ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା । ପୁନରୁଦ୍ଧାର କାର୍ଯ୍ୟ ଦୃଷ୍ଟିରୁ କଟକଣା ଜାରି କଲା କମିସନରେଟ ପୋଲିସ । ରାଜଭବନରୁ ଗୋପବନ୍ଧୁ ଛକ ରାସ୍ତାରେ ଯାତାୟାତ ନେଇ କଟକଣା । ପୁନରୁଦ୍ଧାର କାର୍ଯ୍ୟ ଶେଷ ନହେବା ଯାଏଁ ରାସ୍ତାରେ ଯାତାୟାତ ମନା । ‘ନୋ ପ୍ଲେଇଂ ଜୋନ’ ଘୋଷଣା କରିଛନ୍ତି ଭୁବନେଶ୍ବର-କଟକ ଡିସିପି ଟ୍ରାଫିକ ।
ପେଟ୍ରୋଲ ପମ୍ପରେ ନିଆଁ: ରାଜଭବନରୁ ଗୋପବନ୍ଧୁ ଛକ 'No Plying Zone' ଘୋଷଣା - Rajbhavan to Gopabandhu is declared No Plying Zone
ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା । ‘ନୋ ପ୍ଲେଇଂ ଜୋନ’ ଘୋଷଣା କରିଛନ୍ତି ଭୁବନେଶ୍ବର-କଟକ ଡିସିପି ଟ୍ରାଫିକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ପେଟ୍ରୋଲ ପମ୍ପରେ ନିଆଁ: ରାଜଭବନରୁ ଗୋପବନ୍ଧୁ ଛକ 'No Plying Zone' ଘୋଷଣା
ସୂଚନା ଥାଉକି ଆଜି ଅପରାହ୍ନରେ ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଥିବା ସିଏନଜି ଟାଙ୍କି ବିସ୍ଫୋରଣ ହୋଇଛି । ତେବେ ଏହି ଘଟଣାରେ 8 ଜଣ ଆହତ ହୋଇଥିବା ବେଳେ 2 ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି ବୋଲି ସୂଚନା ଦେଇଛନ୍ତି ସିପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Oct 7, 2020, 10:56 PM IST