ଓଡିଶା

odisha

ଶୁକ୍ରବାର ଠୁ ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

By

Published : Jan 9, 2020, 7:30 PM IST

ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନ କରିବା ଲାଗି ଆସନ୍ତାକାଲି(ଶୁକ୍ରବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଜାନୁଆରୀ 11 ତାରିଖରେ ସମ୍ବଲପୁରରେ ଆୟୋଜିତ ସାଧାରଣ ସଭାରେ ସିଏଏ ବାବଦରେ କରିବେ ସମ୍ବୋଧିତ ।

giriraj singh
ସିଏଏ ସଚେତନତା କାର୍ଯ୍ୟକ୍ରମ, ଶୁକ୍ରବାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନ କରିବା ଲାଗି ଆସନ୍ତାକାଲି(ଶୁକ୍ରବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଜାନୁଆରୀ 11 ତାରିଖରେ ସମ୍ବଲପୁରରେ ଆୟୋଜିତ ସାଧାରଣ ସଭାରେ ସିଏଏ ବାବଦରେ କରିବେ ସମ୍ବୋଧିତ ।

କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଗିରିରାଜ ସିଂହ ଆସନ୍ତାକାଲି ଅପରାହ୍ନ 1ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଭୁବନେଶ୍ବରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାତି 9ଟାରେ ଟ୍ରେନ ଯୋଗେ ସମ୍ବଲପୁର ଗସ୍ତ କରିବେ ।

ଶନିବାର ଦିନ 10ଟାରେ ମନ୍ତ୍ରୀ ସମ୍ବଲପୁରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ଜନ ଜାଗରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।

ସୂଚନାଥାଉକି, ସିଏଏ ବାବଦରେ ସଚେତନତା ସୃଷ୍ଟି କରିବା ଲାଗି ବିଜେପି ବିଭିନ୍ନ ସ୍ଥାନରେ ସଭା କରି ଲୋକଙ୍କୁ ସଚେତନ କରୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details