ଭୁବନେଶ୍ବର: କମ ସାର ମିଳୁଥିବାରୁ ରାଜ୍ୟରେ ଚାଷ ସମସ୍ୟା ସୃଷ୍ଟି ହୋଇଛି । ଏ ନେଇ ଚିଠି ଲେଖି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଜେଡି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଚେତିଛନ୍ତି କେନ୍ଦ୍ର ସରକାର । ଖୁବଶୀଘ୍ର ରାଜ୍ୟକୁ ସାର ମିଳିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।
ଓଡିଶାକୁ ମାସିକ ଆବଣ୍ଟିତ ସାର ତୁଳନାରେ କମ ସାର ପ୍ରଦାନ କରାଯାଉଥିବା ରାଜ୍ୟ ସରକାର ଅଭିଯୋଗ କରିଥିଲେ । ଫଳରେ ରାଜ୍ୟରେ ଚାଷ ଓ ଚାଷୀ ପ୍ରଭାବିତ ହେଉଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛିଦିନ ତଳେ କେନ୍ଦ୍ର କୃଷି ତଥା ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖିଥିଲେ ନବୀନ । ତାହାର କିଛିଦିନ ପୂର୍ବରୁ ସମାନ ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଚିଠି ଲେଖି ଅଭିଯୋଗ କରିଥିଲେ ।