ଭୁବନେଶ୍ବର: ବାତ୍ୟା 'ଫନି'ର ପ୍ରଭାବରେ ସବୁକିଛି ଖିନଭିନ । କି ସହର କି ଗାଁ ସବୁ କିଛି ଛାରଖାର କରିଦେଇଛି 'ଫନି' । ବାତ୍ୟାର ପ୍ରକୋପରୁ ବର୍ତ୍ତିନି ରାଜଧାନୀ । ଗଛ ଉପୁଡିବା ସହ ସୌଖୀନ ଭାବେ ତିଆରି ହୋଇଥିବା ଘରକୁ ବରବାଦ କରିଛି 'ଫନି' । କ୍ଷୟକ୍ଷତି ସଠିକ ଆକଳନ ବର୍ତ୍ତମାନ ସୁଦ୍ଧା ହୋଇପାରିନି । ଏହାରି ମଧ୍ୟରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି କମିଶନରେଟ ପୋଲିସ ଅଧିନରେ ଥିବା ଅନେକ ଥାନା ।
ଏହି ଥାନା ମଧ୍ଯରୁ ଚନ୍ଦକା, ବାଲିଅନ୍ତା, ଟ୍ରାଫିକ ଥାନା ଆଦି ବିଶେଷ ଭାବରେ କ୍ଷୟକ୍ଷତି ହୋଇଛି । ତେବେ ଭୁବନେଶ୍ବର ଡିସିପିଙ୍କ ଅଧିନରେ ଥିବା ସମସ୍ତ ଥାନା ସମେତ ସପ୍ତମ ବାଟାଲିୟନ, ରିଜର୍ଭ ପୋଲିସ , କମିଶନରେଟ ପୋଲିସ ବିଲ୍ଡିଂ, ଡିସିପି ଅଫିସ ସମେତ ବିଭିନ୍ନ ଜୋନାଲ ଏସିପି ଅଫିସ ମଧ୍ଯ ବିଶେଷ ଭାବରେ କ୍ଷୟକ୍ଷତି ହୋଇଛି। ଯାହାର ଆନୁମାନିକ ମୁଲ୍ଯ ୪ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ ଜଣେ ଇଞ୍ଜିନିୟରଙ୍କ ଆକଳନରୁ ଜଣାପଡିଛି ।