ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ ମୋ ସରକାର ଓ 5ଟି ଅଭିଯାନ’ ଯାହାର ମୂଳ ଉଦେଶ୍ୟ ହେଉଛି, ଜନସାଧାରଣଙ୍କ ପାଖେ ପହଞ୍ଚିବ ସରକାରୀ ବ୍ୟବସ୍ଥା । ସରକାର ଆସିବେ ଲୋକଙ୍କ ପାଖକୁ।
ସରକାରଙ୍କ ପ୍ରତିଟି ବିଭାଗ ହେବ ଅନଲାଇନ ବ୍ୟବସ୍ଥା । ପ୍ରତି ସେବା ଅନଲାଇନରେ ହେବ ଉପଲବ୍ଧ । ଲୋକଙ୍କ ମୋବାଇଲ ଫୋନରେ ମିଳିବ ସରକାରୀ ବ୍ୟବସ୍ଥା ଠାରୁ ଦୈନନ୍ଦିନ ଜୀବନ । ସେପଟେ ସରକାର କହୁଛନ୍ତି ଡିଜିଟାଲ ଡେମୋକ୍ରେସି କଥା। ଗୁରୁତ୍ବ ଦେଉଛନ୍ତି Digital Divide କମାଇବା ଉପରେ । ଆଉ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ପରିକଳ୍ପନାର ପ୍ରମୁଖ ଭୂମିକା ନେବ ଡିଜିଟାଲ ଡେମୋକ୍ରେସି । କଣ ଏହି ଡିଜିଟାଲ ଡେମୋକ୍ରେସି ? ସବୁ ବିଭାଗ କେମିତି ହେଲା ଅନଲାଇନ । କେମିତି ଚାଲିଛି ପୁରା ଅପରେଶନ । କିଏ ନେଉଛନ୍ତି ଏହାର ନେତୃତ୍ବ? କେବେ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପହଞ୍ଚିବ ଇଣ୍ଟରନେଟ? କେବେ ଗାଁ ଗାଁ ହେବ ଡିଜିଟାଲ ? ଏହି ତମାମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ କାରିଗରୀ କୌଶଳ ସଚିବ ମନୋଜ ମିଶ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ୟୁରୋ ଚିଫ ରୁଦ୍ର ନାରାୟଣ ଦାସ । ପଢନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ...
୧. ପ୍ରଶ୍ନ- ମୋ ସରକାରରୁ ଆରମ୍ଭ କରି , କାଳିଆ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ, 5T ବ୍ୟବସ୍ଥାରେ ଟେକ୍ନୋଲୋଜି,ଟ୍ରାନ୍ସପେରୀ, ଟାଇମ , ଟିମ ୱାର୍କ ବଡ ଭୂମିକା ରହିଛି । ଆଇଟି ବିଭାଗ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛି । ଏବେ ସରକାର କହୁଛନ୍ତି ଡିଜିଟାଲ ଡେମୋକ୍ରେସି କଥା, ସରକାରଙ୍କ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ କଣ ରହିଛି?
ଉତ୍ତର- 5T ଗୋଟିଏ ବଡ ପରିବର୍ତ୍ତନର ଧାରା। ଏହା ମାଧ୍ୟମରେ ସରକାରଙ୍କ ଛୋଟରୁ ବଡ ସମସ୍ତ ଉଦ୍ଦେଶ୍ୟ ରହିଛି। ଆପଣ ଯେମିତି ଜାଣିଛନ୍ତି 5Tର ଅର୍ଥ ହେଲା ‘Team work , ‘Transparency,’ Technology and sticking to ‘Time’ leads to ‘Transformation । ଏହା ଦ୍ବାରା ସରକାରଙ୍କ ଯେତେ ସେବା ରହିଛି ତାହା କୌଣସି ମାଧ୍ୟମରେ ଦିଆଯାଇପାରେ । ତାହା ଫିଜିକାଲ ମାଧ୍ୟମରେ ହେଉ ବା ଅନଲାଇନ ମାଧ୍ୟମରେ । କିନ୍ତୁ ତାକୁ କେମିତି ସମୟରେ ଦେଇ ପାରିବା ଏବଂ ସେଥିରେ କେମିତି ଟେକ୍ନୋଲୋଜି ବ୍ୟବହାର କରିପାରିବା ତାହା ବଡ କଥା। ଆପଣ ଯଦି ଦେଖିବେ 5ଟି ର ପାଞ୍ଚଟି ଅଙ୍ଗରୁ ଏଥିରେ ଟେକ୍ନୋଲୋଜିର ଗୁରୁତ୍ବ ରହିଛି କେମିତି ଟିମ ୱାର୍କ ବଢିବ। ଏହି ପରିପ୍ରେକ୍ଷୀରେ ଯଦି ଆପଣ ରାଜ୍ୟ ସରକାରଙ୍କ ଗୋଟିଏ ବ୍ୟବସ୍ଥା ଦେଖିବେ ‘OSWS’ (Odisha Secretariat Workflow System) ଏହା ସାରା ଦେଶରେ ଏକ ମଡେଲ ଗଭର୍ଣ୍ଣାନ୍ସ ବ୍ୟବସ୍ଥା ବୋଲି ଦେଖାଯାଏ। କୌଣସି ଫିଜିକାଲ ଫାଇଲରେ ଆମ ରାଜ୍ୟ ସରକାର କାମ କରନ୍ତି ନାହିଁ । ସମସ୍ତ କାମ ଅନ ଲାଇନ ମାଧ୍ୟରେ ହୁଏ। ଆଜି ଯଦି ଜଣେ ଅଫିସର ଗୋଟିଏ ବିଭାଗରେ ଅଛି ଅନ୍ୟ ବିଭାଗକୁ ଅତିରିକ୍ତ ଦାୟିତ୍ବ ଗଲେ ମଧ୍ୟ ସେଠାରେ ମଧ୍ୟ ଅନଲାଇନ ମାଧ୍ୟମରେ 2ଟି ବିଭାଗର କାମ କରିପାରିବେ। ଏହା ଟିମ ୱାର୍କକୁ ବଢାଇଛି । ଏହା ସହ ଗୋଟିଏ ଜାଗାରେ ସମସ୍ତ ପ୍ରକଳ୍ପର ଓ ଏଥିରେ କାମ କରୁଥିବା ଲୋକଙ୍କ ଡାଟା ରହୁଥିବାରୁ ଏହା ଟ୍ରାନ୍ପପେରେନ୍ସିକୁ ବଢାଇଛି। ଏହାସହ ସମୟରେ କାମ ସାରିବା ଏହା ଆଜିର ଦିନରେ ଟେକ୍ନୋଲୋଜି ବିନା ସମ୍ଭବ ନୁହେଁ। ଏଥି ପାଇଁ ମୁଁ ଆପଣଙ୍କୁ ଏକ ଉଦାହରଣ ଦେଉଛି ଆଗରୁ ଏକ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପଣ ଆରଟିଓ ଅଫିସ ଯାଉଥିଲେ, ବିଭିନ୍ନ ଡକ୍ୟୁମେଣ୍ଟ ଦେଉଥିଲେ, ଲାଇନ ଦେଉଥିଲେ । ଆଜି ସେହି ଲର୍ଣ୍ଣିଂ ଲାଇସେନ୍ସ ଆମେ ଗୋଟିଏ ଦିନରେ ଦେଇପାରୁଛୁ ଟେକ୍ନୋଲୋଜି ମାଧ୍ୟମରେ। ପରିବହନ ନିଗମ ୱେବସାଇଟ୍ସ ଯାଇ ପ୍ରଶ୍ନର ଉତ୍ତର ଦେଇ ଡକ୍ୟୁମେଣ୍ଟ ଅପଲୋଡ କରି ଆପଣ ଗୋଟିଏ ଦିନରେ ଲର୍ଣ୍ଣିଂ ଲାଇସେନ୍ସ ପାଇପାରିବେ। ଏହା ଗୋଟିଏ ଉଦାହରଣ , ଅନଲାଇନ ମାଧ୍ୟମରେ ଏହିପରି 400 ସେବା ଆମେ ଯୋଗାଇ ଦେଉଛୁ ।
୨. ପ୍ରଶ୍ନ- ସରକାରୀ ବ୍ୟବସ୍ଥା ମଧ୍ୟରେ ଏତେ ବଡ IT ecosystem ତିଆରି କରିବା କେତେ ଆହ୍ବାନ ଥିଲା?
ଉତ୍ତର- ସରକାର ହେଉଛନ୍ତି ପ୍ରଥମ ଏଜେନ୍ସୀ ଯାହାକୁ ପ୍ରଥମ ଉଦାହରଣ ଭାବେ ନିଆଯାଇପାରେ। ଉଦାହରଣ ସ୍ବରୂପ କୋଭିଡ ପ୍ରଥମ ପରିସ୍ଥିତିରେ ସମସ୍ତଙ୍କୁ ଘରେ ରହିବାକୁ କୁହାଗଲେ। ଯଦି ସରକାରୀ ଅଧିକାରୀ ଓ କର୍ମଚାରୀ ଘରେ ରହିଥାନ୍ତେ କାମ କିଏ କରିଥାନ୍ତା । କିନ୍ତୁ ଘରେ ରହିବାକୁ ପଡିବ ଓ କାମ ବି କରିବାକୁ ପଡିବ। ଏଇଠି ଆସିଲା ଟେକ୍ନୋଲୋଜି । ମୁଁ ଆପଣଙ୍କୁ OSWS କଥା କହୁଥିଲି, ଆମେ ଯେତେବେଳେ ୱାର୍କ ଫ୍ରମ ହୋମ କଲୁ । ଆମେ ଦେଖାଇଲୁ ସରକାର ମଧ୍ୟ ୱାର୍କ ଫ୍ରମ ହୋମ କରିପାରନ୍ତି। ଏଥିପାଇଁ ଆମେ ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ (ଭିପିଏନ) ତିଆରି କଲୁ । ଅଫିସର ଓ କର୍ମଚାରୀଙ୍କୁ ମାନଙ୍କୁ ଏଥିରେ ଯୋଡିଲୁ, ଯେମିତି ସେମାନେ କାମ କରିବେ। କୋଭିଡ ଭଲି ପରିସ୍ଥିତି ଉପୁଯିବ ବୋଲି ଆମେ କେହି କେବେ ଭାବି ନଥିଲୁ । କିନ୍ତୁ ଟେକ୍ନୋଲୋଜି ବ୍ୟବହାର କରି ଆମେ ସେଭଳି ପରିସ୍ଥିତିରେ ସବୁ କାମ କରିପାରିଲୁ। ତେଣୁ ପ୍ରଥମେ ସରକାରୀ ବ୍ୟବସ୍ଥାରେ ଆମେ ଲୋକଙ୍କୁ ଦେଖାଇପାରିବା ଯେ କେମିତି ଟେକ୍ନୋଲୋଜିର ବ୍ୟବହାର କରି ଆମେ ବିଭିନ୍ନ ଚାଲେଞ୍ଜକୁ ସାମ୍ନା କରିପାରିବା।
୩. ପ୍ରଶ୍ନ- Technology and innovation to change the lives of people, କାଳିଆ ଯୋଜନା ଏହାର ଏକ remarkable ଉଦାହରଣ । ଏହା ରାଜ୍ୟ ସରକାରଙ୍କର ବ୍ୟବସ୍ଥା ମଧ୍ୟରେ TECHNOLOGY integration ର ବଡ ଉଦାହରଣ। ହିତାଧିକାରୀଙ୍କ ତଥ୍ୟ ପଞ୍ଚାୟତରୁ ରାଜ୍ୟ ଡାଟା ସେଣ୍ଟରକୁ ଆଣିବା ଓ ଯୋଜନାର ବାସ୍ତବ ରୂପାୟନ କେତେ କଷ୍ଟସାଧ୍ୟ ଥିଲା?
ଉତ୍ତର- କାଳିଆ ଯୋଜନା ପ୍ରଥମରୁ ଏହା ବଡ ଚାଲେଞ୍ଜ ଥିଲା। ଚାଷୀମାନଙ୍କ ଆୟ ବଢାଇବା ପାଇଁ ଏହା ଦେଶରେ ପ୍ରଥମ ଯୋଜନା ଥିଲା। ଓଡିଶା ପ୍ରଥମ ରାଜ୍ୟ ଭାବେ ଏହାକୁ ଶୁଭାରମ୍ଭ କରିଥିଲା। କାଲିଆର ରୋଲ ଆଉଟ କରିବା ପାଇଁ ଟେକ୍ନୋଲୋଜିର ବହୁତ ଜରୁରୀ ଥିଲା କାରଣ ସମୟ କମ ଥିଲା। ହିତାଧୀକାରୀଙ୍କ ଡାଟା ସଂଗ୍ରହ କରିବା ସବୁଠୁ ବଡ ଆହ୍ବାନ ଥିଲା। ତା ସହ ଡାଟା ସଂଗ୍ରହ କରିବା ପରେ ତାର ବୈଧତା, ନିଋପଣ କରିବା ବି ଚ୍ୟାଲେଞ୍ଜ ଥିଲା । ସବୁଠୁ ବଡ ଚାଲେଞ୍ଜ ଥିଲା ଯଦି ଗାଁ ଗାଁରେ କୁହାଯିବ କାଳିଆ ପାଇଁ ଆବେଦନ କରିବାକୁ । ତାହାହେଲେ ସମସ୍ତେ ଆବେଦନ କରିବେ, ଆମ ଆଗରେ ବଡ ପ୍ରଶ୍ନ ଥିଲା ଏହାକୁ କରାଯିବ କିପରି ? ତେଣୁ କୃଷି ବିଭାଗ ପକ୍ଷରୁ କାଳିଆ ଆବେଦନ ପାଇଁ ଏକ ବ୍ୟବସ୍ଥା କରାଗଲା। ଗୋଟିଏ ଗ୍ରୀନ ଫର୍ମ ଓ ଗୋଟିଏ ରେଡ ଫର୍ମ କରାଗଲା । ପଞ୍ଚାୟତସ୍ତରରେ ଲୋକଙ୍କୁ ସଶକ୍ତିକରଣ କରାଗଲା ଯେମିତି ସମସ୍ତେ ଏଥି ପାଇଁ ଆବେଦନ କରିପାରିବେ । କିଏ ଆବେଦନ କରୁଛନ୍ତି ତାହା ସମସ୍ତେ ଯେମତି କାଳିଆ ସିଷ୍ଟମରେ ଦେଖିପାରିବେ ସେନେଇ ବ୍ୟବସ୍ଥା କରାଗଲା। ଯଦି କୌଣସି ଗାଁରେ ଅଯୋଗ୍ୟ ହିତାଧୀକାରୀ ବା ଧନୀ ଲୋକ ଏଥିପାଇଁ ଆବେଦନ କରନ୍ତି ସେହି ଗାଁର ଲୋକ ରେଡ ଫର୍ମରେ ଅଭିଯୋଗ କରିପାରିବେ ଫଳରେ ଆଯୋଗ୍ୟ ବ୍ୟକ୍ତିର ନାଁ କଟିଯିବ। କିନ୍ତୁ ଏହା ଶତ ପ୍ରତିଶତ ଠିକ ହେବ ବୋଲି କିଛି ଗ୍ୟାରେଣ୍ଟି ନଥିଲା। ବିଭିନ୍ନ ସ୍ଥାନରେ ବିଭିନ୍ନ ଛଳ କପଟ ବ୍ୟବହାର କରି ଲୋକେ କାଳିଆ ଯୋଜନାରେ ନାଁ ପୁରାଇବାର ସମ୍ଭାବନା ରହିଥିଲା। ଆମେ ଯେତେବେଳେ କାଳିଆ ଯୋଜନା ଖୋଲିଥିଲୁ ସେତେବେଳେ 80 ଲକ୍ଷ ଲୋକ ଆବେଦନ କରିଥିଲେ । କିନ୍ତୁ ଆଜିର ଦିନରେ 56 ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି । ଯେଉଁମାନେ ବାସ୍ତବରେ ହିତାଧୀକାରୀ। ଏହି ହିତାଧୀକାରୀଙ୍କୁ ଚିହ୍ନ କରାଗଲା କେମିତି। ଆମ ପାଖରେ ଥିବା ଧାନ କିଣାଯିବାର ଡାଟା ଅଛି, ଯେଉଁଥିରେ 25 ଲକ୍ଷ ଲୋକଙ୍କ ଡାଟା ଅଛି, ମଞ୍ଜି ବିହନ କିଣିବା ପାଇଁ ସବସିଡି ନେଉଥିବା 13 ଲକ୍ଷ ଲୋକଙ୍କ ସହ ଚାଷୀ ବିମା ନେଉଥିବା ହିତାଧୀକାରୀଙ୍କ ଡାଟା ଥିଲା। କାଳିଆ ପାଇଁ ଆବେଦନ କରିଥିବା ଡାଟାକୁ ଆମେ ଏହି ସବୁ ଡାଟା ଗୁଡିକ ସହ ମିଳାଇଲୁ । ଏହା ସହ ଅନେକ ଡାଟା ଅଛି ଯାହା ସହ ଆମେ କାଳିଆ ଆବେଦନକାରୀଙ୍କ ଡାଟା ସହ ମିଳାଇ ବୈଧ କାଳିଆ ଆବେଦନକାରୀଙ୍କୁ ଚିହ୍ନଟ କଲୁ ଯାହାର ସଂଖ୍ୟା ବର୍ତ୍ତମାନ 56 ଲକ୍ଷ। ଏବେ ଆମ ପାଖରେ ବ୍ୟବସ୍ଥା ରହିଛି ଆମେ ଗୋଟିଏ ଦିନରେ ସରକାରଙ୍କ ଆଦେଶରେ କୌଣସି ନୂଆ ବୈଧ ହିତାଧୀକାରୀଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ଡାଟାବେସରେ ଯୋଡି ପାରିବୁ। ଯାହା ପୁରୁଣା ବ୍ୟବସ୍ଥାରେ ମାସ ମାସ ସମୟ ଲାଗିଥାନ୍ତା।
୪. ପ୍ରଶ୍ନ- ୨୦୧୮ ରେ ୪୦ ଲକ୍ଷ କାଳିଆ ହିତାଧିକାରୀ ଆଉ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୫ ଲକ୍ଷ ହିତାଧିକାରୀ । କାଳିଆରେ ହିତାଧିକାରୀ ଚିହ୍ନଟ ଓ ଆକାଉଣ୍ଟକୁ ଟଙ୍କା ପଠାଇବାର ଥିଲା, ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ multiple interface, more nos of beneficiaries, hospitals, government, claim settlement, ଆପଣ କେମିତି manage କରିବେ?
ଉତ୍ତର- ଆମେ ଯେତେବେଳେ ଟେକ୍ନୋଲୋଜି ବ୍ୟବହାର କରିଥାଉ ଆମପାଇଁ ନମ୍ବର ବେଶୀ ଗୁରୁତ୍ବ ନଥାଏ । କେବଳ ଆମ କାର୍ଯ୍ୟପଦ୍ଧତି ବଢିଥାଏ। ଏହା 10 ଲକ୍ଷ ହେଉ ବା 50 ଲକ୍ଷ ହେଉ ସେଥିରେ କିଛି ବେଶି ଫରକ ପଡେନି। ଯଦି ଆପଣ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦେଖିବେ ଏଥିରେ 96 ଲକ୍ଷ ପରିବାର ପ୍ରାୟ ସାଢେ 3 କୋଟି ଲୋକ ଉପକୃତ ହେବେ ଏହି ଯୋଜନା ମାଧ୍ୟମରେ। ଏହାକୁ କରିବା ପାଇଁ ଆମକୁ ଏହା ପଛରେ ଅନେକ ଯୋଗସୂତ୍ର ସ୍ଥାପନ କରିବାକୁ ପଡିଥାଏ। ଏହି କ୍ଷେତ୍ରରେ ହିତାଧିକାରୀ ରାସନକାର୍ଡଧାରୀ, ତେବେ ଏଠାରେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ଚିହ୍ନଟ ହେବା ଆବଶ୍ୟକ । କାରଣ ରାସନକାର୍ଡ ନେଇ ଯେଉଁଲୋକ ଚିକିତ୍ସା ପାଇଁ ଯାଉଛନ୍ତି ସେ ପ୍ରକୃତ ହିତାଧୀକାରୀ ନା ଆଉ କିଏ। ସେଥିପାଇଁ ଏବେ ଆମେ ଡିଜିଟାଲ କାର୍ଡ ବ୍ୟବସ୍ଥା କରିଛୁ । ଏବେ ପ୍ରକୃତ ହିତାଧୀକାରୀ ଅନୁବନ୍ଧିତ ହସ୍ପିଟାଲରେ ଏହି କାର୍ଡ ସ୍ବାପ କରିବେ । ଏହା ସହ ଅନୁବନ୍ଧିତ ହସପିଟାଲରେ ଆମେ ଗୋଟିଏ ପିଓଏସ ମେସିନ ରଖିଛୁ । ସେଥିରେ ହିତାଧିକାରୀଙ୍କ ଆଖି ଡୋଳା ବା ଟିପ ଚିହ୍ନ ଦେଲେ ତାହା ଆଧାର ଡାଟାବେସ ସହ ଏହାକୁ ମେଳ କରି ଗୋଟିଏ ସେକେଣ୍ଡରେ ସୂଚିତ କରିବେ ଯେ ବ୍ୟକ୍ତି ଜଣକ ପ୍ରକୃତ ହିତାଧିକାରୀ କି ନୁହେଁ। ଏହାପରେ ସବୁ ଜିନିଷ ହସ୍ପପିଟାଲ ବୁଝିବ। କାରଣ ହସ୍ପିଟାଲକୁ ସ୍ବାସ୍ଥ୍ୟବିଭାଗ ସହ ଯୋଡା ଯାଇଛି । ଏଥିପାଇଁ କାମ କରୁଥିବା ସୋସାଇଟି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ଅନଲାଇନ ବ୍ୟବସ୍ଥା ରହିଛି । ଯେଉଁଠି ହସ୍ପିଟାଲ ଚିକିତ୍ସା ପରେ ଖର୍ଚ୍ଚ ସରକାରଙ୍କୁ ଅନଲାଇନରେ କ୍ଲେମ କରିବେ ଓ ସରକାର ତାଙ୍କୁ ଅନଲାଇନରେ ପେମେଣ୍ଟ କରିବେ। ଏଥିରେ କୌଣସି ଅସୁବିଧା ହେବ ନାହିଁ । ଫାଇଲ ନେବା ଆଣିବା ନାହିଁ, କି ହିତାଧିକାରୀଙ୍କ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ । ସବୁ ସିଷ୍ଟମ ଅନଲାଇନ ଦ୍ବାରା ପରିଚାଳିତ ହୁଏ। ତେଣୁ ଏହା ଏକ ସ୍ବାସ୍ଥ ସେବା କ୍ଷେତ୍ରରେ ଗେମ ଚେଞ୍ଜର ହେବ।
୫. ପ୍ରଶ୍ନ- ବିଜୁ ସ୍ବାସ୍ଥ୍ୟ କାର୍ଡ ଯେମିତି ସବୁ ହିତାଧିକାରୀଙ୍କ ପାଖରେ ପହଞ୍ଚି ପରିବ ସେ ନେଇ କିଛି ଡେଡ ଲାଇନ ଆପଣ ସେଟ କରିଛନ୍ତି?
ଉତ୍ତର- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ବାସ୍ଥ୍ୟ ବିଭାଗର ଯୋଜନା। ସ୍ବାସ୍ଥ୍ୟ ବିଭାଗ ନିର୍ଦେଶରେ ଆମେ କାର୍ଡ ଛପାଇ ବ୍ଲକକୁ ପଠାଉଛୁ। ଆମକୁ ଯେଉଁ କାମ ଦିଆଯାଇଛି ତାହା ଆମେ ଏହି ବର୍ଷ ଶେଷ ସୁଦ୍ଧା ସମ୍ପାଦନ କରିପାରିବୁ । କିନ୍ତୁ ଏହାକୁ ବାଣ୍ଟିବା କାର୍ଯ୍ୟ ସ୍ବାସ୍ଥ୍ୟ ବିଭାଗର । ତାଙ୍କ ସମୟ ଅବଧୀ ମଧ୍ୟରେ କରିବେ। ଆମ ପକ୍ଷରେ ନିର୍ଦ୍ଧାରିତ ସମୟରେ କାର୍ଡ ଛପାଇବା ପାଇଁ କୌଣସି ଅସୁବିଧା ନାହିଁ ଆମେ ନିର୍ଦ୍ଦିଷ୍ଟ ସମୟରେ କାର୍ଡ ଛାପିପାରିବୁ।
୬. ପ୍ରଶ୍ନ-ସବୁଠୁ ବଡ କଥା ହେଉଛି ସରକାରୀ ଯୋଜନାରେ ବିଶେଷକରି ଇ-ଗଭର୍ଣ୍ଣାନ୍ସ ଏବଂ ଫ୍ଲାଗସିଫ ଯୋଜନା ଗୁଡିକରେ ଟେକ୍ନୋଲୋଜୀର ବ୍ୟବହାର କରି ଏହାକୁ ରୋଲଆଉଟ କରିବା। ସମସ୍ତ ବିବାଦ ସତ୍ବେ ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବଣ୍ଟନ ବ୍ୟବସ୍ଥା ବୋଲି ଧରାଯାଏ । ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ହେଉ ବା କେନ୍ଦ୍ର ସରକାରଙ୍କ ବା ନିକଟରେ COVID Dashboard ରେ ଲକ ଡାଉନ ସମୟରେ ସାଧାରଣ ଲୋକଙ୍କ ପାଖରେ ଗୁରୁତ୍ବପୂର୍ଣ୍ଣ ସୂଚନା ପହଞ୍ଚାଇବା ଆହ୍ବାନ ଥିଲା । ଏହି କ୍ଷେତ୍ରରେ ଆପଣ ଟେକ୍ନୋଲୋଜୀର ବ୍ୟବହାର କିଭଳି କରୁଛନ୍ତି?
ଉତ୍ତର- ଟେକ୍ନୋନୋଲୋଜିକୁ ସବୁବେଳେ ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିବାର କଥା । ଧାନ କିଣାଯିବା କ୍ଷେତ୍ରରେ ଦେଶରେ ସବୁଠାରୁ ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରିବାରେ ଆମ ରାଜ୍ୟ ହେଉଛି ପ୍ରଥମ। ଆମେ ଆଖି ଡୋଲା ସ୍କାନ ବ୍ୟବହାର କରୁଛୁ । ଯେତେବେଳେ ଚାଷୀଙ୍କ ଆଧାର ସହ ଏକକୁ ମେଳ କରାଯାଉଛି। ଆମେ ଏହାର ଡାଟାବେସକୁ ଏଭଳି ରଖୁଛୁ ଯେ ଏଥିରେ କେହି ଏପଟ ସେପଟେ କରିପାରିବେ ନାହିଁ। ପ୍ରଥମେ ଆମେ ଏହି କ୍ଷେତ୍ରରେ ଟିପ ଚିହ୍ନ ବ୍ୟବହାର କରୁଥିଲୁ, କିନ୍ତୁ ଆପଣ ଯଦି ଦେଖିବେ ଚାଷୀମାନେ ଯେଉଁମାନେ କଠିନ ପରିଶ୍ରମ କରନ୍ତି ତାଙ୍କର ହାତ ବା ଟିପର ଚିହ୍ନ ସବୁବେଳେ ଭଲ ଭାବେ ନଥାଏ, ଟିପ ଚିହ୍ନରେ ମେଳେ ମଧ୍ୟ ଖାଏନି, ଏହି ସମସ୍ୟା ଅନେକ ଚାଷୀଙ୍କ କ୍ଷେତ୍ରରେ ଦେଖାଗଲା ପରେ, ଆମେ ଆଖିଡୋଳା ସ୍କାନର ନେଲୁ ସମସ୍ୟାର ସମାଧାନ ପାଇଁ । ଡାଟା ସୁରକ୍ଷା ପାଇଁ ଆମେ ମଲ୍ଟି ଲେବଲ ଷ୍ଟୋଚରିଂ ସିଷ୍ଟମ ବ୍ୟବହାର କରୁଛୁ । ତାକୁ ଯିଏ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ତାର ଡାଟା ବେସରେ ସୂଚାଇବ ଏହି ଲୋକ ଏହି ଡାଟାକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଛନ୍ତି। ତେଣୁ ଟେକ୍ନୋଲୋଜି ମାଧ୍ୟମରେ ଆମେ ସେହି ସିଷ୍ଟମକୁ ସୁଦୃଢ କରିପାରିଛୁ।
୭. ପ୍ରଶ୍ନ- ମୋ ସରକାର ପ୍ରୋଗ୍ରାମରେ ୪୩ ଟି ସରକାରୀ ବିଭାଗର ୪୦୦ ସେବା ମିଳୁଛି । ଏହାସହ ସମସ୍ତ ବିଭାଗରେ ଟେକ୍ନୋଲୋଜୀ କାର୍ଯ୍ୟକାରୀ ହେଉଛି । କେମିତି ଏହାକୁ ପରିଚାଳନା କରୁଛନ୍ତି ।
ଉତ୍ତର- 2019 ରେ ଯେତେବେଳେ ବର୍ତ୍ତମାନର ସରକାର ପୁନଃ ନିର୍ବାଚିତ ହୋଇ ଆସିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସରେ କହିଥିଲେ, ସମ୍ବିଧାନିକ ବ୍ୟବସ୍ଥାରେ ଅତି ଜରୁରୀ ନହେଲେ ମୁଁ ଚାହେଁ ନାହିଁ ଆମ ଲୋକେ ସରକାରୀ ଅଫିସକୁ ଜରୁରୀ ସେବା ପାଇଁ ଆସନ୍ତୁ। ଏହା ଏକ ବଡ ଚାଲେଞ୍ଜ ଥିଲା ସରକାରୀ ବ୍ୟବସ୍ଥା ପାଇଁ କାରଣ ଆରଟିଓ ହେଉ ବା ତହସିଲ ଅଫିସ ଅନେକ କ୍ଷେତ୍ରରେ ଲୋକଙ୍କୁ ସେବା ସରକାରୀ ଅଫିସରେ ହିଁ ମିଳୁଥିଲା। କିନ୍ତୁ ଚ୍ୟାଲେଞ୍ଜ ଥିଲା ଅଫିସ ନଆସି ଲୋକେ ଏହି ସେବା କେମିତି ପାଇବେ । ନୂଆ ବ୍ୟବସ୍ଥା ଆଣିବା ପାଇଁ ଆମ ଆଇଟି ବିଭାଗର 2ଟି କାମ କରିବାର ଥିଲା। ପ୍ରଥମ ପ୍ରତି ବିଭାଗକୁ ସାହାଯ୍ୟ କରିବା । ତାଙ୍କ କାମ କରିବାର ତରିକା ବଦଳାଇବା । ତାକୁ ଆଇଟି ମାଧ୍ୟମରେ କରିବା । ସେହିପରି 43 ବିଭାଗରେ ଆମେ ଯାହା ଦରକାର ଥିଲା ପ୍ରସେସ ବଦଳାଇବା ପାଇଁ ଆମେ ସାହାଯ୍ୟ କଲୁ । ଏଥିରେ ଆଇଟି ବିଭାଗ ସହ ଏନଆଇସି ସିଏନଜିଆଇ କାମ କରିଛନ୍ତି । ଆମେ ପ୍ରେସେସକୁ ଆବେଦନଠାରୁ ନେଇ ଦେୟ ଓ ସେବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥାକୁ ଅନଲାଇନ କରିଲୁ। ଉଦାହରଣ ସ୍ବରୂପ ଆଜିର ଦିନରେ ଆପଣ ଓଡିଶା ୱାନ ପୋର୍ଟାଲକୁ ଯାଇ ଯଦି ଆପଣ ଗଣଶିକ୍ଷା ବିଭାଗରୁ ଗୋଟିଏ ହଜିଯାଇଥିବା ସାର୍ଟିଫିକେଟର ନକଲ ବାହର କରିବାକୁ ଯାଉଛନ୍ତି ତାହା ଅନଲାଇନ ମଧ୍ୟମରେ କରିପାରିବେ। ତେବେ ଏଥିରେ ଏକ ବଡ ଚାଲେଞ୍ଜ ମଧ୍ୟ ଥିଲା ତାହା ହେଉଛି ସବୁ ଲୋକଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ । ସେ କ୍ଷେତ୍ରରେ ଆମେ ବାହାର କଲୁ ମୋ ସେବା କେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମରେ ପ୍ରତି ଗ୍ରାମପଞ୍ଚାୟତରେ ଗୋଟିଏ ମୋ ସେବା କେନ୍ଦ୍ର ଆମେ ଏକ ବର୍ଷ ମଧ୍ୟରେ କରିବୁ। ପ୍ରାୟ 4 ହଜାରରୁ ଅଧିକ ମୋ ସେବା କେନ୍ଦ୍ର ଆମେ କରିସାରିଲୁଣି। ପଞ୍ଚାୟତରେ ମୋ ସେବା କେନ୍ଦ୍ରକୁ ଯାଇ ସେଠାକାର ଲୋକ ଅତି କମ ଦେୟରେ 430 ସେବା ପାଇପାରିବେ।
8. ପ୍ରଶ୍ନ-ଯେଉଁ ଅଞ୍ଚଳରେ ଟେଲି ଯୋଗାଯୋଗ ନାହିଁ ଓ ଇଣ୍ଟରନେଟ ନାହିଁ ସେ ଅଞ୍ଚଳରେ ଆପଣ ସେବା କେମିତି ଯୋଗାଇବେ।