ଓଡିଶା

odisha

ETV Bharat / city

ସର୍ବକ୍ଷମା ଯୋଜନାରେ ଆବେଦନ ଅବଧି ୧୫ ଦିନ ବୃଦ୍ଧି

ବଢ଼ିଲା ସର୍ବକ୍ଷମା ଅବଧି । ଆଉ ୧୫ ଦିନର ମହଲତ ଦେଲେ ସରକାର। ଯୋଜନାରୁ ସୁଫଳ ପାଇଵାକୁ ଲୋକଙ୍କ ଆଗ୍ରହ ଓ ଭିଡକୁ ଦେଖି ସରକାରଙ୍କ ଘୋଷଣା। ଅଧିକ ପଢନ୍ତୁ...

extend-to-sarbakhyama-dead-line
extend-to-sarbakhyama-dead-line

By

Published : Feb 4, 2020, 11:45 PM IST


ଭୁବନେଶ୍ବର: ପୂର୍ବରୁ ଫେବୃଆରୀ ୫ ତାରିଖକୁ ଡେଡଲାଇନ୍ ଘୋଷଣା କରାଯାଇଥିଲା । ଶେଷ ମୁହୂର୍ତ୍ତରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଛି । ଲୋକଙ୍କ ଭିଡ଼ ଓ ଆଗ୍ରହ ଦେଖି ଜନସାଧାରଣଙ୍କ ସୁବିଧା ପାଇଁ ସର୍ବକ୍ଷମା ଅବଧି ବୃଦ୍ଧି ହୋଇଛି । ହେଲେ ଏହି ଅବଧି ବଢିବାର ୧୫ ଦିନ ପରେ ଆଉ ବେଆଇନ୍ ନିର୍ମାଣକାରୀଙ୍କୁ ମହଲତ ମିଳିବନି । ଅବଧି ସମୟ ବୃଦ୍ଧି ପରେ ଫେବୃଆରୀ ୨୦ ତାରିଖ ସର୍ବକ୍ଷମା ଯୋଜନାର ନୂଆ ଡେଡଲାଇନ୍ ସ୍ଥିର ହୋଇଛି ।

ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ଆଉ ସର୍ବକ୍ଷମା ଅବଧି ବୃଦ୍ଧି କରାଯିବନି । ଯେଉଁମାନେ ବେଆଇନ ଭାବେ ନିର୍ମାଣ କରିଥିବା ଉଚ୍ଚ ଅଟ୍ଟାଳିକାଧାରୀ ସର୍ବକ୍ଷମାରେ ଆବେଦନ କରିନଥିବେ ତାଙ୍କ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ସର୍ବକ୍ଷମା ଯୋଜନାରେ ଆବେଦନ ଅବଧି ୧୫ ଦିନ ବୃଦ୍ଧି

ସୂଚନା ଅନୁସାରେ ରାଜ୍ୟର ୯ ଟି ସହର ଭୁବନେଶ୍ବର, କଟକ, ରାଉରକେଲା, ତାଳଚେର-ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର, କଳିଙ୍ଗ ନଗର, ପାରାଦୀପ ଏବଂ ପୁରୀ, କୋଣାର୍କ ଡେଭଲପମେଣ୍ଟ ଅଥରିଟିରେ ଏହି ସର୍ବକ୍ଷମା ଯୋଜନା ଲାଗୁ ହେଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details