ଓଡିଶା

odisha

By

Published : Nov 29, 2019, 5:17 AM IST

ETV Bharat / city

ଅବସର ଦିନଠୁ ମିଳିବ ଚୂଡାନ୍ତ ପେନସନ

ଅବସର ଦିନ ହିଁ ସରକାରୀ କର୍ମଚାରୀ ପାଇବେ ପେନସନ । ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ।

immediatly
ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଆଉ ରହିବନି ପେନସନ ଝିନଝଟ। । ଯେଉଁଦିନ କର୍ମଚାରୀ ଅବସର ନେବେ ସେହିଦିନ ହିଁ ପାଇବେ ଚୂଡାନ୍ତ ପେନସନ । ଏଭଳି ନିଷ୍ପତ୍ତି ନେଇଛି ସାଧାରଣ ପ୍ରଶାସନ ବିଭାଗ ।

ଅବସର ଦିନଠୁ ମିଳିବ ଚୂଡାନ୍ତ ପେନସନ

ସୂଚନାମୁତାବକ, ଆସନ୍ତା ମାର୍ଚ୍ଚ ମାସରୁ ଲାଗୁ ହେବ ଏହି ନୂଆ ନିୟମ । ସବୁ କର୍ମଚାରୀ ମଧ୍ୟ ଅନଲାଇନ ଜରିଆରେ ପେନସନ ପାଇଁ ଆବେଦନ କରିବେ । ଇଣ୍ଟିଗ୍ରେଟେଡ଼ ଫାଇନେନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ ଅଧୀନରେ ଆବେଦନ କରିବାକୁ ହେବ ବୋଲି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details