ଓଡିଶା

odisha

ETV Bharat / city

ବିଧାନସଭାରେ ଶହୀଦ ଦିବସ ପାଳିତ: ବାପୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ

ଓଡିଶା ବିଧାନସଭା ପରିସରରେ ଶହୀଦ ଦିବସ ପାଳିତ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 72ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ସହିଦ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

By

Published : Jan 30, 2020, 3:17 PM IST

ବିଧାନସଭାରେ ସହିଦ ଦିବସ ପାଳିତ
ବିଧାନସଭାରେ ସହିଦ ଦିବସ ପାଳିତ

ଭୁବନେଶ୍ବର : ଓଡିଶା ବିଧାନସଭା ପରିସରରେ ଶହୀଦ ଦିବସ ପାଳିତ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 72ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପବାଚସ୍ପତି ରଜନୀକାନ୍ତଙ୍କ ସମେତ ମନ୍ତ୍ରୀଗଣ ଉପସ୍ଥିତ ରହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

ବିଧାନସଭାରେ ଶହୀଦ ଦିବସ ପାଳି


ଶହୀଦ ଦିବସ ପାଳନ ଅବସରରେ ପୋଲିସ ବ୍ୟାଣ୍ଡ ସହ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ବାପୁଙ୍କ ପ୍ରିୟ ‘ବୈଷ୍ଣବ ଜନତୋ..ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦେଶ ପାଇଁ ଯବାନ ମାନଙ୍କ ବଳିଦାନ ଅବିସ୍ମରଣୀୟ ବୋଲି ଭାବପୂର୍ଣ୍ଣ ବାର୍ତ୍ତା ରଖିଥିଲେ ।

ଦେଶର ସ୍ଵାଧିନତା ସଂଗ୍ରାମରେ ଓ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଶହୀଦ୍ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details