ଭୁବନେଶ୍ବର: ମନ୍ଦିରରେ ଖର୍ଚ୍ଚ କରିବାକୁ ହେଲେ ସରପଞ୍ଚଙ୍କ ପରାମର୍ଶ ନିଅ। ନଚେତ ମନ୍ତ୍ରୀ ଅଶୋକ ପଣ୍ଡା ଦେଉଛନ୍ତି ଧମକ । ମନ୍ତ୍ରୀ ନିଜ ସହଯୋଗୀଙ୍କ ଜରିଆରେ ଫରେଷ୍ଟ ପାର୍କସ୍ଥିତ ବାସଭବନକୁ ଡକାଇ ଧମକ ଦେଉଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଧଉଳି ଅଞ୍ଚଳର ଶ୍ରୀକାନ୍ତ ପ୍ରଧାନ। ଏନେଇ ସେ ଏୟାରପୋର୍ଟ ଥାନାରେ ଏତଲା ଦେଇଛନ୍ତି ।
ଏତଲା ଦେବା ସହ ମନ୍ତ୍ରୀ କିଭଳି ଧମକ ଦେଇଛନ୍ତି ତାହା କହିଛନ୍ତି ଶ୍ରୀକାନ୍ତ । ସୂଚନା ମୁତାବକ ଶ୍ରୀକାନ୍ତ ଧଉଳି ଅଞ୍ଚଳର ଏକ ମନ୍ଦିରରେ କିଛି ଉନ୍ନତୀମୂଳକ କାମ କରୁଛନ୍ତି। ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମନ୍ତ୍ରୀ।