ଓଡିଶା

odisha

ETV Bharat / city

ଆଉ 48 ଘଣ୍ଟା ନିର୍ଣ୍ଣାୟକ, ପୂର୍ବାନୁମାନ ଠାରୁ କମ କମୁଛି ବନ୍ୟା ଜଳସ୍ତର - ଓଡ଼ିଶାରେ ବଡ଼ବନ୍ୟା

ପୂର୍ବାନୁମାନ ଠାରୁ କମ୍‌ କମୁଛି ମହାନଦୀରେ ବନ୍ୟା ଜଳସ୍ତର(flood water level in Mahanadi declining) । ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଆଉ 48 ଘଣ୍ଟା ନିର୍ଣ୍ଣାୟକ, ପୂର୍ବାନୁମାନଠାରୁ କମ କମୁଛି ବନ୍ୟା ଜଳସ୍ତର
ଆଉ 48 ଘଣ୍ଟା ନିର୍ଣ୍ଣାୟକ, ପୂର୍ବାନୁମାନଠାରୁ କମ କମୁଛି ବନ୍ୟା ଜଳସ୍ତର

By

Published : Aug 18, 2022, 5:18 PM IST

ଭୁବନେଶ୍ବର: ମହାନଦୀରେ ବନ୍ୟା ଜଳସ୍ତର ଧୀରେଧୀରେ କମିବାରେ ଲାଗିଛି(flood water level in Mahanadi declining) । କିନ୍ତୁ ସରକାର କରିଥିବା ପୂର୍ବାନୁମାନଠାରୁ କମ୍‌ କମୁଛି । ଏଥିପାଇଁ ଆସନ୍ତା 48 ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଆଜି ନୂଆ ଘାଇ ସୃଷ୍ଟି ନହେବା ଆଶ୍ବସ୍ତିକର ଖବର । ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଉତ୍ତର ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ SRC ପ୍ରେସ୍‌ମିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଆଉ 48 ଘଣ୍ଟା ନିର୍ଣ୍ଣାୟକ, ପୂର୍ବାନୁମାନଠାରୁ କମ କମୁଛି ବନ୍ୟା ଜଳସ୍ତର

SRC କହିଛନ୍ତି, "ମୁଣ୍ଡୁଳୀରେ ଜଳସ୍ତର କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ବର୍ତ୍ତମାନ 10 ଲକ୍ଷ 26 ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି । ଆଶା ଥିଲା 10 ଲକ୍ଷ ତଳକୁ ଆସିବ ବୋଲି ତାହା ହୋଇନାହିଁ । କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ବନ୍ୟାପାଣି କମିବା ଆରମ୍ଭ କରିଛି । ଗତକାଲିଠୁ ଆଉ କୌଣସି ନୂଆ ଘାଇ ସୃଷ୍ଟି ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ମୋଟ 7ଟି ଘାଇ ସୃଷ୍ଟି ହୋଇଛି ।"

ଆସୁଥିବା ଲଘୁଚାପ କାରଣରୁ ରାଜ୍ୟରେ 18 ରୁ 20 ତାରିଖ ଯାଏଁ ବର୍ଷା ହେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଲଘୁଚାପ ଅବପାତର ରୂପ ନେଇପାରେ । ପୂର୍ବ ଅବପାତ ଯେଉଁ ପଥରେ ଯାଇଥିଲା ସେହି ଅଞ୍ଚଳ ଦେଇ ହିଁ ଏହି ଅବପାତ ଗତି କରିବ । ଏହି ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ଆକଳନ କରାଯାଉଛି । ମହାନଦୀର ଉପର ମୁଣ୍ଡରେ ସର୍ବାଧିକ 50 ମିମି ବର୍ଷା ହେବାର ନେଇ ଆକଳନ କରାଯାଇଛି । ଯଦି ସେତିକି ବର୍ଷା ହୁଏ, ତେବେ 5 ଲକ୍ଷରୁ 5.50 ଲକ୍ଷ ପର୍ଯ୍ୟନ୍ତ କ୍ୟୁସେକ ଜଳ ମହାନଦୀକୁ ଆସିବ ।

ମୁଣ୍ଡୁଳୀରେ ଏହି ଫ୍ଲୋ' 7ରୁ 8 ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଚେଷ୍ଟା କରାଯିବ । ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେପରି ବିଶେଷ ଅସୁବିଧା ଆସିବ ନାହିଁ । ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ଥିବାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ଯାଜପୁରକୁ ସତର୍କ କରାଯାଇଛି । ମୟୁରଭଞ୍ଜର ସମସ୍ତ ଜଳଶଯ୍ୟା ଗୁଡ଼ିକୁ ଖାଲି କରାଯାଉଛି ।

ଗତକାଲିଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇନାହିଁ । ମହାନଦୀକୁ 4 ଲକ୍ଷ 40 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । 6 ଲକ୍ଷ 74 ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର 624.43 ଫୁଟ ରହିଛି । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦର ଜଳସ୍ତର 622 ରେ ରଖିବାକୁ ଚେଷ୍ଟା କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ 6 ଟି ଗେଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବ୍ରାହ୍ମଣୀ ବେସିନରେ ବନ୍ୟା ଆଶଙ୍କା ନାହିଁ ।

ବର୍ତ୍ତମାନ ସୁଦ୍ଧା ବନ୍ୟାରେ କେବଳ ଗୋଟିଏ ନିଖୋଜ ରିପୋର୍ଟ ଆସିଛି । ଗଣମାଧ୍ୟମ ଜରିଆରେ ଆଉ ଗୋଟେ ନିଖୋଜ ଖବର ବି ଆସୁଛି । ଅନୁଧ୍ୟାନ କରିବା ପାଇଁ ସେଠି ବି ନିର୍ଦ୍ଦେଶ ଦିଆଯାଇଛି । ମୋଟ ଦୁଇ ଜଣ ନିଖୋଜ ଥିବା ଖବର ଆସୁଛି । ଯେମିତି ଅଧିକ ଜୀବନ ହାନି ନହେବ ସେନେଇ ଚେଷ୍ଟା ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details