ଓଡିଶା

odisha

ETV Bharat / city

‘ଗୋଟିଏ ଦେଶ ଗୋଟିଏ ଭାଷା’: ମନକଥା କହିଲେ ତଥାଗତ

ଗୃହମନ୍ତ୍ରୀଙ୍କ ଗୋଟିଏ ଦେଶ ଗୋଟିଏ ଭାଷା ମନ୍ତବ୍ୟ ଉପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ହିନ୍ଦୀ ଭାଷାକୁ କାହା ଉପରେ ଲଦି ଦିଆଯିବା ଉଚିତ ନୁହେଁ ବୋଲି ପୂର୍ବତନ ସାଂସଦ ତଥାଗତ ଶତପଥୀ କହିଛନ୍ତି ।

By

Published : Sep 17, 2019, 9:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ହିନ୍ଦୀ ଭାଷା କାହା ଉପରେ ଲଦି ଦିଆ ନଯାଉ । ମାତୃଭାଷା ବ୍ୟତୀତ ଅନ୍ୟାନ୍ୟ ବିଷୟ ହିନ୍ଦୀରେ ପଢିଲେ ଆମର ଦୁଇ ତିନି ପିଢି ପରେ ଓଡିଆ ଭାଷାର ଅବସ୍ଥା କଣ ହେବ? ଗୋଟିଏ ଦେଶ ଗୋଟିଏ ଭାଷା ଲାଗୁ ଉପରେ ଗୃହମନ୍ତ୍ରୀ ଗୁରୁତ୍ବାରୋପ କରିବା ପରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ ଆହୁରି କହିଛନ୍ତି, ହିନ୍ଦୀ ଭାଷା ତା ବାଟରେ ରହିଥାଉ । କିନ୍ତୁ ଭାରତରେ ବହୁ ଭାଷା ଓ ସଂସ୍କୃତି ରହିଛି । ବିଭିନ୍ନ ରାଜ୍ୟର ଭାଷା ଅଲଗା । ଏହା ହେଉଛି ଆମ ବିଭିନ୍ନତାର ମଧ୍ୟରେ ଏକତା । ଏଭଳି ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଯେ କୌଣସି ଲୋକ ଚେଷ୍ଟା କରୁଛି ସମସ୍ତେ ବିରୋଧ କରିବା ଉଚିତ୍‌ । ହିନ୍ଦୀ ଭାଷାକୁ କେହି ବିରୋଧ କରୁ ନାହାନ୍ତି କିନ୍ତୁ ଏହାକୁ କାହା ଉପରେ ଲଦି ଦିଆଯାଉ ନାହିଁ ବୋଲି ତଥାଗତ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details