ଓଡିଶା

odisha

ETV Bharat / city

ଏମ୍ସରେ ଚାକିରି ଦେବା ନାଁରେ ଠକେଇ, ଧରାପଡିଲେ ୪୨୦ ନର୍ସ

ଏମ୍ସରେ ଚାକିରି ଦେବା ନାଁରେ ଠକେଇ । ଧରାପଡିଲେ ୪୨୦ ନର୍ସ,ମାଷ୍ଟର ମାଇଣ୍ତକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ...

Fraud nurse arrested in bhubaneswar
ଏମସରେ ଚାକିରି ଦେବା ନାଁରେ ଠକେଇ, ଧରାପଡିଲେ ୪୨୦ ନର୍ସ

By

Published : Jul 26, 2020, 12:56 PM IST

Updated : Jul 26, 2020, 1:50 PM IST

ଭୁବନେଶ୍ବର: ଏମ୍ସରେ ଚାକିରି ଦେବା ନାଁରେ ଠକେଇ। ଆଡଭାନ୍ସ ୧୦ ହଜାର ନେବାପରେ ଦେଢ ଲକ୍ଷ ନେବାକୁ ଡିଲ କଲାବେଳେ ଧରାପଡିଲେ ଠକ ନର୍ସ। ଏଭଳି ଏକ ଠକେଇର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସ । ଏୟାରଫିଲ୍ଡ ଥାନା ସହାୟତରେ ଅଭିଯୋଗକାରିଣୀ ସଞ୍ଜିତା ମହାପାତ୍ର ଠକ ନର୍ସଙ୍କୁ ଧରାଇଛନ୍ତି। ସୂଚନା ମୁତାବକ ୧ମାସ ପୂର୍ବରୁ କୋଭିଡ କ୍ୟାପିଟାଲ ହସପିଟାଲରେ କାମ କରୁଥିବା ସଞ୍ଜିତାଙ୍କୁ ଏକ କଲ ଆସିଥିଲା । ଆପଣ କୋଭିଡରେ କାମ କରୁଛନ୍ତି, ଏମ୍ସରେ କାମକରିବାକୁ ଚାହୁଁଛନ୍ତି କି । ହେଲେ ଏଥିପାଇଁ ଆପଣଙ୍କୁ ୨ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ଠକ ଜଣକ କହିଥିଲେ। ପ୍ରଥମେ ୧୦ ହଜାର ଆଡଭାନ୍ସ ଆଉ ତାପରେ ବାକି ଟଙ୍କା ଦେବାକୁ ପଡିବ। ହେଲେ ୧୦ ହଜାର ଆଡଭାନ୍ସ ନେଇଥିଲେ ମାଷ୍ଟରମାଇଣ୍ଡ ଦିବ୍ୟ ରଞ୍ଜନ ମିଶ୍ର। ଯେକି, ବ୍ରହ୍ମପୁର ଏମକେସିଜିରେ କାମ କରନ୍ତି।

ଏମସରେ ଚାକିରି ଦେବା ନାଁରେ ଠକେଇ, ଧରାପଡିଲେ ୪୨୦ ନର୍ସ

ପ୍ରଥମେ ବିଶ୍ବାସ ଜନ୍ମାଇ ଜଣେ ନର୍ସ ମିତା ସେଠଙ୍କ ସହ ଯୋଗାଯୋଗ କରାଇଥିଲେ । ପରେ ମିତା ସେଠ ଆଉ ଜଣେ ଏମ୍ସର ନର୍ସ ସରସ୍ବତୀ ପରିଡାଙ୍କ ସହ ଯୋଗାଯୋଗ କରାଇବାକୁ କହି ପରେ ଦେଢ ଲକ୍ଷ ଦେବାକୁ ଏମ୍ସକୁ ଡାକିଥିଲେ। ହେଲେ ସେମାନଙ୍କର କାର୍ଯ୍ୟକଳାପରେ ସନ୍ଦେହ ହେବାରୁ ଅଭିଯୋଗକାରିଣୀ ପୋଲିସର ସହାୟତା ନେଇଥିଲେ । ଘରୋଇ ହସପିଟାଲର ନର୍ସ ଥିବା ମିତାସେଠଙ୍କୁ ପୋଲିସ ଗିରଫ କରିଥିଲା । ପରେ ତାଙ୍କୁ ଥାନାକୁ ଆଣି ଏକ ନୋଟିସ କରି ଛାଡି ଦେଇଥିଲେ। ସେପଟେ, ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିବା ପାଇଁ ଖୋଜୁଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Jul 26, 2020, 1:50 PM IST

ABOUT THE AUTHOR

...view details