ଓଡିଶା

odisha

ଇନକମ ଟ୍ଯାକ୍ସର ଅଫିସର କହି ମାଗୁଥିଲେ ବଟି, କାବୁକଲା କମିଶନରେଟ ପୋଲିସ

By

Published : Dec 15, 2020, 3:20 PM IST

ନକଲି ଆୟକର ବିଭାଗ ଅଫିସର କହି କମ୍ପାନୀଠାରୁ ଲୁଟୁଥିଲେ ଟଙ୍କା । କାବୁ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ଇନକମ ଟ୍ଯାକ୍ସର ଅଫିସର କହି ମାଗୁଥିଲେ ବଟି
ଇନକମ ଟ୍ଯାକ୍ସର ଅଫିସର କହି ମାଗୁଥିଲେ ବଟି

ଭୁବନେଶ୍ବର: ମାତିଛନ୍ତି ନକଲି ଆୟକର ଅଧିକାରୀ । ଭୁବନେଶ୍ବରରେ ଆୟକର ଚଢାଉ ନାଁରେ କମ୍ପାନୀ ଓ ଫାର୍ମଠୁ ଟଙ୍କା ଲୁଟୁଥିଲେ ନକଲି ଆସିଷ୍ଟାଣ୍ଡ କମିଶନର । କାବୁ କଲା ପୋଲିସ ।

ସୂଚନାଅନୁସାରେ, ଜଗତସିଂହପୁର ବିରିଡି ଥାନା ହଳଦିପଡିଆର ଉମାକାନ୍ତ ରାଉତ ପୂର୍ବରୁ ଆୟକର ବିଭାଗରେ ପିଅନ ଭାବେ କାର୍ଯ୍ୟ କରୁଥିଲେ । ନିଜର କାର୍ଯ୍ୟ ପାଇଁ ବାଧ୍ୟତାମୂଳକ ଅବସର ନେଇଥିଲେ । ଏହା ପରେ ଆୟକର ବିଭାଗର ପରିଚୟ ଦେଇ ଆୟକର ଚଢାଉର ଡର ଦେଖାଇ ବିଭିନ୍ନ କମ୍ପାନୀ ଓ ଫାର୍ମଠାରୁ ବଟି ଆଦାୟ କରୁଥିଲେ ।

ତେବେ ଖାରବେଳ ନଗର ଥାନା ଅଞ୍ଚଳରେ ଦେବା ଏଜେନ୍ସିର ମାଲିକ ଦେବାଶିଷ ପଟ୍ଟନାୟକକଙ୍କୁ ଏପରି ଇନକମ ଟ୍ୟାକ୍ସର ଆସିଷ୍ଟାଣ୍ଡ କମିଶନର ପରିଚୟ ଦେଇ ରେଡ କରିବା ଭୟ ଦେଖାଇ ୧୦ ହଜାର ଟଙ୍କା ମାଗୁଥିବାବେଳେ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ତଥା ଠକ ନକଲି ଆସିଣ୍ଟାଣ୍ଡ କମିଶନରକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details