ଓଡିଶା

odisha

ETV Bharat / city

ପ୍ରତିଷ୍ଠା ଦିବସରେ ପୂର୍ବତନ ଡିଜିଙ୍କୁ ଭୁଲିଗଲା କମିଶନରେଟ ପୋଲିସ, ଦୁଃଖ ପ୍ରକାଶ କଲେ ‘ପ୍ରକାଶ’ - ଟ୍ବିନସିଟି

କମିଶନରେଟ ପୋଲିସ ପାଳନ କରୁଛି ପ୍ରତିଷ୍ଠା ଦିବସ । 12 ବର୍ଷରେ ପଦାର୍ପଣ କରିଥିବା ଟ୍ବିନସିଟି ଆୟୋଜନ କରିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ସମସ୍ତ ପୂର୍ବତନ ଅଫିସରଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ଭୁଲିଗଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କୁ । ପଢନ୍ତୁ ପୂରା ଘଟଣା...

PHOTO
Prakash

By

Published : Jan 2, 2020, 9:43 PM IST

ଭୁବନେଶ୍ବର: 2008ରେ ପ୍ରତିଷ୍ଠା ହୋଇଥିବା କମିଶନରେଟ ପୋଲିସକୁ ପୁରିଛି 12 ବର୍ଷ । ଦ୍ବେତ ନଗରର ପରିବର୍ଦ୍ଧିତ ସହ ବଢୁଥିବା ଅପରାଧ ଓ ଆଇନ ଶୃଙ୍ଖଳା ପାଇଁ କମିଶନରେଟ ପୋଲିସ ଗଠନ ହୋଇଥିଲା । ଏହି ଅବସରରେ ଦ୍ବାଦଶ ପ୍ରତିଷ୍ଠା ଦିବସ ପାଳନ କରୁଛି ଟ୍ବିନ ସିଟି ପୋଲିସ । ପ୍ରତିଷ୍ଠା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛି ।

ଫଟୋ ସୌଜନ୍ୟ: @PrakashMishra_1

ଗଣଦୌଡ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂର୍ବତନ କର୍ମଚାରୀ, ଅଫିସର ସେମାନଙ୍କ ପରିବାର ବର୍ଗଙ୍କୁ ନିମନ୍ତ୍ରଣ କରିବା ସହ ବହୁ କାର୍ଯ୍ୟକ୍ରମ କରୁଛି । ଏହାସହ ସହରରେ ମହିଳା, ଯୁବତୀଙ୍କ ସୁରକ୍ଷା ପାଇଁ ଅଭିନବ କାର୍ଯ୍ୟକ୍ରମ ଘୋଷଣା ହୋଇଛି । କାର୍ଯ୍ୟକ୍ରମ ପାଇଁ ବହୁ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ସିଆରପିଏଫ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଥିବା ପ୍ରକାଶ ମିଶ୍ରଙ୍କୁ ନିମନ୍ତ୍ରଣ କରିନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରକାଶ ମିଶ୍ର । ଟ୍ବିଟ କରି ପ୍ରକାଶ କହିଛନ୍ତି ଅନେକ ଅବସରପ୍ରାପ୍ତ ଅଫିସରଙ୍କୁ ନିମନ୍ତ୍ରଣ କରାଯାଇଥିବା ଶୁଣୁଛି । କିନ୍ତୁ ମୋତେ କୌଣସି ନିମନ୍ତ୍ରଣ ମିଳିନାହିଁ । ଜାଣି ଖୁସି ଲାଗିଲା ଯେ, ସେମାନେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି । ହେଲେ ମୋତେ ନିମନ୍ତ୍ରଣ ନକରିବା ବ୍ୟଥିତ କରିଛି ।


ତେବେ କମିଶନରେଟ ପୋଲିସ ଅଜ୍ଞାତରେ ପ୍ରକାଶଙ୍କୁ ନିମନ୍ତ୍ରଣ କରିନାହିଁ କିମ୍ବା କୌଣସି ଚାପର ବଶବର୍ତ୍ତୀ ହୋଇ ନିମନ୍ତ୍ରଣ କରି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏ ସଂପର୍କରେ ଟ୍ବିନସିଟି ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ABOUT THE AUTHOR

...view details