ଓଡିଶା

odisha

104 ହେଲପ୍ ଲାଇନ୍କୁ ଆସୁଛି ଫେକ୍‌ କଲ: ଅଶ୍ଳୀଳ ଭାଷାରେ କରୁଛନ୍ତି ଗାଳିଗୁଲଜ

By

Published : Aug 11, 2021, 9:28 PM IST

Updated : Aug 11, 2021, 9:39 PM IST

କୋଭିଡ ହେଲପ୍‌ ଲାଇନ ନମ୍ବର 104 କୁ ଆସୁଛି ଫେକ୍ କଲ । ଫୋନ କରି କଲସେଣ୍ଟର ପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ । କିଛି ଅସାଧୁ ବ୍ୟକ୍ତି ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ନପଚାରି ପ୍ରୟୋଗ କରିଥିଲେ ଏଣୁତେଣୁ ଭାଷା । ଅଧିକ ପଢନ୍ତୁ...

104 ହେଲପ ଲାଇନ୍କୁ ଆସୁଛି ଫେକ୍‌ କଲ: ଅଶ୍ଳୀଳ ଭାଷାର କରୁଛନ୍ତି ପ୍ରୟୋଗ
104 ହେଲପ ଲାଇନ୍କୁ ଆସୁଛି ଫେକ୍‌ କଲ: ଅଶ୍ଳୀଳ ଭାଷାର କରୁଛନ୍ତି ପ୍ରୟୋଗ

ଭୁବନେଶ୍ବର: କୋଭିଡ ହେଲପ୍‌ ଲାଇନ ନମ୍ବର 104 କୁ ଆସୁଛି ଫେକ୍ କଲ । ଫୋନ କରି କଲସେଣ୍ଟର ପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ । କିଛି ଅସାଧୁ ବ୍ୟକ୍ତି ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ନପଚାରି ପ୍ରୟୋଗ କରିଥିଲେ ଏଣୁତେଣୁ ଭାଷା । ଏନେଇ ସହିଦନଗର ଥାନାରେ 30ଟି ନମ୍ବର ବିରୋଧରେ ଅଭିଯୋଗ କରିଛନ୍ତି 104 କର୍ତ୍ତୃପକ୍ଷ । ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ଫୋନ ରେକର୍ଡିଂରେ କିଏ କହୁଛି ‘ଶହେ ଦିଅ ମଦ ପିଇବି’, ତ ଆଉ କିଏ କହୁଛି ‘ଭାଉଜ କେମିତି ଅଛ’ ଇତ୍ୟାଦି ଇତ୍ୟାଦି...

104 ହେଲପ୍ ଲାଇନ୍କୁ ଆସୁଛି ଫେକ୍‌ କଲ: ଅଶ୍ଳୀଳ ଭାଷାରେ କରୁଛନ୍ତି ଗାଳିଗୁଲଜ
ରାଜ୍ୟ ସରକାରଙ୍କ କୋଭିଡ ସମ୍ପର୍କିତ ହେଲ୍ପଳାଇନ ନମ୍ବର 104 କଲ ସେଣ୍ଟରକୁ ଆସୁଛି ଏଭଳି ଫୋନ କଲ । ଯାହା ପ୍ରକୃତ ଲୋକଙ୍କ ପାଖେ ସ୍ବାସ୍ଥ୍ୟ ସୂଚନା ପହଞ୍ଚାଇବାରେ ଦେଉଛି ବାଧା । କରୋନା ମହାମାରୀ ଭଳି ସଙ୍କଟ ସମୟରେ ଆମ୍ବୁଲାସ ସେବା ହେଉ ଅବା କରୋନା ଜନିତ ସୂଚନା, ସବୁ ସୂଚନା ଦେଇଥାନ୍ତି ୧୦୪ ପ୍ରତିନିଧି ମାନେ । କିନ୍ତୁ, ମାନସିକ ବିକାର ଗସ୍ତ ଓ ଦୁଷ୍ଟ ମାନସିକତାର ବ୍ୟକ୍ତି ମାନେ ଏହାର ଦୁରୁପଯୋଗ କରୁଛନ୍ତି । ତେଣୁ, ଏହା ବିରୋଧରେ ଦୃଢ କାର୍ଯ୍ୟାନଷ୍ଠାନ ଦାବି କରିଛନ୍ତି ଏଠାରେ କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତର । ଗୋଟିଏ ନମ୍ବରରୁ ସର୍ବାଧିକ 492 ଥର କଲ ଆସିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଲୋକଙ୍କୁ ଏଭଳି ନକରିବାକୁ ନିବେଦନ କରିଛନ୍ତି ଭୁବନେଶ୍ୱର ଡିସିପି ।

ହେଲ୍ପଲାଇନ ନମ୍ବରକୁ ଫେକ୍‌ କଲ ଆସିବା ନୂଆ ନୁହେଁ । କୋଭିଡର ପ୍ରଥମ ଲହର ସମୟରେ ମୋଟ ୧୨ ଲକ୍ଷ ୬୧ ହଜାର ୮୮୦ଟି ଫୋନ କଲ ଆସିଥିଲା । ସେମାଙ୍କ ମଧ୍ୟରୁ ୧୦୪ଟି ଫେକ କଲ ଥିବା ବେଳେ ୩୮ଟି ଫୋନ କଲ ବିରୋଧରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଏପରି ଘଟଣା ୨୦୨୦ ଏପ୍ରିଲରେ ମଧ୍ୟ ଦେଖିବାକୁ ମିଳିଥିଲା । ଘଟଣାର ତଦନ୍ତ ଭାର କମିଶନରେଟ ପୋଲିସର ସ୍ପେସାଲ ସ୍କ୍ୱାର୍ଡକୁ ଦିଆଯାଇଥିଲା । ହେଲେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଚୁପ୍ କାହିଁକି ବସିଥିଲା ତାହା ସବୁଠୁ ବଡ ପ୍ରଶ୍ନ ?

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Aug 11, 2021, 9:39 PM IST

ABOUT THE AUTHOR

...view details