ଓଡିଶା

odisha

ETV Bharat / city

ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ

ବ୍ଲାକ୍ ଫଙ୍ଗସ୍ ଏକ ଗମ୍ଭୀର ସଂକ୍ରମଣ ବୋଲି ବିବେଚନା କରାଯାଉଛି । ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଅନେକ ବ୍ଲାକ୍ ଫଙ୍ଗସ୍ ରୋଗ ଚିହ୍ନଟ ହେବା ସହିତ ରବିବାର ଦିନ ଜାତୀୟ କୋଭିଡ-୧୯ ଟାସ୍କଫୋର୍ସର ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ !
ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ !

By

Published : May 10, 2021, 10:46 PM IST

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ୍ ଲକ୍ଷଣ ଥିବାନେଇ ରୋଗୀ ଚିହ୍ନଟ ହୋଇଛି । ରୋଗୀଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ ଥିବା ଲକ୍ଷଣ ପରିଲକ୍ଷିତ ହୋଇଛି । ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରୋଗୀଙ୍କ ବୟସ ୭୧ ବର୍ଷ । ସେ ମଧୁମେହ ରୋଗରେ ମଧ୍ୟ ପୀଡିତ ଅଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେରେ ଚିକିତ୍ସା କରାଯାଉଛି ।

ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ !

ବ୍ଲାକ୍ ଫଙ୍ଗସ୍ ଏକ ବିରଳ କିନ୍ତୁ ଗମ୍ଭୀର ସଂକ୍ରମଣ ବୋଲି ବିବେଚନା କରାଯାଉଛି । ଏହି ରୋଗ ପ୍ରାୟତଃ ଚର୍ମରେ ଦେଖାଯାଏ ଏବଂ ଫୁସଫୁସ ଓ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଅନେକ ବ୍ଲାକ୍ ଫଙ୍ଗସ୍ ରୋଗ ଚିହ୍ନଟ ହେବା ସହିତ ରବିବାର ଦିନ ଜାତୀୟ କୋଭିଡ-୧୯ ଟାସ୍କଫୋର୍ସର ବିଶେଷଜ୍ଞମାନେ ଏହି ରୋଗ ଉପରେ ପ୍ରମାଣ ଭିତ୍ତିକ ଉପଦେଶ ଦେଇଛନ୍ତି ।

ସୂଚନାନୁଯାୟୀ ଉକ୍ତ ରୋଗୀଙ୍କୁ ୨୦ ତାରିଖରେ କୋଭିଡ୍ ଚିହ୍ନଟ ହୋଇଥିଲା । ହୋମ ଆଇସୋଲେସନରେ ଥିଲେ ଏବେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖାଯିବାରୁ ତାଙ୍କୁ ଘରୋଇ ହସପିଟାଲରେ ଚିକିତ୍ସା କରାଯାଉଛି ।

ଭୁବନେଶ୍ବରରୁ ତପନ କୁମାର ଦାସ ଓ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details