ଓଡିଶା

odisha

By

Published : Mar 14, 2022, 10:35 PM IST

ETV Bharat / city

ଔଦ୍ଧତ୍ୟ ନା ଆତ୍ମରକ୍ଷା ? ବାଣପୁର ଘଟଣାରେ ନିରପେକ୍ଷ ତଦନ୍ତ ହେଉ କହିଲେ ଦାମ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଘଟଣାକୁ ନେଇ ତୀର୍ଯ୍ୟକ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ । ଅଧିକ ପଢ଼ନ୍ତୁ

ବିଧାୟକଙ୍କ ଔଦ୍ଧତ୍ୟ ନା ଆତ୍ମରକ୍ଷା ? ବାଣପୁର ଘଟଣାରେ ହେଉ ନିରପେକ୍ଷ ତଦନ୍ତ: ଦାମ
ବିଧାୟକଙ୍କ ଔଦ୍ଧତ୍ୟ ନା ଆତ୍ମରକ୍ଷା ? ବାଣପୁର ଘଟଣାରେ ହେଉ ନିରପେକ୍ଷ ତଦନ୍ତ: ଦାମ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବିଜେପିର ସତ୍ୟାଗ୍ରହ ବନାମ ବିଜେଡି ସମ୍ବିଧାନ ଅନୁଯାୟୀ 3 ମାସ ଦଳରୁ ନିଲମ୍ବିତ ଅର୍ଥ ବହିଷ୍କାର ତର୍କ । ସେପଟେ ପୋଲିସ ସୁରକ୍ଷାରେ ଚାଲିଛି ବିଧାୟକଙ୍କ ଚିକିତ୍ସା । ଅନ୍ୟପଟେ ଘଟଣାକୁ ନେଇ ତୀର୍ଯ୍ୟକ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ।

ବିଧାୟକଙ୍କ ଔଦ୍ଧତ୍ୟ ନା ଆତ୍ମରକ୍ଷା ? ବାଣପୁର ଘଟଣାରେ ହେଉ ନିରପେକ୍ଷ ତଦନ୍ତ: ଦାମ

ଦାମୋଦର କହିଛନ୍ତି ଯେ, "ଜଗଦେବଙ୍କ ବିଶୃଙ୍ଖଳିତ ଆଚାରଣ ନୂଆ ନୁହେଁ । ଏହି କାରଣ ପାଇଁ ବିଜେଡି ତରଫରୁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇସାରିଛି । ଗଣତନ୍ତ୍ରରେ ଜଣେ ଲୋକପ୍ରତିନିଧିଙ୍କ ଏଭଳି ଆଚରଣ ଠିକ ନୁହେଁ । ବିଜେଡି ମଧ କହିସାରିଛି ପ୍ରଶାନ୍ତ ଜଗଦେବ ବିଜେଡିରେ ନାହାନ୍ତି । ପଞ୍ଚାୟତ ସମିତି ନିର୍ବାଚନ ବେଳେ କିଛି କାମ ନଥାଏ, ବିଧାୟକ କାହିଁକି ସେଠିକି ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ଦାମ ।"

ତା ସହିତ ସେଠାରେ କାହିଁକି ବିଜେପିର ଏତେ କର୍ମୀ ବାଡ଼ି ଧରି ସେଠାରେ ଉପସ୍ଥିତ ରହିଥିଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି । ଜଗଦେବଙ୍କ ଉପରେ ବିଜେପି କର୍ମୀ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ନିଜର ଜୀବନ ବଞ୍ଚାଇବା ପାଇଁ ଜଗଦେବ ଏଭଳି କାର୍ଯ୍ୟ କରିଥାଇପାରନ୍ତି ବୋଲି ଦାମ କହିଛନ୍ତି ।

ଯଦି ଏହି ଘଟଣାରେ ପ୍ରଶାନ୍ତ ଜଗଦେବଙ୍କ ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉଛି, ତେବେ ଯେଉଁ ବିଜେପି କର୍ମୀମାନେ ଆକ୍ରମଣରେ ସାମିଲ ଅଛନ୍ତି ତାଙ୍କ ଉପରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଉତ୍ତରପ୍ରଦେଶରେ ଏଭଳି ସମାନ ଘଟଣାରେ ବିଜେପି ନେତା କହିଁକି ଚୁପ ଥିଲେ ବୋଲି ମଧ୍ୟ ଦାମ ପ୍ରଶ୍ନ କରିଛନ୍ତି । ଏହା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାମ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details