ଭୁବନେଶ୍ବର: ବିଟ କଏନ ନିବେଶ ଆଳରେ ଠକେଇର ନୂଆ ପ୍ଲାନ । ଭୁବନେଶ୍ଵରରୁ ଠକିନେଲେ ମଧ୍ୟପ୍ରଦେଶ ଠକ । ଚିଟଫଣ୍ଡ ପରେ ଏବେ ରାଜ୍ୟରେ ଠକେଇର ନୂଆ ଚାଲ । ୧୫ ରୁ ୨୦ ପ୍ରତିଶତ ପ୍ରଫିଟ ଦେବା ଆଳରେ ନିବେଶର ମାୟାଜାଲ ବିଛାଇଛନ୍ତି ଠକ । ଏମାନଙ୍କ ଟାର୍ଗେଟରେ ବ୍ୟବସାୟୀ ଓ ଇଞ୍ଜିନିୟର ଓ କଲେଜ ପଢୁଆ ଯୁବକ । ବିଟ କଏନ ନିବେଶ ଏମିତି ଠକେଇ ରଚନା ରଚୁଛନ୍ତି ଠକ ଲୁଟେରା ଦଳ । ଏମିତି ଢଙ୍ଗରେ ଠକିଥିବା ମଧ୍ୟପ୍ରଦେଶରୁ ଜଣେ ଠକକୁ ଗିରଫ କରିଛି କମିଶନରେଟ ପୋଲିସ।
ଗିରଫ ଅଭିଯୁକ୍ତ ହେଉଛି ଓମ ପ୍ରକାଶ ଭରଓ୍ବାତ । ଘର ମଧ୍ୟ ପ୍ରଦେଶ, ଖଡିପଡିଆ, ମଣ୍ଡାଶୁର ଜିଲ୍ଲାରେ। ଅଭିଯୁକ୍ତ ଏଯାବତ ୮୭ ଲକ୍ଷ ଟଙ୍କା ଠକିଥିବା ୩ଟି ଅଭିଯୋଗ ହୋଇଛି । ସୂଚନା ମୁତାବକ ଚିଟ ଫଣ୍ଡ ପରେ ଏବେ କ୍ରିପ୍ଟୋ କରେନ୍ସି ଆସୁଛି । ୧୫ ରୁ ୨୦ ପ୍ରତିଶତ ଲାଭ ଦେଖାଉଛନ୍ତି ଠକ । କମ ନିବେଶ କଲେ ଅଧିକ ରିଟର୍ଣ୍ଣ ନେବାର ଲୋଭ । ଯାହାକୁ ଅସ୍ତ୍ରକରି ଠକ ବିଛାଉଛନ୍ତି ଜାଲ। ଭୁବନେଶ୍ବର ଖଣ୍ଡଗିରିରେ ଏପରି ଅନେକ ବ୍ୟବସାୟୀଙ୍କୁ ପ୍ରଲୋଭିତ କରାଇ ଠକିନେଇଛନ୍ତି ଲକ୍ଷ ଲକ୍ଷ।