ଭୁବନେଶ୍ବର: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଭୁବନେଶ୍ବର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଷ୍ଟେସନ ବାହାରେ ପ୍ରାୟ ୧୬ଟି ଟ୍ରେନ ଅଟକି ରହିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଚକ୍ରଧରପୁର ଡିଭିଜନରୁ ଏକ ମାଲବାହୀ ଟ୍ରେନ ଯୋଗେ ସିମେଣ୍ଟ ଲୋଡ ହୋଇ ଭୁବନେଶ୍ବର ଏବଂ କଟକକୁ ଆସୁଥିଲା । ତେବେ ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ପ୍ରାୟ ସାଢ଼େ ୮ଟା ସମୟରେ ଏହି ଟ୍ରେନର ପାଞ୍ଚଟି ୱାଗନ୍ ଲାଇନରୁ ଖସିଯାଇଛି । ଅଘଟଣ ଯୋଗୁଁ ଜନଶତାବ୍ଦୀ, ପୁରୀ-ଦୁର୍ଗ, ତପସ୍ବିନୀ, ପୁରୀ-ଗାନ୍ଧୀଧାମ ଓ ପୁରୀ-ହାଓଡ଼ା ଏକ୍ସପ୍ରେସ ସମେତ ପ୍ରାୟ ୧୬ଟି ଟ୍ରେନ ଷ୍ଟେସନ ବାହାରେ ଅଟକି ରହିଛି ।
ଅଘଟଣ ଯୋଗୁଁ ପ୍ରଭାବିତ ଟ୍ରେନ:-
- ଭୁବନେଶ୍ବର ଷ୍ଟେସନର ବାହ୍ୟ ସିଗନାଲରେ ନୂଆଦିଲ୍ଲୀ- ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ
- ଭୁବନେଶ୍ବର ଷ୍ଟେସନରେ ବାହତରେ ସିଗନାଲ ରେ ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ
- ଅମୃତସର-ବିଶାଖାପାଟଣା ହିରାକୁଦ୍ ଏକ୍ସପ୍ରେସ୍ ଆର୍ ମଞ୍ଚେଶ୍ୱର ଷ୍ଟେସନ୍ ୮ଟା ୪୫ ମିନିଟରୁ ଅପେକ୍ଷାରେ ରହିଛି
- ମଞ୍ଚେଶ୍ବର ବାହ୍ୟ ସିଗନାଲରେ ପାରାଦୀପ-ପୁରୀ ଏକ୍ସପ୍ରେସ
- ହାଓଡ଼ା-ଚେନ୍ନାଇ କରମଣ୍ଡାଳ ଏକ୍ସପ୍ରେସ କଟକରେ ୯ଟା ୪୦ ମିନିଟରୁ ଅପେକ୍ଷା କରିଛି
- ୯ଟା ୮ ମିନିଟ ଠାରୁ ନାରାଜରେ ସାଇନଗର ଶିରିଡି-ପୁରୀ ଏକ୍ସପ୍ରେସ
- ୯ଟା ୪୦ ମିନିଟ ଠାରୁ ନରାଜରେ ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ
- ଟାଟା-ବିଶାଖାପାଟଣା ଏକ୍ସପ୍ରେସ ୮ଟା ୩୨ ମିନିଟରେ ହରିଦାସପୁର ଛାଡିଥିଲା
- ତାପଙ୍ଗ ଷ୍ଟେସନରେ ଗୁଣୁପୁର-ରାଉରକେଲା ରାଜାରାଣୀ ଏକ୍ସପ୍ରେସ ୯ଟା ୧୦ ମିନିଟରୁ ଭୁବନେଶ୍ବରରେ ପୁରୀ-ଦୁର୍ଗ ଏକ୍ସପ୍ରେସ