ଭୁବନେଶ୍ବର: ଘୋଷଣା ହୋଇଛି ରାଜ୍ୟ ମନ୍ତ୍ରିମଣ୍ଡଳର ତାଲିକା । ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ନେବେ ଶପଥ । ତେବେ ଘୋଷଣା ହୋଇଥିବା ମନ୍ତ୍ରିମଣ୍ଡଳରେ ବିଜେପିରୁ ଆସି ବିଜୟ ଲାଭ କରିଥିବା ନେତାଙ୍କୁ ନବୀନ ପୁରସ୍କାର ଦେଇଛନ୍ତି ।
ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ଦୁଇ ନେତାଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି । ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଓ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଦୁଇ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି ।
ବିଜେପିରୁ ଆସିଲେ, ମନ୍ତ୍ରୀ ପଦ ପାଇଲେ - tusarkanti behera
ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଦୁଇ ନେତାଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି । ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଓ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।
ସୂଚନା ଥାଉକି, ନିର୍ବାଚନ ପୂର୍ବରୁ ବିଜେପି ନେତା ଥିବା ରଘୁନନ୍ଦନ ଦାସ ବିଜେପି ଛାଡି ବିଜେଡିରେ ଯୋଗଦେଇଥିଲେ । ପରେ ବିଜେଡି ଟିକେଟରେ ସେ ବାଲିକୁଦା-ଏରସମାରୁ ନିର୍ବାଚିତ ହୋଇଛନ୍ତି । ବିଜେପି ନେତା ଦାମ ରାଉତଙ୍କୁ ବିପୁଳ ଭୋଟରେ ହରାଇ ସେ ବିଜୟ ଲାଭ କରିଛନ୍ତି ।
ସେହିପରି କାକଟପୁର ବିଜେପି ଟିକେଟ ଫେରାଇ ବିଜେଡିରେ ସାମିଲ ହୋଇଥିଲେ ତୁଷାରକାନ୍ତି ବେହେରା । ତାଙ୍କୁ ମଧ୍ୟ ନବୀନ ନିଜ ଟିମ୍ରେ ସାମିଲ କରିଛନ୍ତି । ଯୁବ ଚେହେରା ଭାବେ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ପ୍ରଥମଥର ନିର୍ବାଚନ ମୈଦାନକୁ ଓହ୍ଲାଇ ବିଜୟୀ ଟୀକା ପିନ୍ଧିଥିବା ତୁଷାରଙ୍କୁ ନବୀନ ଭରସାକୁ ନେଇଛନ୍ତି ।