ଓଡିଶା

odisha

ETV Bharat / city

ଆଜି ଠାରୁ ନନ୍ଦନକାନନରେ ପୁଣି ଗଡିବ ଶିଶୁ ରେଳ ଗାଡି - Nandankanan will be reopened by a children's train

ଆଜି (ମଙ୍ଗଳବାର) ଠାରୁ ନନ୍ଦନକାନନରେ ଗଡିବ ଶିଶୁ ରେଳ ଗାଡି । ଶୁଭାରମ୍ଭର କେଇ ଦିନ ଗଡିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ଫଳରେ କିଛି ଦିନ ଧରି ବନ୍ଦ ରହିଥିଲା । ଅଧିକ ପଢନ୍ତୁ

Nandankanan
Nandankanan

By

Published : Nov 16, 2021, 7:04 AM IST

Updated : Nov 16, 2021, 8:43 AM IST

ଭୁବନେଶ୍ବର: ଆଜି(ମଙ୍ଗଳବାର) ଠାରୁ ନନ୍ଦନକାନନରେ ଗଡିବ ଶିଶୁ ରେଳ ଗାଡି । ଶୁଭାରମ୍ଭର କେଇ ଦିନ ଗଡିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ଫଳରେ କିଛି ଦିନ ଧରି ବନ୍ଦ ରହିଥିଲା ।

ନନ୍ଦନକାନନରେ ଶିଶୁ ରେଳ ଗାଡିକୁ ସବୁଜ ସଙ୍କେତ ମିଳିଛି। ତେବେ ପୁଣିଥରେ ପ୍ରଚଳନ ପାଇଁ RITES ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ତେଣୁ ଆସନ୍ତାକାଲି ଠାରୁ ନନ୍ଦନକାନନରେ ପୁଣିଥରେ ଶିଶୁ ରେଳ ଗାଡି ଗାଡିବ। ଶିଶୁ ରେଳଗାଡି ଦୈନିକ 6 ଥର ଗାଡିବ। ସକାଳ 10 ଟା, 11 ଟା, ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଓ ଅପରାହ୍ନ 2 ଟା , 3 ଟା ଓ 4 ଟା ସମୟ ପର୍ଯ୍ୟନ୍ତ ଗଡିବ।

ଏହି ଶିଶୁ ରେଳ ଗାଡି ପାଇଁ 30 ମିନିଟ ପୂର୍ବରୁ ଟିକେଟ ଦିଆଯିବ। ବର୍ତ୍ତମାନ ସମୟରେ 72 ଜଣ ପର୍ଯ୍ୟଟକ ପ୍ରତି ଟ୍ରିପରେ ଯାଇପାରିବେ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ନନ୍ଦନକାନନରେ ଅକ୍ଟୋବର14 ତାରିଖ ରେ ଆରମ୍ଭ ହୋଇଥିଲା ଶିଶୁ ରେଳଗାଡି। ଏହାର ଶୁଭାରମ୍ଭ କରିବାର ଗୋଟିଏ ଦିନ ପରେ ଟ୍ରେନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା।

ଯାହା ଫଳରେ ଅକ୍ଟୋବର15 ତାରିଖରୁ ଦୀର୍ଘ ଏକ ମାସ ଧରି ବନ୍ଦ ହୋଇ ପଡିଥିଲା ଶିଶୁ ରେଳଗାଡି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Nov 16, 2021, 8:43 AM IST

ABOUT THE AUTHOR

...view details