଥିଲା । ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ସହର ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଭାତ ଫେରି ମଧ୍ୟ କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

18:44 October 02

ଗାନ୍ଧୀ ଜୟନ୍ତୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର

ଗାନ୍ଧୀ ଜୟନ୍ତୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା ଉଦଘାଟନ କରିଛନ୍ତି ।

ଗାନ୍ଧୀ ଜୟନ୍ତୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗ ନେଇ ରକ୍ତଦାନ କରିଛନ୍ତି । ବିଜେଡି ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା, ଭୁବନେଶ୍ବର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସୁଲତା ଦେଓଙ୍କ ସହ ବହୁ ବିଜେଡି କର୍ମୀ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଛନ୍ତି । ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ମାସେ ବ୍ୟାପି କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ରକ୍ତଦାନ ଶିବିର ସହ ସ୍କୁଲ ପରିସର ସଫେଇ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ବିଜେଡି ମୁଖ୍ୟାଳୟ ସମ୍ପାଦକ ସଂଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ସେବାବ୍ରତୀ ହୋଇଛି । ଏହି ସାମାଜିକ କାର୍ଯକ୍ରମ ମାଧ୍ୟମରେ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟ କରିବାକୁ ସେ ଆହ୍ବାନ କରିଛନ୍ତି ।

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ଜନ ସଂପର୍କ ପଦଯାତ୍ରା ପରିବର୍ତ୍ତେ ସେବା କାର୍ଯ୍ୟକ୍ରମ କରିବା ଲାଗି ଦଳ ନିଷ୍ପତ୍ତି ନେଇଛି । ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ଏକ ମାସ ଧରି ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ କରିବ ଦଳ । ରକ୍ତଦାନ, ଶ୍ରମଦାନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ବିଭିନ୍ନ ଚିକିତ୍ସାଳୟ ପରିସର, ନିକଟସ୍ଥ ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୁତି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ କରାଯିବ । ସେହିପରି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ପରିସର ଏବଂ ଏହାର ପାରିପାର୍ଶ୍ବିକ ସ୍ଥାନ ତଥା ରାସ୍ତା ଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

17:29 October 02

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସଫେଇ କାର୍ଯ୍ୟକ୍ରମ

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସଫେଇ କାର୍ଯ୍ୟକ୍ରମ

ଯାଜପୁର: ଗାନ୍ଧୀ ଜୟନ୍ତୀରେ ଯାଜପୁର ରୋଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସଫେଇ କାର୍ଯ୍ୟକ୍ରମ। ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବ୍ୟାସନଗର ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ କୋରେଇ ବିଧାୟକ ଅଶୋକ କୁମାର ବଳ।

ବିଜେଡିର ବରିଷ୍ଠ ନେତା ରସାନନ୍ଦ ମହାନ୍ତିଙ୍କ ନେତୃତ୍ବରେ ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋରେଇର ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି କର୍ମକର୍ତ୍ତା ମାନଙ୍କ ସହିତ ମିଶି ଡାକ୍ତରଖାନା ପରିସରକୁ ସଫେଇ କରିଥିଲେ। ଏଥି ସହିତ ବିଧାୟକ ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରର ସବୁ ବିଭାଗକୁ ବୁଲି ରୋଗୀମାଙ୍କର ସୁବିଧା ଅସୁବିଧା ସମ୍ପର୍କରେ ରୋଗୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ବ୍ୟାସନଗର ପୌରପରିଷଦର ମହିଳା, ଯୁବ ଓ ବରିଷ୍ଠ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସେହିପରି ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ଝାଟିଆସାହି ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧୀ ଜୟନ୍ତୀ ପାଳିତ ହେଇଯାଇଛି। ଶନିବାର ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ମଲ୍ଲିକଙ୍କ ନେତୃତ୍ବରେ ଆୟୋଜିତ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଯଥା କୋରେଇ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୌରପରିଷଦର ଅନେକ ପୂର୍ବତନ କଂଗ୍ରେସ କାଉନ୍ସିଲର, କର୍ମକର୍ତ୍ତା ଓ କଂଗ୍ରେସ କର୍ମୀ ଯୋଗ ଦେଇ ରାମଧୁନ ଗାଇବା ସହିତ ଗାନ୍ଧିଜୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

16:41 October 02

ଗାନ୍ଧୀ ଜୟନ୍ତୀରେ ଚିଲିକାର ବିଲୁପ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସାଇକେଲ ଶୋଭାଯାତ୍ରା

ଗାନ୍ଧୀ ଜୟନ୍ତୀରେ ଚିଲିକାର ବିଲୁପ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସାଇକେଲ ଶୋଭାଯାତ୍ରା

ବ୍ରହ୍ମଗିରି:ଗାନ୍ଧୀ ଜୟନ୍ତୀରେ ବନ୍ୟଜନ୍ତୁ ସୁରକ୍ଷାର ବାର୍ତ୍ତା ନେଇ ସାଇକେଲ ଶୋଭାଯାତ୍ରା  । ଆଜି ଗାନ୍ଧୀ ଜୟନ୍ତୀରରେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଚିଲିକାର ବିଲୁପ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସାଇକେଲ ଶୋଭାଯାତ୍ରା କରାଯାଇଛି  ।

ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଅବସରରେ ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତର ବାରପଣିଆ ଛକ ଠାରୁ ଗୋଲରା ପଯ୍ୟନ୍ତ ହରିଦାସ ଫିସିଙ୍ଗ କ୍ୟାଟ ସଂରକ୍ଷଣ କମିଟି ପକ୍ଷରୁ ଚିଲିକା କୁଳ ବର୍ତୀ ଗ୍ରାମ ଗୁଡିକରେ ସାଇକେଲ ଶୋଭାଯାତ୍ରା କରାଯାଇଛି। ଏହି ବିଲୁପ୍ତ ପ୍ରାଣୀର ସୁରକ୍ଷା ବାର୍ତ୍ତା ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଛି। ଚିଲିକା ମଧ୍ୟରେ ଥିବା ନଳବଣ ଗୁଡିକରେ ଏହି ଫିସିଙ୍ଗ କ୍ୟାଟ ରହିଥାନ୍ତି। ଏହି ବିଲୁପ୍ତ ବନ୍ୟପ୍ରାଣୀକୁ ସିଡ୍ୟୁଲ 1 ର ବନ୍ୟ ପ୍ରାଣୀ ରୂପେ ସରକାର ଘୋଷଣା କରି ଏହାର ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିଛନ୍ତି।  

ସେହିପରି ଖୋର୍ଦ୍ଧା ଜିଲ୍ଲାର ଭୁସଣ୍ଡପୁର ଓ ସୋରଣ ଏବଂ ବ୍ରହ୍ମଗିରି ହରିଦାସ ଚିଲିକା ଅଞ୍ଚଳରେ ଏହି ବିଲୁପ୍ତ ବନ୍ୟପ୍ରାଣୀର ସୁରକ୍ଷା ପାଇଁ ତିନୋଟି ସୁରକ୍ଷା କମିଟି ଗଠନ କରିଛନ୍ତି। ଚଳିତ ବର୍ଷ ଠାରୁ ଡ଼ଲଫିନ ଗଣନା ପରି ଫିସିଙ୍ଗ କ୍ୟାଟର ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜିର ସଚେତନ କାର୍ଯ୍ୟକର୍ମ ପାଇଁ CDA ଓ TFC ମିଳିତ ଭାବେ ସହଯୋଗ କରିଥିଲେ।

ବ୍ରହ୍ମଗିରିରୁ ଦେବାଶିଷ ଦାଶ,ଇଟିଭି ଭାରତ

16:10 October 02

ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛତା କାର୍ଯ୍ଯକ୍ରମ ଓ ରକ୍ତଦାନ ଶିବିର

ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛତା କାର୍ଯ୍ଯକ୍ରମ ଓ ରକ୍ତଦାନ ଶିବିର

ଭଦ୍ରକ :  ପାଳିତ ହୋଇଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଏହି ଉପଲକ୍ଷେ ଭଦ୍ରକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।  

ଚରମ୍ପା ଛକ ନିକଟରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମକୁ ଭଦ୍ରକ ସାଂସଦ ଓ ବିଧାୟକ ଉଦଘାଟନ କରିବା ସହ ସହରକୁ କିଛି ସମୟ ପାଇଁ ସ୍ବଚ୍ଛ କରିଥିଲେ। ଏହା ପରେ ଏରେଇଁ ପଞ୍ଚାୟତରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିରକୁ ଭଦ୍ରକ ସାଂସଦ ଓ ବିଧାୟକଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା। ଏରେଇଁ ସରପଞ୍ଚଙ୍କ ତତ୍ତ୍ବାବଧାନର ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା  । ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ହୋଇ ନିଜର ରକ୍ତଦାନ କରିଥିଲେ। ପରେ ଗାନ୍ଧୀ ପଡିଆ ସ୍ଥିତ ଗାନ୍ଧୀଙ୍କ ମୂର୍ତ୍ତିରେ ଭଦ୍ରକ ସାଂସଦ ଓ ବିଧାୟକ ପୁଷ୍ପ ମାଲ୍ୟର୍ପଣ କରିଥିଲେ  ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

16:08 October 02

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପାଳନ କଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପାଳନ କଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ସୁନ୍ଦରଗଡ:ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ  । ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ନିଆରା ଢଙ୍ଗରେ ପାଳନ କରିଛି ।

ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦୁଇ ମହା ପୁରୁଷଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ମାଲ୍ୟାର୍ପଣ କରି ମହାନ ରାଷ୍ଟ୍ର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଏକ ସର୍ବଧର୍ମୀୟ ସଦଭାବନା ପ୍ରାର୍ଥନା ସଭା ଆୟୋଜିତ କରି ଦିବଙ୍ଗତ ମାହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ। ଏହି ସର୍ବଧର୍ମୀୟ ପ୍ରାର୍ଥନା ସଭାରେ ଗୀତା, ବାଇବେଲ , କୋରାନ ଓ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ପାଠ କରାଯାଇଥିଲା । ତେବେ ସୁନ୍ଦରଗଡରେ ଏହି ଜନ୍ମଦିନ ପାଳନ ପାଇଁ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ତରଫରୁ ଭୋରରୁ ରାମ ଧୂନ ଓ ସଂକୀର୍ତ୍ତନ କରାଯାଇ ସାରା ସହରକୁ ପବିତ୍ର କରାଯାଇଥିଲା ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

15:38 October 02

ଗାନ୍ଧୀ ଜୟନ୍ତୀରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ପ୍ରଶାସନ

ଗାନ୍ଧୀ ଜୟନ୍ତୀରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ପ୍ରଶାସନ

ଢେଙ୍କାନାଳ:  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ପାଳିତ । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି ଗାନ୍ଧୀ ଜୟନ୍ତୀ । ଢେଙ୍କାନାଳ ସହରର ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଯୋଗଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ପୌର ସଫେଇ କର୍ମଚାରୀ ମାନଙ୍କୁ ମାନପତ୍ର ଓ ଗୋଲାପ ଫୁଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

15:19 October 02

ରାଜ୍ୟ କଂଗ୍ରେସ ପାଳନ କଲା ଗାନ୍ଧୀ ଜୟନ୍ତୀ

ରାଜ୍ୟ କଂଗ୍ରେସ ପାଳନ କଲା ଗାନ୍ଧୀ ଜୟନ୍ତୀ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି  । କଂଗ୍ରେସ ବିଧାୟକ ସୁର ରାଉତରାୟ ଭୁବନେଶ୍ବର ଗାନ୍ଧୀ ପାର୍କରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ମୂର୍ତ୍ତିର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସେହିପରି କଂଗ୍ରେସ ଭବନ ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ଅନ୍ୟ କର୍ମୀ ମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦେଶ ସ୍ବାଧୀନତାର 75 ତମ ବର୍ଷ ପାଳନ କରୁଥିବା ବେଳେ ଗାନ୍ଧୀଙ୍କ ନୀତି ଆଦର୍ଶରେ କଂଗ୍ରେସ ଅନୁପ୍ରାଣିତ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ତେବେ ବାପୁଜୀ ନଗରରେ 100 ଫୁଟ ଉଚ୍ଚତାର ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ତିଆରି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଆଜିର ଦିନରେ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ନେତା ଓ କର୍ମୀ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

15:05 October 02

ରାଜ୍ୟ ସଂଗ୍ରହାଳୟ ପାଳନ କଲା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ

ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଗାନ୍ଧି ଜୟନ୍ତୀ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଗାନ୍ଧି ଜୟନ୍ତୀ ଉତ୍ସବ ପାଳନ କରାଯାଇଛି। ଜାତିର ପିତା  ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି  । ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମକୁ କରାଯାଇଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ସୁରେଶ ଚନ୍ଦ୍ର ଦଳାଇ ଉଦ୍‌ଘାଟନ କରିଥିଲେ । ଏହି ଉପଲକ୍ଷେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତିକୁ ନେଇ ସ୍ଵତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ଏହାସହ ଅନୁଗ୍ରନ୍ଥରେ ଗାନ୍ଧିଜୀ’ ଶୀର୍ଷକ ଛାୟାନାଟକ (ରାବଣ ଛାୟ) ପରିବେଷିତ ହୋଇଥିଲା । ଏହି ନାଟକ ମାଧ୍ୟମରେ ରାବଣଛାୟା ପରି ଲୁପ୍ତପ୍ରାୟ କଳାକୁ ବିଶ୍ଵଦରବାରରେ ପରିଚିତ କରିବାର ପ୍ରୟାସ କରାଯାଇଥିଲା।

ଅନ୍ୟପଟେ ଗାନ୍ଧିଜୀଙ୍କ ପରି ଆଗକୁ ରାଜ୍ୟରେ ଅନେକ ସ୍ଥାନରେ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଦୁଇ ମହାନ ଜନନୟକଙ୍କର ଜୟନ୍ତୀକୁ ସମାନ ଢଙ୍ଗରେ ପାଳନ କରାଯିବ ବୋଲି କହିଛନ୍ତି ବିଭାଗର ନିର୍ଦ୍ଦେଶକ । ଏହି କାର୍ଯ୍ୟକ୍ରମରେ ରଞ୍ଜନ କୁମାର ଦାସ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ମୁଖ୍ୟ ଅତିଥି ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡ ଲେନିନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

11:43 October 02

ବାଲେଶ୍ବରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର: ଗାନ୍ଧୀ ଜୟନ୍ତୀରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ରାଜନୈତିକ ତଥା ଅନୁଷ୍ଠାନ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସିନେମା ଛକ ଶହିଦପାର୍କ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ପରେ ବାପୁଙ୍କ ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସଦର ବିଧାୟକ ସ୍ୱରୂପ ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଉପସ୍ଥିତ ଥିଲେ । ବାଲେଶ୍ଵର ଭାଇଚାରାର ସହର ହୋଇଥିବା ବେଳେ ଏହାକୁ ସବୁଦିନ ଅକ୍ଷୂର୍ଣ୍ଣ ରଖିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

11:34 October 02

ବୌଦ୍ଧରେ ବାପୁଜୀ-ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ:ରାଜ୍ୟର ବିଭିନ୍ନ ସ୍ଥାନରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ, ପିଡି, ସଂସ୍କୃତି ଅଧିକାରୀ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ତେବେ ଏହି ଅବସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ରାଜତନ୍ତ୍ର ଶାସନ କାଳରେ ଏକାଧିକ ବାର ଦର୍ଶନର ସୁଯୋଗ ପାଇଥିବା ବୌଦ୍ ର ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ନିଜ ଗାନ୍ଧୀ ଦର୍ଶନ ବାବଦରେ ଆଲୋଚନା କରିଛନ୍ତି । ଗାନ୍ଧୀଙ୍କ ଝାରସୁଗୁଡା, ରେଢାଖୋଲ, ବାମୁର ଗସ୍ତ ସମୟରେ ଗୌର ମୋହନ ମିଶ୍ର ବାପୁଜୀଙ୍କ ଦର୍ଶନ ସମ୍ପର୍କରେ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

11:14 October 02

ବିଭିନ୍ନ ସ୍ଥାନରେ ବାପୁଜୀ-ଶାସ୍ତ୍ରୀଜୀଙ୍କ ଜୟନ୍ତୀରେ ସ୍ମୃତିଚାରଣ

ଭୁବନେଶ୍ବର: ବିଜେପି ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ଗାନ୍ଧୀ ଜୟନ୍ତୀ ପାଳିତ । ଗାନ୍ଧୀ ପାର୍କରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେପି କର୍ମକର୍ତ୍ତା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ଜୀବନଚରିତ ଉପରେ ସ୍ମୁତିଚାରଣ କରିଛନ୍ତି । 
 

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 2, 2021, 7:28 PM IST

ABOUT THE AUTHOR

...view details