ଓଡିଶା

odisha

ETV Bharat / city

ନେଲେ ଦେଢ କୋଟି ଦେଲେନି ପୋଲିସ ଚାକିରି, ୨ ଜଣଙ୍କୁ ବାନ୍ଧିଲା EOW - ପୋଲିସ ଚାକିରିରେ ଦୁର୍ନୀତି

ଓଡିଶା ପବ୍ଲିକ ସର୍ଭିସ କମିଶନରେ ଚାକିରି କରାଇଦେବାକୁ କହି ଦେଢ କୋଟି ହଡପ । ଗିରଫ ହେଲେ 2 ସହଯୋଗୀ । ଅଧିକ ପଢନ୍ତୁ...

ଚାକିରି ନାଁରେ ଦେଢ କୋଟି ଠକେଇ, ଗିରଫ ହେରେ 2 ସହଯୋଗୀ
ଚାକିରି ନାଁରେ ଦେଢ କୋଟି ଠକେଇ, ଗିରଫ ହେରେ 2 ସହଯୋଗୀ

By

Published : Nov 12, 2021, 12:39 PM IST

Updated : Nov 12, 2021, 1:37 PM IST

ଭୁବନେଶ୍ବର: ପୁଣି ପୋଲିସ ଚାକିରି ନାଁରେ ଠକାମୀ । ଓଡିଶା ପବ୍ଲିକ ସର୍ଭିସ କମିଶନରେ ଚାକିରି କରାଇଦେବାକୁ କହି ଦେଢ କୋଟି ହଡପ କରିଥିବା 2 ଅଭିଯୁକ୍ତ ଗିରଫ । ଉଭୟଙ୍କୁ ଅର୍ଥନୈତିକ ଅପରାଧ ଶାଖା(EOW) ଟିମ୍ ଗିରଫ କରି କୋର୍ଟଚାଲାଣ କରିଛି ।

ନେଲେ ଦେଢ କୋଟି ଦେଲେନି ପୋଲିସ ଚାକିରି, ୨ ଜଣଙ୍କୁ ବାନ୍ଧିଲା EOW

ସୂଚନା ଅନୁଯାୟୀ ଭୀମଶେନ ମହାରଣା ଏବଂ ବୈକୁଣ୍ଠ ନାଥ ନାୟକ ନାମକ 2 ବ୍ୟକ୍ତି କମ୍ବାଇନ ପୋଲିସ ସର୍ଭିସ ଏଣ୍ଟ୍ରାନ୍ସରେ ଚାକିରି କରାଇଦେବାକୁ କହି 38 ଜଣଙ୍କୁ ଠକିଥିଲେ । ନିଜକୁ ଅଫିସରର ପରିଚୟ ଦେଇ ଠକି ନେଇଛନ୍ତି ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା । 2013 ମସିହାରେ ଚାକିରି ପ୍ରତିଶ୍ରୁତି ଦେଇ ଏମାନଙ୍କ ଠାରୁ ଟଙ୍କା ହଡପ କରିଥିଲେ । ମାତ୍ର 2016ରେ ମେରିଟ୍ ଲିଷ୍ଟ ଆସିଥିଲେ ମଧ୍ୟ ସେମାନଙ୍କ ନାମ ଆସିନଥିଲା । ପରେ ରିଚେକିଂ ଲିଷ୍ଟରେ ଚାକିରି ହୋଇଯିବ କହିଥିଲେ ।

ଏସଆଇ, ସରଜାଣ୍ଟ, ହାବିଲଦାର ଆଦି ପୋଷ୍ଟ ପାଇଁ ଇଣ୍ଟର୍ଭ୍ୟୁ ଦେଇଥିବା ପିଲାଙ୍କ ପିଛା 6 ରୁ 7 ଲକ୍ଷ ଟଙ୍କା ନେଇଥିଲେ । ଏନେଇ EOWରେ ଅଭିଯୋଗ ହେବା ପରେ ଉଭୟଙ୍କୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 12, 2021, 1:37 PM IST

ABOUT THE AUTHOR

...view details