ଓଡିଶା

odisha

ETV Bharat / city

ପେଟୁଆ ପୋଲିସଙ୍କୁ ଫିଟନେସ ମନ୍ତ୍ର, କମିଶନରେଟ କର୍ମଚାରୀଙ୍କ ମପାହେବ ଓଜନ - ଭୁବନେଶ୍ବର ଖବର

ଏଣିକି କୋରେନାଠୁ ଦୂରରେ ରହିବାକୁ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଦିଆଯିବ ବିଶେଷ ଗୁରୁତ୍ବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଫିଟନେସ ପାଇଁ ବିଏମଆଇ (ବଡି ମାସ ଇଣ୍ଡେକ୍ସ) ଅର୍ଥାତ୍ କେତେ ବୟସରେ କେତେ ଓଜନ ହେବା ଦରକାର ତାହା ଜଣାଇଦିଆଯିବ । ଅଧିକ ପଢନ୍ତୁ...

Fitness tips by commissionrate police
ପେଟୁଆ ପୋଲିସଙ୍କୁ ଫିଟନେସ ମନ୍ତ୍ର, କମିଶନରେଟ କର୍ମଚାରୀଙ୍କ ମପାଯିବ ଓଜନ

By

Published : Jul 17, 2020, 3:18 PM IST

ଭୁବନେଶ୍ବର: କୋରୋନା ସମୟରେ କମିଶନରେଟ କର୍ମଚାରୀଙ୍କୁ ଘାରିଲା ଫିଟ୍‌ନେସ ଚିନ୍ତା । ଏଣିକି କୋରେନା ଠୁ ଦୂରରେ ରହିବାକୁ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଦିଆଯିବ ବିଶେଷ ଗୁରୁତ୍ବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଫିଟନେସ ପାଇଁ ବିଏମଆଇ (ବଡି ମାସ ଇଣ୍ଡେକ୍ସ) ଅର୍ଥାତ୍ କେତେ ବୟସରେ କେତେ ଓଜନ ହେବା ଦରକାର ତାହା ଲିଖିତ ଭାବେ ଜଣାଇଦିଆଯିବ । ଏହି କ୍ରମରେ 19 ରୁ 25 ଯାଏଁ ବିଏମଆଇକୁ ସ୍ବାଭାବିକ ଧରାଯାଏ । ସେହିପରି ୩୦ ବିଏମଆଇକୁ ମେଦବହୁଳତା ଭାବେ ବିବେଚନା କରାଯାଏ । ଏଭଳି ଓଜନ ଓ ହିସାବ ପରେ ସମସ୍ତେ ଜାଣିପାରିବେ ଯେ ସେମାନଙ୍କ ଓଜନ କେତେ ରହିବା ଆବଶ୍ୟକ ରହିଛି । ଏହି ପ୍ରକ୍ରିୟା ଜୁଲାଇ 30 ମଧ୍ୟରେ ଶେଷ ହେବ । ପରେ ଏ ସଂକ୍ରାନ୍ତୀୟ ସମସ୍ତ ଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ ।

ପେଟୁଆ ପୋଲିସଙ୍କୁ ଫିଟନେସ ମନ୍ତ୍ର, କମିଶନରେଟ କର୍ମଚାରୀଙ୍କ ମପାଯିବ ଓଜନ

ପୁଣି ୩ ମାସ ପରେ ବିଏମଆଇ ଚେକ କରାଯିବ ଅର୍ଥାତ ତିନି ମାସ ମଧ୍ୟରେ ପୋଲିସ କର୍ମଚାରୀ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି କି ନାହିଁ ତାହା ଯାଞ୍ଚ ହେବ । ଯଦି ବିଏମଆଇ 30 ରୁ ଊର୍ଦ୍ଧ୍ବ ରହିବ ତେବେ ବାଧ୍ୟତାମୂଳକ ଭାବେ ସେମାନଙ୍କୁ କମିଶନରେଟକୁ ବ୍ୟାୟମ କରିବାକୁ ଆସିବାକୁ ପଡିବ ।

ତେବେ କୋରୋନା ମୁକାବିଲା ନେଇ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ପ୍ରତ୍ୟେକ ଦିନ ୮ ହଜାର କର୍ମଚାରୀଙ୍କୁ ଡାଟା ନିଆଯାଉଛି । ୧୨୦ ଇନଫ୍ରାରେଡ ସାହାଯ୍ୟରେ ଟେମ୍ପରେଚର ଟେଷ୍ଟ ହେଉଛି । ଭିଏଚଏଫରେ ସକାଳ ୧୧ଟା ପରେ ବୁଝାଯାଉଛି କାହାର କଣ ସ୍ଥିତି ରହିଛି । ଫୋନ ଜରିଆରେ ଥଣ୍ଡା, ଜ୍ବର ଏବଂ ଦେହ ଦରଜର ଲକ୍ଷଣ କହିବେ । ଏଥିପାଇଁ ୫ ଜଣ ପୋଲିସ କର୍ମୀଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଦାୟିତ୍ବ ।

ଯଦି କିଏ ଅସୁସ୍ଥ ଅନୁଭବ କରୁଛି ତେବେ ତାକୁ ସଙ୍ଗରୋଧରେ ରହିବାକୁ ଅନୁମତି ମିଳିବ । ଏପରିକି ଫୋନ ମାଧ୍ୟରେ ଏହି ଅନୁମତି ପାରିତ ହେବ । ସେହିପରି ୫୦ରୁ ଊର୍ଦ୍ଧ୍ବ ସମସ୍ତ କର୍ମଚାରୀଙ୍କ ବିଏମଆଇ ଟେଷ୍ଟ ସରିଛି । ଡାଏବେଟିସ କିମ୍ବା କିଡନୀ ଲିଭର ଭଳି ସମସ୍ୟାରେ ପୀଡିତ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ଅତି ସମ୍ବେଦନଶୀଳ ରୋଗରେ ଆକ୍ରାନ୍ତମାନଙ୍କୁ ସ୍ବତନ୍ତ୍ର ଘରୋଇ ହସ୍ପିଟାଲରେ ପୋଲିସ ଫଣ୍ଡ ଦ୍ବାରା ଚିକିତ୍ସା କରାଯାଉଛି । ବିପଦ ଅଧିକ ରହିବାକୁ ସତର୍କ ନିର୍ଦ୍ଦେଶ ରହିଛି ।

ବର୍ତ୍ତମାନ ସମୟରେ ନିଜ ସ୍ବାସ୍ଥ୍ୟ ପ୍ରତି ବେପରୁଆ ନୀତି ଘାତକ ହୋଇପାରେ । ଯଦି କମିଶନରେଟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ପୋଲିସ କର୍ମଚାରୀମାନେ ଗୁରୁତ୍ବର ସହ ନନିଅନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । କେବଳ ସେତିକି ନୁହେଁ କର୍ମଚାରୀଙ୍କୁ ବେପରୁଆ ନୀତି ଯୋଗୁଁ ସେମାନଙ୍କ ଦରମା ବୃଦ୍ଧି ଏବଂ ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଇପାରେ ବୋଲି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details