ଓଡିଶା

odisha

ETV Bharat / city

ଚାଷୀଙ୍କ ଦାବି ପୂରଣ କରିବା ଦାବିରେ କୃଷକ ସଙ୍ଗଠନର ବିକ୍ଷୋଭ - bhubaneswar news

ଚାଷୀଙ୍କ ଦାବି ପୂରଣ କରିବା ଦାବିରେ କୃଷକ ସଙ୍ଗଠନର ବିକ୍ଷୋଭ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ । ଅଧିକ ପଢନ୍ତୁ...

farmers union protest in bhubaneswar
ଚାଷୀଙ୍କ ଦାବି ପୂରଣ କରିବା ଦାବିରେ କୃଷକ ସଙ୍ଗଠନର ବିକ୍ଷୋଭ

By

Published : Feb 24, 2021, 6:46 PM IST

ଭୁବନେଶ୍ବର:ସିଙ୍ଘୁ ବର୍ଡରରେ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । ନୂତନ କୃଷି ଆଇନକୁ ବିରୋଧରେ କରି ଜାରି ରହିଛି ଆନ୍ଦୋଳନ । ଏନେଇ ରାଜ୍ୟରେ ମଧ୍ୟ କେତେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଆଣିଥିବା 3ଟି କୃଷି ବିଲକୁ ଯେତେ ଶୀଘ୍ର ହେବ ସରକାର ପ୍ରତ୍ୟାହୃତ କରିବାକୁ ଦାବି କରିଛନ୍ତି ।

ଚାଷୀଙ୍କ ଦାବି ପୂରଣ କରିବା ଦାବିରେ କୃଷକ ସଙ୍ଗଠନର ବିକ୍ଷୋଭ

ଏହାସହ ଏମ ଏସ ସ୍ବାମୀନାଥନ କମିଶନଙ୍କ ସୁପାରିଶ ଅନୁସାରେ ଆଇନ ଆଣିବାକୁ ଦାବି କରାଯାଇଛି। ଏହାସହ ରାଜ୍ୟରେ ଧାନ ମଣ୍ଡିରେ ଅନେକ ଦିନ ଧରି ଧାନ ପଡି ରହୁଥିବାବେଳେ ସରକାର ଚାଷୀଙ୍କ ଠାରୁ ଧାନ କିଣୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ଯେଉଁଥିରେ ସରକାର ହସ୍ତକ୍ଷେପ କରିବା ସହ କ୍ବିଣ୍ଟାଲ ପିଛା 50 ଟଙ୍କା ଲେଖାଏଁ ଚାଷୀଙ୍କୁ ବୋନସ ଦେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ସୁରେଶ ପାଣିଗ୍ରାହୀ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details