ଓଡିଶା

odisha

ETV Bharat / city

‘କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ସମସ୍ତେ ଜଣେ ଜଣେ କୋଭିଡ୍‌ ଯୋଦ୍ଧା’ - Subroto Bagchi

କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ସମସ୍ତେ, ଜଣେ ଜଣେ କୋଭିଡ୍‌ ଯୋଦ୍ଧା । ସେମାନଙ୍କୁ ସେଠାରେ ହିଁ କୋଭିଡ୍‌ ତାଲିମ ଦିଆଯିବ । ସେମାନେ ଗାଁକୁ ଫେରିଲେ ଲୋକଙ୍କୁ ସଚେତନ କରାଇବେ ବୋଲି ଆଜି ପ୍ରେସ ବିବୃତିରେ ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

quarantine centre
‘କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ସମସ୍ତେ ଜଣେ ଜଣେ କୋଭିଡ୍‌ ଯୋଦ୍ଧା’

By

Published : May 11, 2020, 7:00 PM IST

Updated : May 11, 2020, 7:35 PM IST

ଭୁବନେଶ୍ବର: କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ସମସ୍ତେ, ଜଣେ ଜଣେ କୋଭିଡ୍‌ ଯୋଦ୍ଧା । ସେମାନଙ୍କୁ ସେଠାରେ ହିଁ କୋଭିଡ୍‌ ତାଲିମ ଦିଆଯିବ । ସେମାନେ ଗାଁକୁ ଫେରିଲେ ଲୋକଙ୍କୁ ସଚେତନ କରାଇବେ ବୋଲି ଆଜି ପ୍ରେସ ବିବୃତିରେ ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

‘କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ସମସ୍ତେ ଜଣେ ଜଣେ କୋଭିଡ୍‌ ଯୋଦ୍ଧା’

ସେହିପରି କ୍ବାରେଣ୍ଟାଇନ ସେଣ୍ଟରରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବେ । ସରପଞ୍ଚମାନେ ସେମାନଙ୍କ ଉପରେ ନଜର ରଖିବେ, ଯାହାର ଲକ୍ଷଣ ଦେଖାଦେବ ସେମାନଙ୍କୁ ଅଲଗା କରାଯାଇ ଚିକିତ୍ସିତ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସ୍ବାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପୁରୀର ଗୋପବନ୍ଧୁ ଆୟୁର୍ବେଦ ମେଡିକାଲ କଲେଜ ସ୍ଥିତ ଜିଲ୍ଲା କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଆଡି ହସ୍ପିଟାଲରେ ଦୁଇଟି ମକ ଡ୍ରିଲ ଅନୁଷ୍ଠିତ ହୋଇଛି। ଆଗକୁ ଏଭଳି ରାଜ୍ୟରେ କରାଯିବ । ସେହିପରି ଗତ 241ଟି ପଜେଟିଭ୍‌ ଭିତରୁ 12 ଜଣଙ୍କୁ ଛାଡି 229 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହିଁ ପଜେଟିଭ୍‌ ଜଣାପଡିଛନ୍ତି । ଯାହା ଆଶ୍ବସ୍ତି କର ଖବର ବୋଲି ସେ କହିଛନ୍ତି ।

ତେବେ ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବଢିବ । ଏହାକୁ ନେଇ ବିଚଳିତ ହେବାନି । ଏହା ବିଚଳିତ ହେବା, ଅସହାୟ ହେବା ଓ କାହାକୁ ଦାୟୀ କରିବାର ସମୟ ନୁହେଁ ବୋଲି ବାଗଚୀ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 11, 2020, 7:35 PM IST

ABOUT THE AUTHOR

...view details