ଓଡିଶା

odisha

ETV Bharat / city

ଗଞ୍ଜେଇ ଚାଷକୁ ନା... - ଅବକାରୀ ବିଭାଗର ଗଞ୍ଜେଇ ଚାଷକୁ ମନା

ରାଜ୍ୟରେ ହୋଇ ପାରିବ ନାହିଁ ଗଞ୍ଜେଇ ଚାଷ । ସ୍ପଷ୍ଟ କଲେ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ । ଅଧିକ ପଢ଼ନ୍ତୁ...

ଗଞ୍ଜେଇ ଚାଷକୁ ନା...

By

Published : Nov 19, 2019, 6:57 PM IST

ଭୁବନେଶ୍ବର: ରାଜ୍ୟରେ ଗଞ୍ଜେଇ ଚାଷକୁ ମିଳିବ ନାହିଁ ଅନୁମତି । ଏନେଇ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ଲୋକସେବା ଭବନରେ ଆଇନ ବିଭାଗ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଗଞ୍ଜେଇ ଚାଷକୁ ନାହିଁ ଅନୁମତି

ଆଇନ ବିଭାଗ ପକ୍ଷରୁ ଗଞ୍ଜେଇ ଚାଷ ନେଇ ଆସିଥିବା ପ୍ରସ୍ତାବକୁ ପ୍ର୍ରତ୍ୟାଖ୍ୟାନ କରାଯିବାରୁ ଏହା ଉପରେ ଆଉ ଆଗକୁ ଯିବା ସମ୍ଭବ ନୁହେଁ ବୋଲି ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ କହିଛନ୍ତି। ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ କାରଣ ଆଇନ ବିଭାଗ ପକ୍ଷରୁ ଏ ପ୍ରସ୍ତାବକୁ ଖାରଜ କରାଯାଇଛି ବୋଲି ସେ କହିଛନ୍ତି । ଗଞ୍ଜେଇର ଔଷଧୀୟ ଗୁଣ ରହିଥିବାରୁ ଅନେକ ଶିଳ୍ପ ସଂସ୍ଥା ଏଭଳି ପ୍ରସ୍ତାବ ଦେଇଥିଲେ । ସରକାରଙ୍କୁ ଏନେଇ ଅବଗତ କରାଯିବା ପରେ ଏ ସମ୍ପର୍କରେ ବୈଠକରେ ମତ ରଖିବାକୁ ଅବକାରୀ ବିଭାଗ ପକ୍ଷରୁ କମିଶନରଙ୍କୁ ଏକ ଚିଠି ପଠାଯାଇଥିଲା।

ତେବେ ଏହି ଖବର ଜଣାପଡ଼ିବା ପରେ ବିଭିନ୍ନ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ମହଲରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବାର ସମ୍ଭାବନାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏପରି ଅନୁମତି ଦିଆଗଲେ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ମଧ୍ୟ କେତେକ ସଙ୍ଗଠନ ଚେତାବନୀ ଦେଇଥିଲେ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details