ଓଡିଶା

odisha

ETV Bharat / city

ବିପଦକୁ ନାହିଁ ଖାତିର, ଜନତାଙ୍କ ସେବାରେ ଉତ୍ସର୍ଗ ‘ଖାକି’ - ଜନତାଙ୍କ ସେବାରେ ଉତ୍ସର୍ଗ ‘ଖାକି’

ସେମାନେ ଥକିନାହାନ୍ତି, ସେମାନେ ଅଟକିନାହାନ୍ତି । ବିନା ଛୁଟିରେ ଆପଣ ଆଉ ଆମକୁ ସୁରକ୍ଷା .. ବର୍ଷତମାମ ନିଜ ପରିବାର-ପ୍ରିୟ ପରିଜନ ଠାରୁ ଦୂରରେ ରହି ସେମାନେ ଲଢିଚାଲିଛନ୍ତି ଆଉ ଜାରି ରଖିଛନ୍ତି ଭୂତାଣୁ ବିରୋଧୀ ସଂଗ୍ରାମ...

ଜନତାଙ୍କ ସକଟମୋଚକ
ଜନତାଙ୍କ ସକଟମୋଚକ

By

Published : Apr 24, 2021, 9:31 PM IST

ଭୁବନେଶ୍ବର : ରାତି ହେଉ କି ଦିନ, ଘର ହେଉ ବା ବାହାର । ହସ୍ପିଟାଲଠୁ ଆରମ୍ଭ କରି ରାସ୍ତା ଘାଟ ପର୍ଯ୍ୟନ୍ତ, ଅହରହ ଭୁତାଣୁ ଯୁଦ୍ଧରେ ସାଜିଛନ୍ତି ସେମାନେ ସଙ୍କଟମୋଚକ । ନିଜେ ଆକ୍ରାନ୍ତ ହୁଅନ୍ତୁ ପଛେ, ଲୋକଙ୍କ ସେବା ପାଇ ଖାକି ବର୍ଦ୍ଦି ପିନ୍ଧି ନିଭାଇଚାଲିଛନ୍ତି କର୍ତ୍ତବ୍ୟ ।

ହସ୍ପିଟାଲରେ କୋରୋନା ରୋଗୀକୁ ସ୍ଥାନାନ୍ତର ହେଉ ବା କୋଭିଡ଼ ହସ୍ପିପିଟାଲର ସୁରକ୍ଷା ଦାୟିତ୍ବ, କଣ୍ଟେନମେଣ୍ଟ ଜୋନକୁ ଠୁ ଆରମ୍ଭ କରି ସଂକ୍ରମଣ ପ୍ରବଣ ଅଚଳ ସବୁଠି ସେମାନେ ନିୟୋଜିତ । ଅନୁପ୍ରବେଶ ପାଇଁ ବାରଣ ଥିବା ସତ୍ତ୍ବେ ଲୋକଙ୍କ ସେବା ପାଇ ଡ଼୍ୟୁଟି କରିଚାଲିଛନ୍ତି ବିନା ଦିଧ୍ବାରେ । ରାସ୍ତା ଉପରେ ଆମାନିଆଙ୍କୁ ସାବାଡ ସହ ଲୋକଙ୍କ ହିତ ପାଇଁ ବଜାର ଘାଟରେ କରୁଛନ୍ତି ସଚେତନ ।

ବିପଦକୁ ନାହିଁ ଖାତିର, ଜନତାଙ୍କ ସେବାରେ ଉତ୍ସର୍ଗ ‘ଖାକି’

ପୋଲିସ ହେଲେ ବି ସେମାନେ ମଣିଷ.. ମନରେ ଭୂତାଣୁ ଭୟ ଥିଲେ ସୁଦ୍ଧା, ସେମାନେ ପଛଘୁଞ୍ଚା ଦେଇନାହାନ୍ତି କର୍ତ୍ତବ୍ୟରୁ । ଜନତାଙ୍କୁ ସୁରକ୍ଷା ଦେଉ ଦେଉ ବହୁତ ସମ୍ମୁଖ ଯୋଦ୍ଧା କବଳିତ ହୋଇଛନ୍ତି କୋରୋନା ପଞ୍ଝାରେ । କମିସନରେଟ ପୋଲିସର ତଥ୍ୟ ଅନୁସାରେ କୋଭିଡ଼ ଆରମ୍ଭରୁ ଏବେ ସୁଦ୍ଧା ୧୫୬୧ଜଣ ଆକ୍ରାନ୍ତ ହୋଇଛନ୍ତି କୋରୋନାରେ । ସେମାନଙ୍କ ମଧ୍ୟରୁ ଵିଭିନ୍ନ ଥାନା ଓ ପୋଲିସ ମୁଖ୍ୟାଳୟ ସମେତ ରିଜର୍ଭ ବାଟାଲିୟନ କାର୍ଯ୍ୟରତ ୭ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏପରିକି ଗୋଟିଏ ଥାନାରେ ୩୫ଜଣ ଷ୍ଟାଫରୁ ୨୮ଜଣ ଆକ୍ରାନ୍ତ ହୋଇ ବି ଥାନା ଚଲାଇଛନ୍ତି ଅଫିସର । ହେଲେ ଅଟକିନି କୋଭିଡ଼ ଡ଼୍ୟୁଟି।

ସଟଡାଉନ, ଲକଡାଉନ, କଣ୍ଟେନମେଣ୍ଟ ସତ୍ତ୍ବେ ମଧ୍ୟ ପିସିଆର ଠାରୁ ଥାନା, ପୋଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ସବୁଠୁ ସହ ଦମ୍ଭର ସହ ଜାରି ରଖିଛନ୍ତି କୋରୋନା ଭୂତାଣୁ ସହ ସଂଗ୍ରାମ । ସେମାନେ ଅଛନ୍ତି , ସେଥିପାଇଁ ଆମେ ସୁରକ୍ଷିତ.. କୋରୋନା ରୂପୀ ରାକ୍ଷାସର ବିନାଶ ପାଇଁ ଲଢେଇ ଜାରି ରଖିଛନ୍ତି, ସେଥିପାଇଁ ଆମେ ଘରେ ଶାନ୍ତିରେ ନେଉଛୁ ନିଶ୍ବାସ ।

ବର୍ତ୍ତମାନର ଯୁଦ୍ଧସମ ପରିସ୍ଥିତିରେ ସାମାଜ ପାଇ ନିଜକୁ ଉତ୍ସର୍ଗ କରୁଥିବା ଆମ ପୋଲିସ କର୍ମଚାରୀ ଓ ତାଙ୍କ ପରିବାରକୁ ସହେ ସଲାମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details