ଓଡିଶା

odisha

By

Published : Sep 8, 2022, 10:47 PM IST

ETV Bharat / city

ରାଜଧାନୀରେ ଭଣ୍ଡବାବାର କଳା କାରନାମା

ଭୁବନେଶ୍ବରରୁ ଗିରଫ ହେଲା ଭଣ୍ଡବାବା । ଗିରଫ ଅଭିଯୁକ୍ତ ଜଣକ ଅନୁଗୋଳ ଜିଲ୍ଲାର ପରୀକ୍ଷିତ ନାୟକ ବୋଲି ସୂଚନା ରହିଛି । ନକଲି ଫେସବୁକ ଆଇଡ଼ି କରି ଯୁବତୀଙ୍କୁ ନଗ୍ମ ଫଟୋ ପଠାଇ ଦେଉଥିଲା ଧମକ । ଅଧିକ ପଢନ୍ତୁ

ରାଜଧାନୀରେ ଭଣ୍ଡବାବାର କଳା କାରନାମା
ରାଜଧାନୀରେ ଭଣ୍ଡବାବାର କଳା କାରନାମା

ଭୁବନେଶ୍ବର:ରାଜଧାନୀରେ ଭଣ୍ଡବାବାର କଳା କାରନାମା । ନକଲି ଫେସବୁକ ଆଇଡ଼ି କରି ଯୁବତୀଙ୍କୁ ନଗ୍ମ ଫଟୋ ପଠାଇ ଦେଉଥିଲା ଧମକ । ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କଲା ଭୁବନେଶ୍ୱର ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ଅନୁଗୋଳ ଜିଲ୍ଲାର ପରୀକ୍ଷିତ ନାୟକ ବୋଲି ସୂଚନା ରହିଛି।

ରାଜଧାନୀରେ ଭଣ୍ଡବାବାର କଳା କାରନାମା

ଡିଜିଟାଲ ଦୁନିଆ ଆଡକୁ ସମାଜ ଯେତିକି ଅଗ୍ରସର ହେଉଛି ସେହିମାତ୍ରାରେ ଏହାର ଦୁରୁପୋଯୋଗ ମଧ୍ୟ ହେଉଛି । କିଛି ବିକୃତ ମାନସିକତାର କାର୍ଯ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଜଣେ ନାବାଳିକାଙ୍କ ନାଁ ରେ ଭଣ୍ଡ ବାବା ଫେସବୁକ ଆଇଡି ଖୋଲି ସମ୍ପୃକ୍ତ ନାବାଳିକାଙ୍କୁ କରୁଥିଲା ପ୍ରେମ ନିବେଦନ କରୁଥିଲା । ନାବାଳିକା ରାଜି ନହେଲେ ଧମକ ଦେଉଥିଲା ।ଏହାପରେ ପରିବାର ଲୋକଙ୍କୁ ଟଙ୍କା ମାଗି ବିଫଳ ହେବା ପରେ ବ୍ଲାକମେଲ କରୁଥିଲା ଭଣ୍ଡ ବାବା। ପରିବାରର ଲୋକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କଲା ଭୁବନେଶ୍ୱର ସାଇବର ଥାନା ପୋଲିସ । ଅଭିଯୁକ୍ତର ନାଁ ପରୀକ୍ଷିତ ନାୟକ ହୋଇଥିବା ବେଳେ ଘର ଅନୁଗୋଳ ଜିଲ୍ଲାରେ ହୋଇଥିବା ନେଇ ସୂଚନା ରହିଛି।

ଏହା ମଧ୍ୟ ପଢନ୍ତୁ: ନିର୍ଧୁମ ଛେଚା ଖାଇଲେ ଭଦ୍ରକର ଭଣ୍ଡବାବା

ତେବେ ଏହି ପରୀକ୍ଷିତ ନିଜ ନାମ ପରିବର୍ତ୍ତନ କରି ରାଜଧାନୀରେ କାଳିଆ ଦାସ ନାଁରେ ରହୁଥିଲେ । ଏହାସହ ଇସ୍କନ ଦିକ୍ଷା ଗ୍ରହଣ କରିଥିବା ପରୀକ୍ଷିତ ମନ୍ଦିରରେ ମଧ୍ୟ ଭାଣ୍ଡାମୀ ଚଳାଇଥିଲା । ୧୮ ରୁ ୨୫ ବର୍ଷୀୟ ଯୁବତୀଙ୍କୁ ଟାର୍ଗେଟକରି ଫସାଇବା ସହ ବ୍ଲାକମେଲ କରୁଥିଲା । ଅଭିଯୋଗ ଅନୁସାରେ ଅଭିଯୁକ୍ତକୁ ଗୁରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ।

ଅଭିଯୁକ୍ତ ଜଣକ କହିଛି ଯେ, "ଆମର ପ୍ରଥମ ଦେଖା ହଷ୍ଟେଲରେ ହୋଇଥିଲା । ଆମେ ଦୁହେଁ ପରସ୍ପରକୁ ଭଲ ପାଉଥିଲୁ। ସେ ଯେଉଁଠିକି ହଲେ ମଧ୍ୟ ମୋ ସହ କଥା ହୁଅ । କିନ୍ତୁ ମଝିରେ ଆମର ଦେଖା ସାକ୍ଷାତ ବନ୍ଦ ହେଇଯିବା କାରଣରୁ ସେ ଥାନାରେ ଏକଲା ଦେଲା ।"

ଅନ୍ୟପଟେ ଇସ୍କନ ମନ୍ଦିର ସହ ଅଧ୍ୟକ୍ଷ ସତତ୍ୱ ପତି ଦାସ କହିଛନ୍ତି ଯେ, "ଲୋକମାନେ ଇସ୍କନ ନାମରେ ଅନେକ ପ୍ରକାର ବେପାର କରୁଛନ୍ତି। କିନ୍ତୁ ପରୀକ୍ଷିତ ନାମରେ ଯାହା କୁହାଯାଉଛି ଏହା ସତ ନୁହେଁ । ସେ 9 ବର୍ଷ ପୂର୍ବେ ଇସ୍କନ ମନ୍ଦିରରେ ରୋଷେୟା ଥିଲା । ତାପରେ ସେ କାମ ଛାଡିଦେବା ପରେ ତାସହ ଆମର କୌଣସି ସମ୍ପର୍କ ନାହିଁ । ଯଦି ଅଭିଯୁକ୍ତ ଜଣକ ଏଭଳି କାର୍ଯ୍ୟ କରୁଛି ତାହା ହେଲେ ସେହି ଭଣ୍ଡ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details