ଭୁବନେଶ୍ବର: ରାଜଧାନୀସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର କରି ଏକ ହଳଦିଆ ଆନାକୋଣ୍ଡା ଗୋଟିଏ ଶାବକକୁ ଜନ୍ମ ଦେଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରୁ ଉକ୍ତ ଆନାକୋଣ୍ଡାକୁ ଅନ୍ୟ ଆନାକୋଣ୍ଡାଙ୍କ ଠାରୁ ଅଲଗା କରି କୃତ୍ରିମ ଶୀତତାପ ନିୟନ୍ତ୍ରଣ କକ୍ଷରେ ରଖାଯାଇଛି ।
ନନ୍ଦନକାନନରେ ପ୍ରଥମ ଆନାକୋଣ୍ଡା ଶାବକ ଜନ୍ମ - ଭୁବନେଶ୍ବର ନନ୍ଦନକାନନ ନ୍ୟୁଜ
ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମଥର କରି ଏକ ହଳଦିଆ ଆନାକୋଣ୍ଡା ଗର୍ଭରୁ ଶାବକ ଜାତ । ଅଧିକ ପଢନ୍ତୁ
ମାଆ ଆନାକୋଣ୍ଡାର ପେଟ ଫୁଲି ରହିଥିବାରୁ ତା’ ଗର୍ଭରୁ ଆହୁରି ଶାବକ ବାହାରିପାରନ୍ତି ବୋଲି କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି । ଏହି ସାପଙ୍କ ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି । ଏହି ଶାବକର ଜନ୍ମ ଫଳରେ ନନ୍ଦନକାନନର ହଳଦିଆ ଆନାକୋଣ୍ଡା ସଂଖ୍ୟା 6 କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ 3ଟି ମାଈ, ଗୋଟିଏ ଅଣ୍ଡିରା ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଗୋଟିଏ ବୟସ୍କ ସହ ନବଜାତକ ଶାବକ ରହିଛି । ସୂଚନା ଅନୁଯାୟୀ, ଗତ 2019 ନଭେମ୍ବର 28 ରେ ମାଡ୍ରାସ ସ୍ଥିତ କ୍ରୋକଡାଇଲ ବ୍ୟାଙ୍କରୁ 8ଟି ହଳଦିଆ ଆନାକୋଣ୍ଡାଙ୍କୁ ନନ୍ଦନକାନକୁ ଅଣାଯାଇଥିଲା । ସେଥିମଧ୍ୟରୁ 3ଟିର ସଂକ୍ରମଣରେ ମୃତ୍ୟୁ ଘଟିଥିଲା ।
ଇଟିଭି ଭାରତ, ଭୁବନେଶ୍ବର