ଓଡିଶା

odisha

ETV Bharat / city

ଓଡିଶାକୁ ବାଂଲାଦେଶୀ ଆତଙ୍କବାଦୀ ଭୟ: ରାଜନେତାଙ୍କୁ ଦାୟୀ କଲେ ପୂର୍ବତନ ଡିଜି - ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର

ରାଜ୍ୟରେ ଦିନକୁ ଦିନ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା । ଶରଣାର୍ଥୀ ଭାବେ ଆସି ଦେଶ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର । ଏମାନଙ୍କୁ ରୋକିବାକୁ କୋଷ୍ଟଗାର୍ଡ, ମେରାଇନ ପୋଲିସ, ଓଡିଶା ପୋଲିସ ମିଳିତ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଡିଜି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 14, 2019, 10:22 PM IST

Updated : Oct 15, 2019, 10:47 AM IST

ଭୁବନେଶ୍ବର: ଆତଙ୍କବାଦୀ ସଂଗଠନ ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶରେ ଗଢିଉଠିଥିବା ଏବେ ଓଡିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ନିଜର କାୟା ବିସ୍ତାର କରିଛି । ସଂଗଠନର ଶହଶହ ସଦସ୍ୟ ଭାରତର ବିଭିନ୍ନ ସ୍ଥାନରେ ଲୁଚି ରହି ନିଜ ନେଟୱର୍କକୁ ଦୃଢ କରୁଛନ୍ତି । ଏମାନଙ୍କ ବିଷୟରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ବିଭିନ୍ନ ରାଜ୍ୟଙ୍କୁ ଅବଗତ କରିଛି । ଶରଣାର୍ଥୀ ଭାବେ ଆସୁଥିବା ଏହି ଆତଙ୍କବାଦୀ ମାନେ ଭାରତ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ବୋଲି ଆଜି ନୂଆଦିଲ୍ଲୀଠାରେ ରାଜ୍ୟମାନଙ୍କର ଆତଙ୍କବାଦ ନିରୋଧ ସ୍କ୍ବାଡ ଓ ସ୍ପେଶାଲ ଟାସ୍କ ଫୋର୍ସର ମୁଖ୍ୟ ମାନଙ୍କୁ ନେଇ ଏନଆଇଏ ଜାତୀୟ ସମ୍ମିଳନୀରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି କହିଛନ୍ତି ।

ଏଏନଆଇ ଡିଜିଙ୍କ ଏହି ବିସ୍ପୋରକ ବୟାନ ପରେ ଏବେ ସବୁଠି ହଇଚଇ ସୃଷ୍ଟି ହୋଇଛି । ଓଡିଶା ସମେତ ଦେଶର ଅନ୍ୟ 7ଗୋଟି ରାଜ୍ୟରେ ଏହି ଆତଙ୍କବାଦୀ ମାନେ ରହି ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି । ଏନଆଇଏ ଡିଜିଙ୍କର ଏହି ବୟାନ ପରେ ରାଜ୍ୟର ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଭୋଟ ବ୍ୟାଙ୍କ ପାଇଁ ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ପ୍ରୋତ୍ସାହନ ମିଳୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନୁପ୍ରବେଶକାରୀଙ୍କୁ ବିରୋଧ କରିବା ବଦଳରେ ଆଶ୍ରୟ ଦେଉଛନ୍ତି ତଳିଆ ପୋଲିସ କର୍ମଚାରୀ ଓ ରାଜନେତା । ରାଜନେତା ମାନେ ଭୋଟ ପଲିଟିକସ ପାଇଁ ଏମାନଙ୍କୁ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ଦେଇ ସ୍ଥାୟିତ୍ବ ଦେଉଛନ୍ତି । ଫଳରେ ଏମାନେ ଏଠି ରହି ଦେଶ ବିରୋଧରେ ଆତଙ୍କୀ କାରବାର ଚଳାଇଛନ୍ତି ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ।

ଏଥିସହ ସେ ରାଜ୍ୟର ଭୌଗୋଳିକ ସ୍ଥିତିକୁ ମଧ୍ୟ କାରଣ ଦର୍ଶାଇଛନ୍ତି । ଓଡିଶା ଉପକୂଳକୁ ଆସିବା ପାଇଁ ବାଲାଂଦେଶରୁ ସୁନ୍ଦରବନରେ ଅନେକ ଟାପୁ ଅଛି । ଏହି ଟାପୁ ସହାୟତାରେ ସେମାନେ ଲୁଚି ଅତି ସହଜରେ ଅନୁପ୍ରବେଶ କରୁଛନ୍ତି । ଭାଷା ସମସ୍ୟା ନଥିବାରୁ ପଶ୍ଚିମବଙ୍ଗରୁ ବାଲେଶ୍ବର ଦେଇ ରାଜ୍ୟକୁ ପ୍ରବେଶ କରୁଛନ୍ତି ବୋଲି କହିଛନ୍ତି ଏହି ଅବସରପ୍ରାପ୍ତ ପୋଲିସ ଡିଜି । ଜଳେଶ୍ବରରୁ ରମ୍ଭା ପର୍ଯ୍ୟନ୍ତ ଏମାନଙ୍କର ଜବରଦଖଲ ରହିଛି ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କୋଷ୍ଟଗାର୍ଡ, ମେରାଇନ ପୋଲିସ , ଓଡିଶା ପୋଲିସ ମିଳିତ ଉଦ୍ୟମରେ ଏସବୁକୁ ରୋକିବା ନେଇ ପ୍ରୟାସ କରିବା ଉଚିତ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 15, 2019, 10:47 AM IST

ABOUT THE AUTHOR

...view details