ଓଡିଶା

odisha

ETV Bharat / city

ଅମ୍ପାନ ସମୟରେ ନଗଦ ଅର୍ଥ ମହଜୁଦ ରଖିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ - ଅମ୍ପାନ

ମହାବାତ୍ୟା ଅମ୍ଫାନ ଓ କୋଭିଡ୍ ୧୯ କୁ ନଜରରେ ରଖି ବ୍ୟାଙ୍କ ଶାଖା ଗୁଡିକରେ ଅର୍ଥ ମହଜୁଦ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ..

finanace-sec-letter-to-bank
finanace-sec-letter-to-bank

By

Published : May 20, 2020, 5:58 PM IST

ଭୁବନେଶ୍ବର: ମହାବାତ୍ୟା ଅମ୍ଫାନ ଓ କୋଭିଡ୍ ୧୯ କୁ ନଜରରେ ରଖି ବ୍ୟାଙ୍କ ଶାଖା ଗୁଡିକରେ ଅର୍ଥ ମହଜୁଦ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନା ମହାମାରୀ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକଙ୍କ ପାଖକୁ ଟଙ୍କା ପଠାଯାଉଛି । ତାହାକୁ ନଜରରେ ରଖି ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

ଅମ୍ପାନ ସମୟରେ ନଗଦ ଅର୍ଥ ମହଜୁଦ ରଖିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ

ଲୋକଙ୍କ ଆବଶ୍ୟକତା ଓ ଜିଲ୍ଲା ମାନଙ୍କରେ ରିଲିଫ ଓ ଉଦ୍ଧାର ପାଇଁ ଜିଲ୍ଲା ମାନଙ୍କର ବହୁ ଅର୍ଥ ର ଆବଶ୍ୟକତା ରହିଛି । ବିଶେଷ କରି ଅମ୍ପାନ ରେ ପ୍ରଭାବିତ ଜିଲ୍ଲା ମାନଙ୍କରେ ବ୍ୟାଙ୍କ, ଏଟିଏମ୍, ସିଏସପିଏସ ଗୁଡିକରେ ପ୍ରଯ୍ୟାପ୍ତ ନଗଦ ଟଙ୍କା ରଖିବା ପାଇଁ କୁହାଯାଇଛି । ଏହା ସହ ପାଓ୍ଵାର ବ୍ୟାକଅପ ସହ ନିରବିଛିନ୍ନ ଇଣ୍ଟରନେଟ ସୁବିଧା ଉପଲବ୍ଧ ରଖିବା ପାଇଁ କୁହାଯାଇଛି ।

ଯେପରି ବାତ୍ୟା ପ୍ରଭାବିତ ଜିଲାର ଏଟିଏମ୍ ଆଦି ଚାଲୁରହିବ । ଏନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକ, ରିଜର୍ଭ ବ୍ୟାଙ୍କର ଜିଏମ୍, ଏସଏଲବିସି ଏବଂ ଅନ୍ୟ ସମସ୍ତ ବ୍ୟାଙ୍କ କୁ ଚିଠି ଲେଖି ଜଣାଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details