ଓଡିଶା

odisha

ETV Bharat / city

‘ଫନି’ ପାଇଁ ସୁରକ୍ଷାକବଚ ମଧ୍ୟରେ ରହିବ ଇଭିଏମ

ବାତ୍ୟାକୁ ଦୃଷ୍ଟିରେ ରଖି ଇଭିଏମକୁ ଅଧିକ ସୁରକ୍ଷିତ କରିବାକୁ ନିଆଯାଇଛି ନିଷ୍ପତ୍ତି । କଟକ, ଖୋର୍ଦ୍ଧା, ଗଞ୍ଜାମ, ଢେଙ୍କାନାଳ, ଭଦ୍ରକ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, ବୌଦ୍ଧ ଓ ରାୟଗଡା ଜିଲ୍ଲାରେ ଇଭିଏମ୍କୁ ଅଧିକ ସୁରକ୍ଷିତ ରଖିବା ଦିଗରେ ଗୁରୁତ୍ବ ଦିଆଯାଇଛି ।

By

Published : May 2, 2019, 9:19 PM IST

ଫଟୋ ସୌଜନ୍ୟ: ଫାଇଲ ଫଟୋ

ଭୁବନେଶ୍ବର: ବାତ୍ୟାକୁ ଦୃଷ୍ଟିରେ ରଖି ଇଭିଏମକୁ ଅଧିକ ସୁରକ୍ଷିତ ରଖିବାକୁ ବ୍ୟବସ୍ଥା ହୋଇଛି । ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ମୋହନା, ପାରଳାଖେମୁଣ୍ଡି ବିଧାନସଭାର ଇଭିଏମ ଏମଆର ବଏଜ ହାଇସ୍କୁଲରୁ ନିଉ ଇଭିଏମ ଗୋଦାମ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବ । ସେହିପରି ଜଗତସିଂହପୁର ଜିଲ୍ଲାର ଏସଭିଏମ କଲେଜରେ ଥିବା ଇଭିଏମ ଗୁଡିକୁ ତଳ ମହଲାରୁ ଉପର ମହଲାକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କଟକ, ଖୋର୍ଦ୍ଧା, ଗଞ୍ଜାମ, ଢେଙ୍କାନାଳ, ଭଦ୍ରକ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, ବୌଦ୍ଧ ଓ ରାୟଗଡା ଜିଲ୍ଲାରେ ଇଭିଏମ୍କୁ ଅଧିକ ସୁରକ୍ଷିତ ରଖିବା ଦିବାରେ ଗୁରୁତ୍ବ ଦିଆଯାଇଛି । ଯେଉଁଠାରେ ଇଭିଏମ ସ୍ଥାନାନ୍ତର କରାଯିବ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଓ ଏଜେଣ୍ଟଙ୍କ ଉପସ୍ଥିତରେ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏସବୁର ଭିଡ଼ିଓଗ୍ରାଫି କରାଯିବ। ସବୁ ଜିଲ୍ଲାର ନିର୍ବାଚନ ଅଧିକାରୀ ଇଭିଏମର ସୁରକ୍ଷା ଓ ନିରାପତ୍ତା ନେଇ ସାର୍ଟିଫିକେଟ ନିର୍ବାଚନ କମିଶନଙ୍କୁ ଦେବେ ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details