ଭୁବନେଶ୍ବର:ଗାନ୍ଧୀଙ୍କ ଓଡିଶା ଆଗମନକୁ ୧୦୦ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ଆଜି ତାଙ୍କୁ ସମସ୍ତେ ମନେପକାଉଛନ୍ତି । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ମଧ୍ୟ ଗାନ୍ଧୀଙ୍କ ନେଇ ମତ ରଖିଛନ୍ତି । ଜାତିବାଦ ବିରୋଧୀ ଥିଲେ ଗାନ୍ଧୀ। ହରିଜନ ଓ ଦଳିତ ମାନଙ୍କୁ ମନ୍ଦିର ପ୍ରବେଶ କରିବା ନେଇ ମୁଖ୍ୟ ଭୂମିକା ଥିଲା । ହରିଜନ ଓ ଦଳିତ ଶ୍ରେଣୀର ଲୋକଙ୍କୁ ଭଲ ପାଉଥିଲେ ।
ହରିଜନ ପତ୍ରିକାରେ ଉଲ୍ଲେଖ ଅଛି ଯେ,ଗାନ୍ଧୀ କହିଥିଲେ ଯେ , ଯଦି ଜଣେ ଉପବାସରେ ଶୋଉଛି ତାହାଲେ ପ୍ରକୃତ ସ୍ଵରାଜ ପାଇପାରୁ ନାହିଁ ବୋଲି ମୁଁ ଭାବିବି , ଏବଂ ଗାନ୍ଧୀ ଅହିଂସାର ପୂଜାରୀ ଥିଲେ । ଏହାକୁ ସମ୍ବିଧାନରେ ସ୍ଥାନ ଦିଆଯାଉ । ଅହିଂସାକୁ ସ୍ଥାନ ଦେବା ପାଇଁ ରାଜ୍ୟ ସରକାର ଚାହୁଁଛନ୍ତି । ଏବେ ସୋସିଆଲ ଜିମ ନାହିଁ ।ଏବଂ ଡେମୋକ୍ରାଟିକ୍ ନର୍ଭ ଡଷ୍ଟବିନରେ ପକାଯାଇଛି ଭଳି ଲାଗୁଛି । ଗାନ୍ଧୀଙ୍କ ହତ୍ୟା କରିଥିବା ଲୋକ ତାଙ୍କର ନୀତି ଆଦର୍ଶକୁ ଅନୁପ୍ରାଣିତ ହେଉଥିବା ବ୍ୟକ୍ତିତ୍ବ ଆଜି ଦେଶର ଶାସନ କରୁଛନ୍ତି ।