ଓଡିଶା

odisha

ETV Bharat / city

ଧାନକିଣାକୁ ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଚାଷୀ - ଧାନର କିଣାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ବଲାଙ୍ଗୀରରେ ରବି ଧାନକିଣାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ । ଧାନକିଣାରେ ଘୋର ଅବ୍ୟବ୍ୟସ୍ଥାକୁ ନେଇ ଚାଷୀ ଜିଲ୍ଲାପାଳକୁ ଜଣାଇଛନ୍ତି ଏବଂ ଶୀଘ୍ର ଧାନ କଣିବା ପାଇଁ ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

paddy procurement in bolangir
ଧାନର କିଣାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

By

Published : Jun 7, 2021, 7:41 PM IST

Updated : Jun 7, 2021, 7:52 PM IST

ବଲାଙ୍ଗୀର: ରବି ଋତୁ ଧାନକିଣା ଚାଲିଥିବାବେଳେ ସବୁଠୁ ଘୋର ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଏହି ଭଳି ଆଜି ଦୁଇଟି ଗ୍ରାମର ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ତାଙ୍କ ଧାନ ଶୀଘ୍ର କିଣିବା ଦାବି କରିଛନ୍ତି।

ଧାନର କିଣାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଜିଲ୍ଲାରେ ରବି ଋତୁ ଧାନ କିଣା ଚାଲିଥିବ ବେଳେ ସବୁ ଧାନ କିଣା କେନ୍ଦ୍ର ବା ପ୍ୟାକ୍ସରୁ ଘୋର ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଆଜି ବଲାଙ୍ଗୀର ଲୋଇସିଂହା ବ୍ଲକ ଅନ୍ତର୍ଗତ ଦୁଇଟି ସରଗାଡ ଓ କୁସମେଲ ଗ୍ରାମର ଚାଷୀ ତାଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନ ପାରୁଥିବାର ଅଭିଯୋଗ କରିଛନ୍ତ। ଏଥିପାଇଁ ଏମାନେ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଗତ 17 ମେ ରୁ ରବି ଋତୁ ଧାନ କିଣା ଚାଲିଥିବ ବେଳେ ଏହି ଗ୍ରାମର ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଇ ମଧ୍ୟ ନିଜ ଧାନ ବିକ୍ରି କରି ପାରୁନାହାନ୍ତି। ସେହିପରି ଏଠି ଥିବା ପେକ୍ସ ମାନଙ୍କୁ ଏଯାଏଁ ଧାନ କିଣା ପାଇଁ କୌଣସି ଟାର୍ଗେଟ ସରକାର ଦେଇ ନ ଥିବା ବେଳେ ଧାନ କିଣା ଏଠାରେ ଠପ ହୋଇଛି।

ଅନ୍ୟପଟେ ସାତ ଦିନ ମଧ୍ୟରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଜାରି ହୋଇଛି ଟୋକନ। ତେବେ ଧାନ କିଣାର ଏହି ବ୍ୟବସ୍ଥାରେ ଘୋର ତ୍ରୁଟି ଥିବା ବେଳେ ଚାଷୀ ଏଥିରେ ହଇରାଣ ହେଉଛନ୍ତି। ତେବେ ଆଗାମୀ ତିନି ଦିନ ମଧ୍ୟରେ ତାଙ୍କ ଧାନ କିଣା ନ ହେଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

Last Updated : Jun 7, 2021, 7:52 PM IST

ABOUT THE AUTHOR

...view details