ଓଡିଶା

odisha

By

Published : May 14, 2022, 4:24 PM IST

Updated : May 14, 2022, 5:39 PM IST

ETV Bharat / city

ଜମି ଜବରଦଖଲ: କୃତିକା ପ୍ରଭାକରନଙ୍କ ନାଁରେ ରୁଜୁ ହେଲା ମାମଲା

ମହଙ୍ଗା ପଡିଲା ଜମି ଜବରଦଖଲ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ପ୍ରଭାକରନଙ୍କ ପତ୍ନୀ କୃତିକା ପ୍ରଭାକରନଙ୍କ ସମେତ ତିନି ଜଣଙ୍କ ନାମରେ ମାମଲା ରୁଜୁ । ଅଧିକ ପଢନ୍ତୁ

କୃତିକା ପ୍ରଭାକରନ ନାଁରେ ରୁଜୁ ହେଲା ମାମଲା
କୃତିକା ପ୍ରଭାକରନ ନାଁରେ ରୁଜୁ ହେଲା ମାମଲା

ଭୁବନେଶ୍ବର: ମହଙ୍ଗା ପଡିଲା ଜମି ଜବରଦଖଲ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣି ବ୍ୟବସାୟୀ ବି ପ୍ରଭାକରନଙ୍କ ପତ୍ନୀ କୃତିକା ପ୍ରଭାକରନଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । କମିଶନରେଟ ପୋଲିସ ଅଧୀନ ଚନ୍ଦକା ଥାନାରେ ରୁଜୁ ହେଲା ମାମଲା ।

ଜମି ଜବରଦଖଲ: କୃତିକା ପ୍ରଭାକରନଙ୍କ ନାଁରେ ରୁଜୁ ହେଲା ମାମଲା

କୃତିକା ପ୍ରଭାକରନଙ୍କ ସମେତ ସାରଳା ରିୟଲକନର ପରିଚାଳନା ନିର୍ଦ୍ଦେଶକ(MD) ଗୟାଧର ଜେନା ଏବଂ ମଧ୍ୟସ୍ଥି ପ୍ରବୋଧ କୁମାର ମିଶ୍ରଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଆଇପିସି ଧାରା 447, 426, 427, 379, 424, 403, 506, 421, 467, 468, 294ରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ । ସୂଚନା ଅନୁଯାୟୀ, 2012 ରୁ 2013 ମଧ୍ୟରେ ହିନ୍ଦୁସ୍ତାନ ଏରୋନୋଟିକ ଏମ୍ପ୍‌ଲୋଇ ଓ୍ବେଲଫେୟାର ନାମରେ ଥିବା ଚନ୍ଦକା ଗିରିଙ୍ଗପୁଟରେ 48 ଏକର ଜମି ସଂକ୍ରାନ୍ତୀୟ ମାମଲାରେ HALHC ଅଧ୍ୟକ୍ଷ କାଲେଶ୍ବର ପ୍ରସାଦ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏନେଇ ଏକ ସିସି କେସ କରିଥିଲେ । ତେବେ ଭୁବନେଶ୍ୱର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୋଲିସ ଏହି ତିନି ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏନେଇ କୋର୍ଟରେ ମାମଲା ଚାଲିଥିବାକୁ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ଥାନା ଅଧିକାରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 14, 2022, 5:39 PM IST

ABOUT THE AUTHOR

...view details