ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ବନ୍ୟା ପରିସ୍ଥିତି ସୁଧୁରିବାରେ ଲାଗିଛି । ସବୁ ନଦୀର ଜଳପତ୍ତନ ହ୍ରାସ ପାଇଛି । ହୀରାକୁଦ ଜଳଭଣ୍ଡାର ରୁ 10ଟି ଗେଟ ବନ୍ଦ ହୋଇଛି । ଆଉ ବର୍ଷାର ଆଶଙ୍କା ବି ନାହିଁ ।
ରାଜ୍ୟରୁ ଟଳିଲା ବନ୍ୟା ସ୍ଥିତି
ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରିବା ନେଇ ସୂଚନା ଦେଲେ ଯୁଗ୍ମ ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର । ମୁଣ୍ଡୁଳି ଦେଇ 4 ଲକ୍ଷ73 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ମହାପାତ୍ର କହିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଧୀରେ ଧୀରେ ଓଡ୍ରାଫ ଓ NDRF ଟିମ ହଟାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର । କିଛି ସ୍ଥାନରେ ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ସହ କିଛି ଲୋକଙ୍କୁ ରିଲିଫ ଯୋଗାଇ ଦିଆଯାଇଛି । କିଛି ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ସମସ୍ୟା ହୋଇଥିବା କହିଛନ୍ତି ରଞ୍ଜନ ।
ଅନ୍ୟପକ୍ଷରେ ଏବେ ମୁଣ୍ଡୁଳି ଦେଇ 4 ଲକ୍ଷ73 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ମହାପାତ୍ର କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ