ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ସୁବିଧା ପାଇଁ ଏଣିକି ନୂଆ ବ୍ୟବସ୍ଥା ହେବ । ଯେଉଁମାନଙ୍କ ଟିପ ଚିହ୍ନ ଆସୁନାହିଁ, ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ହେବ । ଟିପ ଚିହ୍ନ ବାଧ୍ୟତାମୂଳକ ନିୟମକୁ କୋହଳ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ସୂଚନା ଦେଇଛନ୍ତି।
ଟିପ ଚିହ୍ନର ବିକଳ୍ପ ଆଣିବେ ସରକାର - ବିଧାନସଭା.
ଟିପ ଚିହ୍ନର ବିକଳ୍ପ ଆଣିବେ ସରକାର । ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କ ସୁବିଧା ପାଇଁ ଏଣିକି ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ପଢନ୍ତୁ ସଂପୂର୍ଣ୍ଣ ଖବର...
ଟିପ ଚିହ୍ନ
ଏଣିକି ଆଇରିସରେ ଆଖିର ସ୍କାନ କରାଯାଇ ବାୟୋମେଟ୍ରିକ ମ୍ୟାଚିଂ ହେବ । ଆଜି ବିଧାନସଭାରେ ଟିପ ଚିହ୍ନ ଆସୁନଥିବା ହିତାଧିକାରୀଙ୍କୁ ନେଇ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ