ଓଡିଶା

odisha

ETV Bharat / city

EVM ଓ VVPAT ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ

ସାଧାରଣ ନିର୍ବାଚନୀ ବିଗୁଲ ବାଜିବା ପରେ ସ୍ବଚ୍ଛ ଓ ନିରପେକ୍ଷ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଇଭିଏମ ମେସିନ ସହ ଭିଭିପ୍ୟାଟ୍ ମେସିନକୁ ସଂଯୋଗ କରାଯାଇଛି ।

By

Published : Mar 17, 2019, 10:39 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଏପଟେ ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନୀ ପାଇଁ ଚଳଚଞ୍ଚଳ ପ୍ରଶାସନ । ଏଥିପାଇଁ ବିଭିନ୍ନ ପଞ୍ଚାୟତରେ ଇଭିଏମ ମେସିନ ମାଧ୍ୟମରେ ଭୋଟର କିପରି ନିଜର ମତଦାନ କରିବେ ସେ ନେଇ ସଚେତନ କରାଯାଉଛି । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଇଭିଏମ ମେସିନ ସହ ଭିଭିପ୍ୟାଟ୍ ମେସିନକୁ ସଂଯୋଗ କରାଯାଇଛି ।

ଏହି ଅବସରରେ ବ୍ରହ୍ମଗିରି ବ୍ଲକ ପରିସରରେ ରବିବାର ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧିଙ୍କୁ ମତଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁମିତ୍ରା ଜେନା ଏହି ସଭାର ପରିଚାଳନା କରିଥିଲେ । ତେବେ ଚଳିତ ନିର୍ବାଚନରେ ଭୋଟ ଦାନକୁ ସ୍ୱଚ୍ଛ କରିଵା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଚେଷ୍ଟା କରାଯାଉଛି । ଏଥିପାଇଁ ନୂତନ ଭାବେ ବ୍ୟବହାର ହେଉଥିବା ଭିଭିପ୍ୟାଟ ମେସିନ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଯାଇଛି ।

ସେହିପରି ରାଉରକେଲା ପାନପୋଷ ଆଇଟିଡିଏ ହଲରେ ଇଭିଏମ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟେଜିତ କାର୍ଯ୍ୟକ୍ରମରେ ରାଉରକେଲା ଏଡିଏମ, ପାନପୋଷ ଉପଜିଲ୍ଲାପାଳ ଏବଂ ରାଉରକେଲା ତହସିଲଦାରଙ୍କ ସମେତ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ସାମ୍ବାଦିକ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ଗତ 6 ମାର୍ଚ୍ଚରୁ ଆରମ୍ଭ ହୋଇ 25 ତାରିଖ ପର୍ଯ୍ୟନ୍ତ ସମସ୍ତ ବୁଥ କମିଟିରେ ଜାରି ରହିବ । ଏହାସହ ମକ ପୋଲିଂ ମଧ୍ୟ କରାଯାଇଥିଲା ।

କୋରାପୁଟରେ ବ୍ଲକ ଠାରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସାମ୍ବାଦିକଙ୍କୁ ଇଭିଏମ ଓ ଭିଭିପ୍ୟାଟ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଯାଜପୁର, ବରଗଡ, ରାୟଗଡା, ମୁନିଗୁଡା, ଗୁଣୁପୁର, ପଦ୍ମପୁର ସମେତ ସମସ୍ତ ବ୍ଲକରେ ଏହିପରି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ସୂଚନାନୁସାରେ ଏହି ଭିଭିପ୍ୟାଟ ମେସିନ ମାଧ୍ୟମରେ ପ୍ରାର୍ଥୀଙ୍କ ନାମ, କ୍ରମିକ ନମ୍ବର ଏବଂ ଦଳୀୟ ଚିହ୍ନ ମେସିନରେ 7 ସେକେଣ୍ଡ ପାଇଁ ଦୃଶ୍ୟମାନ ହେବ । ଫଳରେ ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ବୋଲି ନିଶ୍ଚିତ ହୋଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details