ଓଡିଶା

odisha

ETV Bharat / city

ମନ୍ତ୍ରୀଙ୍କ ପିଏ କହି ଠକେଇ, ଦିଲ୍ଲୀରୁ ଅଭିଯୁକ୍ତ ଗିରଫ - ଦିଲ୍ଲୀରୁ ଧରାପଡିଲା ଫେକ୍ ପିଏ

ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଲୋକଙ୍କୁ ଠକୁଥିବା 420 ପିଏ ଦିଲ୍ଲୀରୁ ଗିରଫ । ଅଧିକ ପଚରାଉଚରା କରୁଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ମନ୍ତ୍ରୀଙ୍କ ପିଏ ପରିଚୟରେ ଲୁଟୁଥିଲା, ଦିଲ୍ଲୀରୁ ଗିରଫ କଲା ପୋଲିସ
ମନ୍ତ୍ରୀଙ୍କ ପିଏ ପରିଚୟରେ ଲୁଟୁଥିଲା, ଦିଲ୍ଲୀରୁ ଗିରଫ କଲା ପୋଲିସ

By

Published : Jul 30, 2021, 12:36 PM IST

ଭୁବନେଶ୍ବର: ମନ୍ତ୍ରୀଙ୍କ ପିଏ ପରିଚୟରେ ଲୋକଙ୍କୁ ଠକିବା ଏବଂ ରେଲୱେ ଜିଏମଙ୍କୁ ଧମକ ଦେବା ଅଭିଯୋଗରେ ଆଉ ଜଣେ ଅଭିଯୁକ୍ତ ଗିରଫ । ତଦନ୍ତ କରି ଆଜି(ଶୁକ୍ରବାର) ଦିଲ୍ଲୀରୁ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ ଗୋପାଳ ଶତପଥୀ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚିତ ପଲିଟିକାଲ ପାର୍ଟିର ନେତାଙ୍କ ପିଏ ବୋଲି ପରିଚୟ ଦେଇ ହେଉଥିଲେ ମାଲେମାଲ୍ । ଲୋକଙ୍କୁ ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟ୍ କରୁଥିଲେ । ଏଥିସହ ରେଲୱେ ଜିଏମଙ୍କୁ ଟ୍ରାନ୍ସଫର ଧମକ ଦେଇ ଟଙ୍କା ଡିମାଣ୍ଡ କରୁଥିଲେ । ଏନେଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଜାରି ରଖିଥିଲା ପୋଲିସ । ପୂର୍ବରୁ ମାମଲାରେ ସମ୍ପୃକ୍ତ ସମର୍ଥ ବିଶ୍ବକର୍ମାଙ୍କୁ ପୋଲିସ ଗାଜିଆବାଦରୁ ଗିରଫ କରିଥିବାବେଳେ ଆଜି ଗୋପାଳ ଶତପଥୀଙ୍କୁ ଦିଲ୍ଲୀରୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ:-ପୂର୍ବତଟ ରେଲଓ୍ବେ ଜିଏମଙ୍କୁ ଟ୍ରାନ୍ସ‌ଫର ଧମକ, ଗାଜିଆବାଦରୁ ଗିରଫ ନକଲି ମିନିଷ୍ଟର ପିଏ

ତେବେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ଚନ୍ଦ୍ରଶେଖର ପୁର ଥାନାରେ ପଚରା ଉଚରା କରୁଛି । ଅନ୍ୟପଟେ ମାମଲାରେ ଆଉ କାହା କାହ ହାତ ଅଛି ସେନେଇ ଅଧିକ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details