ଓଡିଶା

odisha

ଟଙ୍କା ପାଇଁ ରେଳ କର୍ମଚାରୀକୁ ହତ୍ଯା, ଏଟିଭିଏମ କାର୍ଡ ଧରାଇଲା ଅଭିଯୁକ୍ତ

ଶେଷରେ ଏଟିଭିଏମ କାର୍ଡ ଧରାଇଦେଲା ଅଭିଯୁକ୍ତ। ପୁରଣା ଷ୍ଟେସନ ୬ ନମ୍ବର ପ୍ଲାଟଫର୍ମରେ ଟିଭି ରାଓ ହତ୍ୟାକାଣ୍ଡରେ ଅଭିଯୁକ୍ତ ହେଲା ଗିରଫ । ଅଧିକ ପଢନ୍ତୁ..

By

Published : Jan 7, 2020, 4:26 AM IST

Published : Jan 7, 2020, 4:26 AM IST

accused-arrested
accused-arrested

ଭୁବନେଶ୍ବର: ବି-କମ କରିଥିବା ଯୁବକ ଘଟାଇଥିଲା ହତ୍ୟାକାଣ୍ଡ । ବେକାରୀ ଯୋଗୁଁ ଟଙ୍କା ପାଇଁ ନେଇଥିଲା ରେଳ କର୍ମଚାରୀଙ୍କ ପ୍ରାଣ । ହତ୍ୟାପରେ ହତ୍ୟାକାରୀ ଫେରାର ଥିଲା। ଶେଷରେ ଏଟିଭିଏମ କାର୍ଡ ଧରାଇଦେଲା ଅଭିଯୁକ୍ତ । ପୁରଣା ଷ୍ଟେସନ ୬ ନମ୍ବର ପ୍ଲାଟଫର୍ମରେ ଟିଭି ରାଓ ହତ୍ୟାକାଣ୍ଡରେ ଅଭିଯୁକ୍ତ ହେଲା ଗିରଫ । ଗିରଫ ଅଭିଯୁକ୍ତ ହେଲେ ଅଜୟ କୁମାର । ଘର ଉତରପ୍ରଦେଶର ଆଲିଗଡ ।

ଟଙ୍କା ପାଇଁ ରେଳ କର୍ମଚାରୀକୁ ହତ୍ଯା, ଏଟିଭିଏମ କାର୍ଡ ଧରାଇଲା ଅଭିଯୁକ୍ତ

ତେବେ ଗତ ନଭେମ୍ବର ୧୮ ତାରିଖରେ ଅଜୟ ଅବସରପ୍ରାପ୍ତ ରେଳକର୍ମଚାରୀ ଟିଭି ରାଓଙ୍କ ସହ ସୁକାନ୍ତି ଡର୍ମିଟାରିକୁ ଯାଇଥିଲେ । ପରେ ଟିଭି ରାଓ ଗାଧୋଉଥିବା ସମୟରେ ତାଙ୍କର ୩୭ ହଜାର ଟଙ୍କା ଅଭିଯୁକ୍ତ ନେଇ ଫେରାର ଉଦ୍ୟମ ବେଳେ ଧରିପକାଇବାରୁ ତାଙ୍କୁ ଛୁରିରେ ଆକ୍ରମଣ କରି ଅଜୟ ହତ୍ୟା କରିଥିଲା । ପରେ ଚିଭି ରାଓଙ୍କ ଏଟିଭିଏମ କାର୍ଡ ମଧ୍ୟ ସାଥିରେ ନେଇ ଫେରାର ହୋଇ ଯାଇଥିଲା ।

ହଲେ ସେହି କାର୍ଡକୁ ଟ୍ରାକ ବେଳେ ଅଭିଯୁକ୍ତ ଭୁବନେଶ୍ବର ଷ୍ଟେସନରୁ ଧରାପଡିଥିଲା । ତେବେ ପ୍ରଶ୍ନ ଉଠୁଛି କାହିଁକି ଟିଭି ରାଓଙ୍କ ସହ ଅଜୟ ଡର୍ମିଟାରିକୁ ଯାଇଥିଲେ । କଣ ଉଭୟଙ୍କ ମଧ୍ୟରେ ପୁର୍ବରୁ ଚିହ୍ନାପରିଚୟ ଥିଲା ନା କିଛି ଅନୈତିକ ସମ୍ପର୍କ । ଯାହା ଏବେବି ସ୍ପଷ୍ଟ କରିନାହିଁ କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details