ଓଡିଶା

odisha

ETV Bharat / city

ଫିଲ୍ମ ଫ୍ରାଇଡେ: ଶ୍ରୀୟାରେ ଓଡ଼ିଆ ଫିଲ୍ମ 'ବିଶ୍ଵରୂପ' ପ୍ରିମିୟର

ଏବି କ୍ରିଏସନ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା 3ଜଣ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଏହି ଫିଲ୍ମ ମାଧ୍ୟମରେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି ।

By

Published : Dec 13, 2019, 10:11 PM IST

odia film biswarupa
ଓଡ଼ିଆ ଫିଲ୍ମ 'ବିଶ୍ଵରୂପ' ପ୍ରିମିୟର

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଓଡ଼ିଆ ଫିଲ୍ମ 'ବିଶ୍ଵରୂପ' । ଏବି କ୍ରିଏସନ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା 3ଜଣ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଏହି ଫିଲ୍ମ ମାଧ୍ୟମରେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି ।

ଓଡ଼ିଆ ଫିଲ୍ମ 'ବିଶ୍ଵରୂପ' ପ୍ରିମିୟର

ଏହାର ପ୍ରଯୋଜନା ଭାର ବିଶ୍ଵଜିତ ମିଶ୍ର ଓ ସନ୍ଦୀପ ସାମଲ ଏବଂ ନିର୍ଦ୍ଦେଶନା ଭାର ସରୋଜକାନ୍ତ କରିଥିବା ବେଳେ ଏହାର ଷ୍ଟୋରି ଲେଖିଛନ୍ତି ବିନୋଦିନୀ ମିଶ୍ର । ଶୁକ୍ରବାର ଏହି ଚଳଚ୍ଚିତ୍ରର ପ୍ରିମିୟର ସ୍ଥାନୀୟ ଶ୍ରୀୟା ସିନେମା ହଲରେ ଅନୁଷ୍ଠିତ ହୋଇଥିଲା ।

ଏହା ଏକ ମୌଳିକ କାହାଣୀକୁ ନେଇ ଫିଲ୍ମ ତିଆରି ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ଅଭିନେତା ବିଶ୍ବ ଓ ଅଭିନେତ୍ରୀ ତନୁଷ୍କା କହିଛନ୍ତି । ଫିଲ୍ମରେ ଗାଁରୁ ସହରକୁ ଆସିଥିବା ଜଣେ ଯୁବକର ସଂଘର୍ଷ କାହାଣୀ ଉପରେ ପର୍ଯ୍ୟବେଶିତ ବୋଲି କହିଛନ୍ତି । ଏହା କୌଣସି ଫିଲ୍ମର କପି ନୁହେଁ । ଏହାକୁ ଦର୍ଶକମାନେ ଆସି ଦେଖିବା ସହିତ କଳାକାରଙ୍କୁ ଉତ୍ସାହିତ କରିବାକୁ ସେମାନେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details