ଭୁବନେଶ୍ବର: କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା । ମା ଦୁର୍ଗାଙ୍କ ଶାରଦୀୟ ଉତ୍ସବ ଶେଷ ହେବା ପରେ ଧନର ଦେବୀ ମା ଲକ୍ଷ୍ମୀଙ୍କ ଆବାହାନର ସମୟ ଆସିଛି । ଏଥିପାଇଁ ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବାବେଳେ ନୟାପଲ୍ଲୀ ଯୁବ ପରିଷଦ ଏଥିରେ ଅଗ୍ରଣୀ ଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ପରିଷଦର 14 ତମ ପୂଜା ଆୟୋଜନ ହେବାକୁ ଯାଉଥିବାବେଳେ ପ୍ରଥମ ମଣ୍ଡପ ଭାବେ ନୟାପଲ୍ଲୀରେ ମା ଲକ୍ଷ୍ମୀଙ୍କ ଚାନ୍ଦି ମୁକୁଟ ଓ ଅଳଙ୍କାର ଲାଗି ହେବାକୁ ଯାଉଛି।
ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ନିଖିଳ କୁମାର ବଳବନ୍ତରାୟ କହିଛନ୍ତି କି, ଚଳିତଥର ପୂଜାକୁ ଆକର୍ଷଣୀୟ କରିବା ପାଇଁ ରାଜସ୍ଥାନ ମନ୍ଦିର ସଦୃଶ୍ୟ ତୋରଣ ନିର୍ମାଣ କରାଯାଉଥିବାବେଳେ 2କେଜି ଓଜନର ମାଙ୍କ ପାଇଁ ମୁକୁଟ ଓ ହାର ପ୍ରସ୍ତୁତ କରାଯାଉଛି।