ଓଡିଶା

odisha

ETV Bharat / city

ଫନିର ପ୍ରଭାବ: ବାଲିଚର ଭିତରେ ଚନ୍ଦ୍ରଭାଗା

ବାତ୍ୟା ଫନିର ପ୍ରଭାବରେ ଚନ୍ଦ୍ରଭାଗା କୁଳରେ ପାଞ୍ଚ ଫୁଟ ଉଚ୍ଚର ପାଣି ଉଠି ରାସ୍ତାରେ ମାଡିଯାଇଛି ବାଲି । ଆଉ ସେଥିପାଇଁ ଯାତାୟତ ଏକପ୍ରକାର ଠପ୍ ।

By

Published : May 6, 2019, 11:39 AM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରଳୟଙ୍କାରୀ ବାତ୍ୟା ଫନିର ପ୍ରଭାବରେ ଚନ୍ଦ୍ରଭାଗାରେ ସ୍ଥିତି ସଙ୍ଗୀନ । ପାଞ୍ଚ ଫୁଟ ଉଚ୍ଚର ପାଣି ଉଠି ମାଡି ଯାଇଛି ବାଲି । ଯାହାକି ସ୍ଥାନୀୟ ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ଚନ୍ଦ୍ରଭାଗା କୁଳରେ ଥିବା ପଇଡ ଦୋକାନ ଦେଖିଲେ ଏଥିରୁ ବାରି ହୋଇପଡୁଛି ଏଠାକାର ପରିସ୍ଥିତି କିପରି । ବାଲିଚର ଭିତରେ ବୁଡି ରହିଛି ପୁରା ଦୋକାନ ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଫନିର ତାଣ୍ଡବ ପରେ ଚନ୍ଦ୍ରଭାଗାର ସ୍ଥିତି ଦେଖିବା ପାଇଁ ଲୋକଙ୍କ ଭିଡ ଲାଗୁଛି । ହେଲେ ଚନ୍ଦ୍ରଭାଗା ଯିବା ସମ୍ଭବ ହୋଇଥିଲେ ମଧ୍ୟ ଚନ୍ଦ୍ରଭାଗାରୁ ପୁରୀ ଯିବାପାଇଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । କାରଣ ରାସ୍ତା ଉପରେ ଆଣ୍ଠୁଏ ଉଚର ବାଲି । ତେଣୁ ଦୁଇଚକିଆ କି ଚାରିଚକିଆ ଗାଡି ଯିବା ମୁସ୍କିଲ ।

ଏନେଇ ପ୍ରଶାସନ ପକ୍ଷରୁ ରାସ୍ତା ଉପରୁ ବାଲି ଉଠାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ପୁରୀକୁ ଯୋଗାଯୋଗ ବିଛିନ୍ନ ରହିଛି ।


ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details