ଓଡିଶା

odisha

ETV Bharat / city

ରାଜଧାନୀରେ ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବାକୁ ଆଉ ପାଦେ ଆଗେଇ ନେବା ପାଇଁ ଉଦଘାଟିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(first Health and Wellness Centre )। ୧୧ ନମ୍ବର ୱାର୍ଡ ଅନ୍ତର୍ଗତ VSS ନଗରରେ ଖୋଲିଲା ଏହି କେନ୍ଦ୍ର । ଅଧିକ ପଢନ୍ତୁ

By

Published : Sep 24, 2022, 9:55 AM IST

ଉଦଘାଟିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର
ଉଦଘାଟିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଭୁବନେଶ୍ବର: ରାଜଧାନୀରେ ଉଦଘାଟିତ ହେଲା ପ୍ରଥମ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (first Health and Wellness Centre )। 11 ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସଏସ ନଗରରେ ଖୋଲିଲା ଏହି କେନ୍ଦ୍ର । ଆଗକୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ବିଏମସିରେ ମୋଟ ୧୮ଟି କେନ୍ଦ୍ର ଖୋଲିବ । ଏହି କେନ୍ଦ୍ରରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ସହ ଆରୋଗ୍ୟ ଲାଭ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ସ୍ବାସ୍ଥ୍ୟ ସେବାକୁ ଆଉ ପାଦେ ଆଗେଇ ନେବା ପାଇଁ ଉଦଘାଟିତ ହୋଇଯାଇଛି ପ୍ରଥମ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଲୋକାର୍ପିତ କରିଥିଲେ। ଏହି ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବାର ମୂଳ ଲକ୍ଷ୍ୟ ହେଲା ଏଠାରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ସହ ଆରୋଗ୍ୟ ଲାଭ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ରହିଛି ।

ଉଦଘାଟିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଏହାଛଡା ସ୍ବାସ୍ଥ୍ୟ ବିଶେଷଜ୍ଞ ଓ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ଚିକିତ୍ସା ସେବା ଯୋଗାଇବାକୁ ଉନ୍ନତମାନର ଉପକରଣ ଉପଲବ୍ଧ ରହିଛି । ଏହି କେନ୍ଦ୍ରରେ ସବୁ ରୋଗର ନିଦାନ ଓ ଚିକିତ୍ସା ଉପଲବ୍ଧ ହେବ। ଭିଏସଏସ ନଗରରେ ସ୍ବାସ୍ଥ୍ୟକେନ୍ଦ୍ର ନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କୁ ରସୁଲଗଡ଼ ଅଥବା ସହିଦନଗର ଯିବାକୁ ପଡୁଥିଲା । ଏଥିପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସମ୍ପୃକ୍ତ ଅଂଚଳରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା । ଏଣୁ ଏବେ ଦୀର୍ଘଦିନର ଦାବି ପୂରଣ ହୋଇ ପାରିଛି । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ ହାତ ପାଖରେ ମିଳିବାକୁ ଯାଉଥିବା ଏହି ସେବାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ କର୍ପୋରେଟର ।

ଏନେଇ ମେୟର ସୁଲୋଚନା ଦାସ କହିଛନ୍ତି, "ଉତ୍ତମ ସ୍ବାସ୍ଥ୍ୟ ସେବା ଯାଗାଇବା ପାଇଁ ବିଏମସିରେ ମୋଟ ୧୮ଟି କେନ୍ଦ୍ର କରାଯିବ । ଏହା ପ୍ରତିଟି ଜୋନରେ କରାଯିବ । ତେବେ ଏହା ହେଉଛି ଭିଏସଏସ ନଗରରେ ପ୍ରଥମ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି । ଏଠାରେ ସବୁ ପ୍ରକାର ସେବା ଯୋଗାଇ ଦିଆଯିବ । ଏଠାରେ ଡକ୍ଟର ଓ ପାରା ମେଡିକାଲ ଷ୍ଟାପ ନିଯୁକ୍ତି ହୋଇଛନ୍ତି । ଏଠାରେ ସବୁ ପ୍ରକାର ଟେଷ୍ଟର ସୁବିଧା ରହିବ । ଏହି ଅଞ୍ଚଳରେ ବହୁ ଦିନର ଦାବି ପୂରଣ ହୋଇପାରିଛି । ଏଥିପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details